• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ପ୍ରାୟ ସମସ୍ତେ କହିଥାନ୍ତି ଯେ କୁକୁର ହେଉଛି ମଣିଷର ପ୍ରକୃତ ବନ୍ଧୁ । ତେଣୁ ଲୋକମାନେ ନିଜ ସୁରକ୍ଷା ପାଇଁ କୁକୁରଙ୍କୁ ପୋଷିଥାନ୍ତି । କିନ୍ତୁ ଏମିତିବି ଘଟଣା ଅଛି ଯେଉଁଠି କୁକୁର ତା’ର ମାଲିକର ଜୀବନ ବଞ୍ଚାଇବାକୁ ଯାଇକି ନିଜ ଜୀବନକୁ ବାଜି ଲଗାଇଦିଏ । ସେପଟେ ମଣିଷ କେତେବେଳେ ତା’ର ମାନବିକତାକୁ ଭୁଲି ପଶୁପକ୍ଷୀଙ୍କ ପ୍ରତି ଅମାନବିକତା ଦେଖାଇଥାଏ ତ ଆଉ କେତେବେଳେ ଆପଣାଇଥାଏ । କିନ୍ତୁ ଆପଣମାନେ କେବେ ଶୁଣିଛନ୍ତି କି କେଉଁ ପଶୁ ମଣିଷକୁ ସହାୟତାର ହାତ ବଢାଇବାର ? ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିଥାଇପାରେ କିନ୍ତୁ ଏହା ସତ । ଏମିତି ଏକ ନିଆରା ଦୃଶ୍ୟର ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଆଜି ଯେଉଁ ପଶୁ ବିଷୟରେ ଆମେ କହିବାକୁ ଯାଉଛୁ ସେ କୌଣସି କୁକୁର ନୁହେଁ କି କେଉଁ ମଣିଷର ମିତ୍ର ନୁହେଁ । ହେଲେ ଏହି ପଶୁଟି ଏକ ବ୍ୟକ୍ତିର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜିରେ ଲଗାଇଦେଇଛି ।

Orangutanଓରାଙ୍ଗୁଟାନ୍

ସୋସିଆଲ ମିଡିଆରେ ଏକ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ବଣମଣିଷ ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ହାତ ବଢାଇଥିବାର ଦେଖିବାକୁ ମିଳିଛି । ଏବଂ ସେହି ବ୍ୟକ୍ତି ଜଣକ ଅନେକ ସାପ ଥିବା ପୋଖରୀରେ ଫସି ଯାଇଛନ୍ତି । ଏହି ଘଟଣାର ଏକ ଫଟୋ ଆଜିକାଲି ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଆପଣମାନେ ବି ସେହି ପଶୁର ପ୍ରଶଂସା କରିବେ । ଏବଂ ଏହା ଭାବିବାକୁ ବାଧ୍ୟ ହୋଇଯିବେ ଯେ ପଶୁମାନେ ମଣିଷର ଭାଷା ନ ବୁଝି ପାରି ବି ମଣିଷର ଦୁଃଖ କଷ୍ଟକୁ ଭଲଭାବରେ ବୁଝିପାରିଥାଏ ।

କୁହାଯାଉଛି ଯେ, ଏହି ବଣମଣିଷଟି ବୋର୍ଣ୍ଣିଆର ଏକ ବଣରେ ରୁହେ । ଅନେକ ସାପ ଥିବା ପୋଖରୀରେ ଏକ ବ୍ୟକ୍ତିକୁ ଦେଖି ସେ ସାହାଯ୍ୟ ପାଇଁ ହାତ ବଢାଇଛି । ଏହି ଫଟୋକୁ ଫଟୋଗ୍ରାଫର ଅନୀଲ ପ୍ରଭାକର ନିଜ କ୍ୟାମେରାରେ କଏଦ କରିଥିଲେ । ଅନୀଲ ପ୍ରଭାକର ନିଜ ସାଙ୍କମାନଙ୍କ ସହିତ ଏହି ଜଙ୍ଗଲକୁ ସଫାରି ପାଇଁ ଯାଇଥିଲେ । ସେହି ସମୟରେ ଏହି ଦୃଶ୍ୟକୁ ସେ ନିଜ କ୍ୟାମେରାରେ କଏଦ୍ କରିଥିଲେ ।

ସୂଚନା ଅନୁଯାୟୀ, ପ୍ରଭାକର ଏକ ଗଣମାଧ୍ୟମକୁ କହିଛନ୍ତି ଯେ, ‘ବଣର ଏହି ଅଞ୍ଚଳରେ ପ୍ରଚୁର ସାପ ରହୁଥିବାର ରିପୋର୍ଟରେ ଦର୍ଶାଯାଇଥିଲା । ତେଣୁ ବଣର ୱାର୍ଡନ ସେଠାରୁ ସାପଗୁଡିକୁ ବାହାର କରିବାକୁ ଯାଇଥିଲେ । ସେତେବେଳେ ପ୍ରଭାକର ଦେଖିଲେ ଯେ ଏକ ଓରାଙ୍ଗୁଟାନ ୱାର୍ଡନର ପାଖକୁ ଆସୁଛି । ତା ପରେ ଓରାଙ୍ଗୁଟାନ ୱାର୍ଡନକୁ ସାହାଯ୍ୟ ପାଇଁ ହାତ ବଢାଇଲା । ଯାହାକୁ ଦେଖି ମୁଁ ଭାବିଲି କି ଏହି ମୁହୁର୍ତ୍ତକୁ କ୍ୟାମେରାରେ କଏଦ୍ କରିବା ଉଚିତ । ପ୍ରକୃତରେ ଏହା ଏକ ଭାବପ୍ରବଣ ମୂହୁର୍ତ୍ତ ଥିଲା । ଏହି ମୂହୁର୍ତ୍ତଟି ୩ରୁ ୪ ମିନିଟ୍ ପର୍ଯ୍ୟନ୍ତ ରହିଥିଲା । ମୁଁ ବହୁତ ଖୁସି ଅଛି ଯେ, ମୋ ସାମ୍ନାରେ ଏମିତି ଏକ ଘଟଣା ଘଟିଛି ।‘

Bornean Orangutan Survival Foundation ହେଉଛି ଇଣ୍ଡୋନେସିଆର ଏକ ଏନ୍‌ଜିଓ । ଏହି ଏନ୍‌ଜିଓଟି ୧୯୯୧ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହି ଫାଉଣ୍ଡେସନ୍‌ ୪୦୦ ଜଣ କର୍ମଚାରୀ ରହିବା ସେମାନେ ୬୫୦ରୁ ଅଧିକ ଓରାଙ୍ଗୁଟାନଙ୍କ ଯତ୍ନ ନେଉଛନ୍ତି ।