• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ବରିଷ୍ଠ IAS ସ୍ତରରେ ଅଦଳ ବଦଳ

  • ଅର୍ଥ ସଚିବ ହେଲେ ବିଶାଳ ଦେବ

ଭୁବନେଶ୍ୱର: ବରିଷ୍ଠ IAS ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଅର୍ଥ ସଚିବ ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ସଚିବ ଦାୟିତ୍ୱ ଦିଆଯାଇଛି। ସେହିପରି ପର୍ଯ୍ୟଟନ  ଓ କ୍ରୀଡ଼ା ସଚିବ ଥିବା ବିଶାଲ ଦେବ ଅର୍ଥ ସଚିବ ହୋଇଛନ୍ତି। ପଞ୍ଚାୟତିରାଜ ବିଭାଗର ସଚିବ  ଥିବା ଡିକେ ସିଂହ ଇସ୍ପାତ ଓ ଖଣି ସଚିବ ହୋଇଛନ୍ତି। ସେହିପରି ସୁରେନ୍ଦ୍ର କୁମାର ସାଧାରଣ ପ୍ରଶାସନ ବିଭାଗର ସଚିବ ହୋଇଛନ୍ତି।  ଏଥିସହ ତାଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ବି ମିଳିଛି।  ସୁରେନ୍ଦ୍ର କୁମାର ଖଣି ଓ ଇସ୍ପାତ ବିଭାଗର ସଚିବ  ରହିଥିଲେ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍ ଭିନିଲ କ୍ରିଷ୍ଣାଙ୍କୁ ଯୁବ ଓ କ୍ରୀଡ଼ା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି।

ତେବେ ପୂର୍ବରୁ ରାଜ୍ୟର ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇଥିଲା । ଏନେଇ ଜୁନ୍ 9ରେ ତାଲିକା ପ୍ରକାଶ କରିଥିଲେ ରାଜ୍ୟ ସରକାର । ଆଇପିଏସ୍ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ୍ ବିଭାଗ ଆଇଜି ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଥିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ଭାବେ ୨୦୦୨ ବ୍ୟାଚ୍‌ର ନରସିଂହ ଭୋଳଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର ।

ସେହିଭଳି ୨୦୦୩ ବ୍ୟାଚ୍‌ର ହିମାଂଶୁ ଲାଲଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ନିଯୁକ୍ତ କରାଯାଇଥିବା ବେଳେ ୨୦୦୪ ବ୍ୟାଚ୍ ଆଇପିଏସ୍ ଦୀପକ କୁମାରକୁ ଉତ୍ତରାଞ୍ଚଳ ଡିଆଇଜି ବେ ଦାୟିତ୍ୱ ଦିଆଯାଇଛି । ସେପଟେ ଦେବଗଡ଼ ଏସ୍‌ପି ଭାବେ ବରିଷ୍ଠ ଓପିଏସ୍ ରାଜ କିଶୋର ପାଇକରାୟଙ୍କୁ ଦେବଗଡ଼ ଏସପି ଭାବେ ବଦଳି କରାଯାଇଥିବା ବେଳେ କଟକ ରେଲେୱେ ଏସ୍‌ପି ଭାବେ ଡି.ପି ତ୍ରିପାଠୀଙ୍କୁ ନିଯୁକ୍ତ କରିଛନ୍ତି ସରକାର ।

ତେବେ ରାଜ୍ୟ ସରକାର ଅଚାନକ ପୂର୍ବାଂଚଳ ପୋଲିସ୍ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କୁ ବଦଳି କରିବା ପରେ ବିଭିନ୍ନ ମହଲରେ ଏହାକୁ ନେଇ ଆଲୋଚନା କରାଯାଇଛି । ବାତ୍ୟା ପ୍ରଭାବିତ ଉତ୍ତର ଓଡ଼ିଶାରେ ପୁନରୁଦ୍ଧାର କାର୍ଯ୍ୟ ଓ କରୋନା ମହାମାରୀ ସଂକ୍ରମଣଜନିତ ପ୍ରୋଟୋକଲ୍ ମଧ୍ୟରେ ଶ୍ରୀ ପଟ୍ଟନାୟକଙ୍କୁ ପୂର୍ବାଂଚଳ ରେଞ୍ଜ ଆଇଜି ପଦରୁ ହଟାଇ ଜେଲ୍ ବିଭାଗର ଆଇଜି ଭାବେ ଅବସ୍ଥାପିତ କରାଯାଇଥିବାରୁ ପାୱାର କରିଡରରେ ଏହାକୁ ନେଇ ବିଶେଷ ଚର୍ଚ୍ଚା ।