• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମୁଣ୍ଡଳି ବୋଟ୍ ଦୁର୍ଘଟଣାରେ ଓଡ୍ରାଫ ଯବାନ ନିଖୋଜ ନେଇ ଏସ୍ଆରସିଙ୍କ ସ୍ପଷ୍ଟୀକରଣ

  •  କହିଲେ, ମିଳିଥିବା ମୃତଦେହକୁ ଚିହ୍ନଟ କରିନାହାନ୍ତି ପରିବାର ଲୋକେ

  •  ଗଳିତ ମୃତଦେହଟି ସୀତାରାମଙ୍କର ନୁହଁ ବୋଲି ସୂଚନା ଦେଲେ ଏନଡିଆରଏ‍ଫ୍ ଅଧିକାରୀ

କଟକ : ସର୍ଚ୍ଚ ଅପରେସନ୍ ସମୟରେ ଧବଳେଶ୍ୱର ନିକଟରେ ନଦୀରୁ ଉଦ୍ଧାର ହୋଇଥିବା ମୃତଦେହଟି ନିଖୋଜ ଯବାନଙ୍କର ନୁହେଁ । ଗତକାଲି ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ହାତୀକୁ ଘଉଡାଇବାକୁ ଯାଇଥିବା ଜଣେ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ଏବେ ବି ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବାକୁ ୧୪ଟି ଟିମକୁ ନିୟୋଜିତ କରାଯାଇଛି । ମହାନଦୀର ୪ଟି ସ୍ଥାନରେ ୮ଟି ଟିମ୍ ପକ୍ଷରୁ ତଲାସୀ ଚାଲିଛି ।  ଓଡ୍ରାଫ ଊଗଉଉର ୫ଟି ଟିମ୍ ସର୍ଚ୍ଚ ଅପରେସନରେ ନିୟୋଜିତ ହୋଇଛନ୍ତି । ଆଠଗଡ଼ ଅଗ୍ନିଶମ ବାହିନୀର ଗୋଟିଏ ଟିମ୍ ସର୍ଚ୍ଚ ଅପରେସନରେ ସାମିଲ ହୋଇଛି ।  ମୁଣ୍ଡଳି, ନରାଜ, କାଠଯୋଡ଼ି ଓ ଯୋବ୍ରାରେ ଖୋଜାଖୋଜି କରୁଥିବା ସୂଚନା ମିଳିଛି  ।

ଗତକାଲି ମୁଣ୍ଡଳି ବୋଟ୍ ଦୁର୍ଘଟଣାରେ ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ଏପର୍ଯ୍ୟନ୍ତ କୌଣସି ଖୋଜ୍ ଖବର ମିଳିନାହିଁ ବୋଲି ଟୁଇଟ୍ କରି ସ୍ପଷ୍ଟୀକରଣ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପୂର୍ବରୁ ସେ ଟୁଇଟ୍ କରି ଆଜି ଧବଲେଶ୍ୱରରେ ମିଳିଥିବା ଏକ ମୃତଦେହ  ଓଡ୍ରାଫ ଯବାନ ସୀତାରାମଙ୍କ ବୋଲି ଉଲ୍ଲେଖ କରିଥିଲେ ।  ତେବେ ପରବର୍ତ୍ତୀ ଟୁଇଟରେ ସେ ଏହି ଖବର ଭୁଲ୍ ବୋଲି ଟୁଇଟ୍ କରିଛନ୍ତି ।  ଭୁଲ ସୂଚନା ଦେଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ।  ସେପଟେ ଗଳିତ ମୃତଦେହଟି ସୀତାରାମଙ୍କର ନୁହେଁ ବୋଲି ଏନଡିଆରଏଫ୍ ଅଧିକାରୀ ମଧ୍ୟ ସ୍ପଷ୍ଟ କରିଛନ୍ତି ।

ସେପଟେ ମୁଣ୍ଡଳି ବ୍ୟାରେଜ ବୋଟ ଦୁର୍ଘଟଣାରେ ଆହତ ହୋଇଥିବା ୫ ଗୁରୁତରଙ୍କୁ ଏବେ SCBରେ ଚିକିତ୍ସାଧୀନ ଅଛନ୍ତି । ୨ ଜଣ ଓଡ୍ରାଫ୍ ଟିମ୍ କର୍ମଚାରୀ ଏବେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଓଟିଭିର କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ମଧ୍ୟ ଆଇସିୟୁରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି, ଅନ୍ୟ ୨ ଜଣ ଓଡ୍ରାଫ୍ କର୍ମଚାରୀଙ୍କ ଏସସିବି କାଜୁଆଲିଟିରେ ଚିକିତ୍ସା ଚାଲିଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି ।