• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଦୁଇ ବନ୍ଧୁ ତିଆରି କଲେ ପାଣିପାଗ ସୂଚନା ଯନ୍ତ୍ର

ସୁବର୍ଣ୍ଣପୁର: କଥାରେ ଅଛି ଦୃଢ ଇଛା ଶକ୍ତି ଥିଲେ ସବୁ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବେ । ୨ଜଣ ବନ୍ଧୁ ନିଜସ୍ୱ ଉଦ୍ୟମ ବଳରେ ପାଣିପାଗ ସୂଚନା ଯନ୍ତ୍ର ତିଆରି କରିଛନ୍ତି ଯାହାକି ପାଣିପାଗର ପୂର୍ବାନୁମାନର ସୂଚନା ଦେଉଛି । ଏହି ସୂଚନା ପାଇବା ଦ୍ୱାରା ଚାଷୀମାନେ ‍କ୍ଷତିରେ ପଡୁ ନାହାଁନ୍ତି । ଏହି ଯନ୍ତ୍ର ତିଆରି କରି ବିନିକା ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ୨ଜଣ ବନ୍ଧୁ ।

କେମିତି ରହିବ ପାଣିପାଗର ସ୍ଥିତି ,ଖରା ହେବ ନା ବର୍ଷା ଏହି ସବୁ ତଥ୍ୟ ଦେଉଛି ଏକ ମେସିନ୍ । ଏହିଭଳି ଏକ ମେସିନ ତିଆରି କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗାଁ ସିଆଲିନାଲି ଗାଁର ଉଦ୍ଭିଦ ବିଜ୍ଞାନ ଛାତ୍ର ଅର୍ଜୁନ ମାଝୀ ଏବଂ କମ୍ପ୍ୟୁଟର ବିଜ୍ଞାନୀ ଛାତ୍ର ସିଦ୍ଧେଶ ସାହୁ । ଏହି ୨ ବନ୍ଧୁ ନିଜର ଜ୍ଞାନ କୌଶଳ ଲଗାଇ, ବିଶେଷ କରି ନିଜ ଜିଲ୍ଲାର ଚାଷୀଙ୍କୁ ଆଗୁଆ ସୂଚନା ଦେବାକୁ ଲାଗି ପଡି ଏହି ମେସିନ୍ ତିଆରି କରିଛନ୍ତି ।

ଗତ କିଛିମାସ ଧରି ଏହି ଦୁଇ ବନ୍ଧୁ ନିଜେ ତିଆରି କରିଥିବା ଏହି ମେସିନରୁ ପାଉଥିବା ପାଣିପାଗ ସଂପର୍କିତ ଆଗୁଆ ତଥ୍ୟକୁ ଏକ କାଗଜରେ ତଥ୍ୟ ଟାଇପ୍ କରି ଏହାର ପ୍ରିଣ୍ଟ ଆଉଟ୍ ନେଇ ଶିଆଲିନାଲି ଗାଁର ଏକ ଘର କାନ୍ଥରେ ଲଗାଇଥାନ୍ତି । ଯାହାକୁ ସେମାନେ କୁହନ୍ତି ୱେଦର ୱାଲ୍ ବା ପାଣିପାଗ କାନ୍ଥ । ତଥ୍ୟ ସମ୍ବଳିତ କାଗଜ ଲାଗିଲା ପରେ ଏଥିରୁ ସୂଚନା ପାଇବାକୁ ଚାଷୀଙ୍କ ଭିଡ଼ ଜମୁଛି ।

ବିଭିନ୍ନ ସମୟରେ ଭିନ୍ନଭିନ୍ନ ପରୀକ୍ଷା ନିରୀକ୍ଷା କରି ଯନ୍ତ୍ରର ସଠିକତା କିପରି ବଜାୟ ରହିବ ସେ ନେଇ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ଦୁଇବନ୍ଧୁ । ସାମାନ୍ୟ କିଛି ଉପକରଣ କରେଣ୍ଟ ଡାଟା ପାଇଁ ଚାରୋଟି ସେନ୍ସସର୍,ବର୍ତମାନ ଓ ପୁର୍ବାନୁମାର ଦୁଇଗୋଟି ଡିସ୍‌ପ୍ଲେ, ଓ ମୋବାଇଲ ଦ୍ୱାରା କମ୍ପ୍ୟୁଟରରେ କୋଡିଂ କରିଥାନ୍ତି ଦୁଇ ବନ୍ଧୁ ଅର୍ଜୁନ ଓ ସିଦ୍ଧେଶ୍ । ଗୋଟିଏ ଘଣ୍ଟା ଠାରୁ ଆରମ୍ଭକରି ୪୮ ଘଣ୍ଟା ଏବଂ ୭ ଦିନର ସଠିକ୍ ପାଣିପାଗର ସୁଚନା ଦେଉଛି ଏହି ଯନ୍ତ୍ର । ତେବେ ଏହି ଯନ୍ତ୍ର ତିଆରି କରି ଏହି ଦୁଇବନ୍ଧୁ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ତେବେ ଏମାନଙ୍କୁ ଯଦି ସରକାରୀ ସହାୟତା ଯୋଗାଇ ଦିଆ ଯାଆନ୍ତା ତା ହେଲେ ଆହୁରି ନୂତନ କୌଶଳର ଯନ୍ତ୍ରମାନ ତିଆରି ପାଇଁ ପ୍ରେରଣା ମିଳିପାରନ୍ତା ।