• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖଲ୍ଲିକୋଟ(ସିଲୁ ବିଶ୍ୱାଳ) :  ସରିଗଲା ସ୍ଵାର୍ଥ..ହଜିଗଲା ମାନବିକତା.. ଦାନା ଦିଆ ଘୋଡ଼ା ଏବେ ଦାନା ଖୋଜୁଛି... ଯିଏ ଦିନେ ମାଲିକର ସ୍ୱାର୍ଥ ପୂରଣ କରୁଥିଲା.. ଯିଏ ଦିନେ ମାଲିକର ପେଟ ପୋଷୁଥିଲା... ସେ ଆଜି ସେହି ମାଲିକ ପାଇଁ ଅଲୋଡା ହୋଇଗଲା.. । ପୁଣି ସାମ୍ନାକୁ ଆସିଲା ମଣିଷ ସମାଜର ହୀନ ମାନସିକତା । ଘୋଡ଼ା ରୋଗିଣା ହେବା ପରେ ରାସ୍ତାକଡରେ ଛାଡି ଛୁ ମାରିଲା ମାଲିକ । ଜୀବନ ସାରା ପରିଶ୍ରମ କରି ଯିଏ ପରିବାରକୁ ରୋଜଗାର ଦେଉଥିଲା, ସେ ମାଲିକ ଆଜି ପର କରି ରାସ୍ତାରେ ଛାଡି ଚାଲିଗଲା ।

ଗଞ୍ଜାମ ଜିଲ୍ଲା ଛତ୍ରପୁର ଉଜ୍ଜଳେଶ୍ୱରୀ ମନ୍ଦିର ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ୱ ନିକଟରେ ଅସହାୟ ହୋଇ ପଡ଼ିରହିଛି ବୃଦ୍ଧ ଘୋଡ଼ା । ମଣିଷ ଯେ ଏତେ ସ୍ୱାର୍ଥପର ତାହାର ଆଉ ଏକ ନଗ୍ନ ଚିତ୍ର ଦେଖିବାକୁ ମିଳୁଛି । ମାଲିକ ଜୀବନ ସାରା ଘୋଡ଼ାକୁ ବ୍ୟବହାର କରି ଟଙ୍କା ରୋଜଗାର କରୁଥିଲା, ତାର ପରିବାର ପ୍ରତିପୋଷଣ କରୁଥିଲା । ହେଲେ ନିରୀହ ପ୍ରାଣୀର ପରିଣତ ବୟସରେ ତଥା ଘୋଡାଟି ବୃଦ୍ଧ ହୋଇଯିବା ପରେ ରାସ୍ତା କଡରେ ଛାଡି ଚାଲିଗଲା ସ୍ୱାର୍ଥପର ମାଲିକ । ଦୁଇ ଦିନ ହେବ ଜାତୀୟ ରାଜପଥ ରାସ୍ତା କଡରେ ବୁଲୁଥିବାର ଦେଖିବାକୁ ମିଳିଛି । ଘୋଡ଼ାଟି ବୃଦ୍ଧ ହୋଇଯିବାରୁ ରୋଗିଣା ହୋଇ ପଡିଥିଲା ଯାହା ଫଳରେ ମାଲିକ ଘୋଡାଟିକୁ ଆଣି ଛାଡି ଦେଇଥିବା ଜଣାପଡିଛି । ଘୋଡାଟି ଖାଇବାକୁ ନପାଇ ଘୁରି ବୁଲୁଥିବାରୁ ସ୍ଥାନୀୟ ଲୋକେ କିଛି ଖାଇବାକୁ ଦେଇଥିଲେ ।

ତେବେ ଏହା ପ୍ରଥମ ନୁହେଁ କିଛି ଦିନ ପୂର୍ବରୁ ଖଲ୍ଲିକୋଟ ଅଂଚଳରେ ମଧ୍ୟ୍ୟ ଏପରି ଏକ ଓଟକୁ ଛାଡି ମାଲିକ ଚାଲିଯାଇଥିବା ବେଳେ ପରେ ଓଟଟିର ମୃତ୍ୟୁ ହୋଇଥିଲା । ଯାହା ପଶୁପ୍ରେମୀଙ୍କ ମନରେ ଶକ୍ତ ଆଘାତ ଦେଇଥିଲା । ତେବେ ଏହି ଘଟଣା ପରେ ଘୋଡା ମାଲିକଙ୍କ ବିରୁଦ୍ଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବି ହେଉଛି । ବୃଦ୍ଧ ଘୋଡ଼ାଟିକୁ ବର୍ତ୍ତମାନ ପିପୁଲ ଫର ଆନିମଲ ସେବା ପକ୍ଷରୁ ଉଦ୍ଧାର କରାଇଥିବା ଜଣାପଡ଼ିଛି ।