• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବାଲେଶ୍ୱର ଉଦୟପୁର ସୀମାରେ ପୁଣି ନିର୍ମାଣ ।

  • ପଶ୍ଚିମବଙ୍ଗ ପକ୍ଷରୁ ପୁଣି ଥରେ ନିର୍ମାଣ କାମ କରାଗଲା ।

  • ୧୪୪ ଧାରା ଜାରି ସତ୍ତ୍ୱେ କାମ ଆରମ୍ଭ କରିଥିଲା ପଶ୍ଚିମବଙ୍ଗ ।

ବାଲେଶ୍ୱର: ଗୋଟିଏ ପଟେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଓଡ଼ିଶା ସୀମାରେ ଆବାଧ ପ୍ରବେଶ କରିବାକୁ ଅହରହ ଚେଷ୍ଟା ଚଳାଇଥିବା ବେଳେ ସେପଟେ ପଶ୍ଚିମବଙ୍ଗ ମଧ୍ୟ ଆରମ୍ଭ କଲାଣି ଉତ୍ପାତ୍‌ । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବାଲେଶ୍ୱର ଜିଲ୍ଲାର ବିବାଦୀୟ ଉଦୟପୁର ସୀମାନ୍ତରେ ପୁଣି ଆରମ୍ଭ କରାଯାଇଛି ନିର୍ମାଣ କାର୍ଯ୍ୟ । ୧୪୪ ଧାରା ଲାଗୁ ସତ୍ତ୍ୱେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସୀମାନ୍ତରେ ଆରମ୍ଭ କରାଯାଇଛି ନିର୍ମାଣ । 

ସୀମାନ୍ତରୁ ମାତ୍ର ୩୦ ମିଟର ଦୂରରେ ପଶ୍ଚିମବଙ୍ଗ ଆରମ୍ଭ କରିଥିଲା ନିର୍ମାଣ କାର୍ଯ୍ୟ । କିନ୍ତୁ ଏହି ଅଞ୍ଚଳରେ କୌଣସି ନିର୍ମାଣ କାର୍ଯ୍ୟ ହେବନି ବୋଲି ପୂର୍ବରୁ ଚୁକ୍ତି ହୋଇଥିଲା । ତେବେ ଏହି ଚୁକ୍ତିକୁ ଖିଲାପ କରାଯାଇଥିବାରୁ ଆଜି ଘଟଣାସ୍ଥଳକୁ ଯାଇ ନିର୍ମାଣ କାର୍ଯ୍ୟ ବନ୍ଦ କରାଇଛନ୍ତି ବାଲେଶ୍ୱର ଭୋଗରାଇର ତହସିଲଦାର ।

ଗତ ସପ୍ତାହରେ ଏହି ଅଞ୍ଚଳରେ ବାଲେଶ୍ୱର ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିଲା । କାରଣ ପଡ଼ୋଶୀ ରାଜ୍ୟ ଅବାଧ ପ୍ରବେଶ କରି ଉଦୟପୁର ସୀମାନ୍ତରେ ତଥା ଓଡିଶା ସୀମାକୁ ଅତିକ୍ରମ କରି ୩୦ ଫୁଟ୍‌ର ଉଚ୍ଚର ପାଚେରୀ ନିର୍ମାଣ କରିବାକୁ ଚେଷ୍ଟା ଚଳାଇଛି । ଯାହାକୁ ଓଡ଼ିଶା ବିରୋଧ କରି ଆସିଛି ।ତେବେ ଦୀର୍ଘଦିନ ଧରି ଉଦୟପୁର ବେଳାଭୂମିକୁ ନିଜ ଅଧୀନକୁ ନେବା ପାଇଁ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି ।

ଠିକ୍‌ ସେହିଭଳି କୋଟିଆରେ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାରଙ୍କ ଲୋଲୁପ ଦୃଷ୍ଟି ରହିଛି । ବାରମ୍ବାର ଓଡ଼ିଶା ସୀମାରେ ଆବାଧ ପ୍ରବେଶ କରି ବେଆଇନ୍‌ ଭାବେ ନିର୍ମାଚନ ପ୍ରଚାର କରୁଛନ୍ତି ଓ ନିର୍ବାଚନ କରାଉଛନ୍ତି । ଖାଲି ସେତିକି ନୁହେଁ ଓଡ଼ିଶାରେ ପଶି ଓଡ଼ିଆ ଲୋକଙ୍କୁ ରାଜ୍ୟ ଓଡ଼ିଶା ସରକାରଙ୍କ ବିରୋଧରେ ନାନା ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି । କୋଟିଆରେ ରହୁଥିବା ନୀରିହ ଆଦିବାସୀ ଲୋକଙ୍କୁ ତୁଚ୍ଛା ଟଙ୍କା ଲୋଭ ଦେଖାଇ ନିଜ ଅଧିନକୁ ନେବାକୁ ଚେଷ୍ଟା ଚଳାଇଛି ଆନ୍ଧ୍ର ସରକାର । ଖାଲି ସେତିକି ନୁହେଁ ଆନ୍ଧ୍ର ସରକାରଙ୍କ ନେତା ଓ କର୍ମୀମାନେ ଆସି ଲୋକ ଦେଖାଣିଆ ଭାବେ କୋଟିଆବାସୀଙ୍କ ସୁଖ ଦୁଃଖ ମଧ୍ୟ ବୁଝୁଛନ୍ତି ।ଏମିତିକି କୋଟିଆରେ ଉତ୍ତମ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ବ୍ୟବସ୍ଥା ଯୋଗାଇଦେବେ ବୋଲି ଲୋକଙ୍କୁ ପ୍ରଲୋଭିତ କରାଉଛନ୍ତି ।