• translate
Chandan Shishu

ମାଲକାନାଗିରି: ଧୂଳିପୁଟ ଓ ରାଲେଗଡ଼ ପଞ୍ଚାୟତର ପ୍ରାୟ ୩୦ରୁ ଅଧିକ ଗାଁର ଶତାଧିକ ଆଦିବାସୀ। ଏମିତି ଶୋଭାଯାତ୍ରା କରି ପ୍ରଶାସନର ଗଂଜେଇ ଚାଷ ଉଚ୍ଛେଦ ଅଭିଯାନକୁ ଜୋରଦାର ବିରୋଧ କରିଛନ୍ତି। ତାସହ କହିଛନ୍ତି-ଗଂଜେଇ ସେମାନଙ୍କ ପାଇଁ ଏବେ ସବୁଠୁ ଲାଭଜନକ ଚାଷ ଆୟର ମୁଖ୍ୟ ଉତ୍ସ। ସ୍ୱାଭିମାନ ଅଞ୍ଚଳ ପାହାଡ଼ିଆ ଓ ଜଙ୍ଗଲ ଜମି ହୋଇଥିବାରୁ ସେଠି ଉପକାରୀ ଫସଲ ଠିକ୍‌ରେ ହେଉନାହିଁ। ଯେଉଁ ପନିପରିବା ଓ ପାହାଡ଼ିଆ ଫସଲ ହେଉଛି, ତାର ଉଚିତ୍ ମୂଲ୍ୟ ମିଳୁନାହିଁ।

ଯାହାଫଳରେ ସେମାନେ ବାଧ୍ୟ ହୋଇ ଗଂଜେଇ ଚାଷକୁ ଭରସା କରୁଛନ୍ତି। ଏଥିସହ ସେମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀର ନିଜେ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ଯାହାଅନୁସାରେ ହଳଦୀ କିଲୋ ପିଛା ୩୦୦ଶହ ଟଙ୍କା, ତେନ୍ତୁଳି-୧୦୦, ଗୋଲମରିଚ-୧୦୦୦, କାନ୍ଦୁଲଡାଲି-୨୦୦, ବାଦାମ-୨୦୦, ମାଣ୍ଡିଆ-୫୦, ଅଦା-୧୫୦, ଫୁଲଝାଡୁ ଗୋଟାକୁ ୧୫୦ଟଙ୍କା ଓ କଫି କଫି କିଲୋପିଛା ୫୦୦ ଟଙ୍କା ରହିଛି କହିଛନ୍ତି। ଏହି ରେଟ୍‌ରେ ସେମାନଙ୍କଠାରୁ ଜିନିଷ କିଣାଗଲେ ଆଉ ଗଂଜେଇ ଚାଷ ଦରକାର ନାହିଁ।

ସ୍ୱାଭିମାନ ଅଞ୍ଚଳକୁ ବିକାଶର ପଥ ଭାବେ ଗୁରୁପ୍ରିୟା ସେତୁ ହେବା ପରଠୁ, ଖାଲି ଯେ ମାଓ କାର୍ଯ୍ୟକଳାପ କମିଛି।ତା ନୁହେଁ ମାଓବାଦୀଙ୍କ ନାଲିଆଖି ଡରରେ ସେଠାକାର ଆଦିବାସୀ କରୁଥିବା ବେଆଇନ୍ ଗଂଜେଇ ଚାଷର ମୂଳପୋଛ ପାଇଁ ବି ଚାଲିଛି ଅହରହ ଉଦ୍ୟମ।

ତଥ୍ୟ ଅନୁସାରେ ପୋଲିସ ଓ ଅବକାରୀ ପ୍ରଶାସନର ମିଳିତ ଉଦ୍ୟମରେ ଅଦ୍ୟାବଧି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ୨୪୩ ଏକର ଜମିରେ ଗଂଜେଇ ଚାଷ ନଷ୍ଟ ହୋଇ ସାରିଲାଣି। ଏହି ଅଭିଯାନ ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। ଏପଟେ ସରକାରଙ୍କ ସଚେତନତା ଫଳରେ ବହୁ ସ୍ଥାନରେ ଲୋକ ଗଂଜେଇ ଚାଷ ଛାଡ଼ି ପନିପରିବା ଓ ଅନ୍ୟାନ୍ୟ ପାରମ୍ପରିକ କୃଷିକୁ ବି ମନ ବଳାଇଥିବା ନେଇ ଚିତ୍ର ଆସୁଛି।

ତାସତ୍ତ୍ୱେ ଲାଭ ଅଧିକ ମିଳୁଥିବାରୁ ଅନେକ ଅଞ୍ଚଳରେ ଗଂଜେଇ ଚାଷରୁ ମୁହଁ ଫେରାଉ ନାହାନ୍ତି ଆଦିବାସୀ। ଜଙ୍ଗଲ ଭିତରେ ଏକର ଏକର ଜମିରେ ଗଂଜେଇ ଚାଷ। ଏଭଳି ସ୍ଥିତିରେ ଅଦିବାସୀଙ୍କ ଜୀବନ ଓ ଜୀବିକାକୁ ଲକ୍ଷ୍ୟ ରଖି ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବା ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ମଧ୍ୟ ସଠିକ୍ ବିକ୍ରି ବଟା ବ୍ୟବସ୍ଥା କରାଯାଉଥିବା କହିଛନ୍ତି ମାଲକାନଗିରି ଅବକାରୀ ଅଧିକ୍ଷକ।

Other Stories