• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୪ ହଜାର ପଡ଼ାକୁ ମିଳିବ ଗାଁର ମାନ୍ୟତା । ସାରା ରାଜ୍ୟରେ ପ୍ରାୟ ୪ ହଜାର ନୂଆ ରାଜସ୍ୱ ଗ୍ରାମ ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସଂପର୍କରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ । ସେହିପରି ପଡ଼ାରୁ ଗାଁ ହେବା ପାଇଁ ମାପଦଣ୍ଡ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର ।

ମୂଳ ରାଜସ୍ୱ ଗ୍ରାମଠାରୁ ଅଧ କିମି ଦୂରରେ ଥିବା ପଡ଼ା ଗୁଡ଼ିକୁ ଗାଁରେ ପରିଣତ କରାଯିବ । ଅଧ କିମି ଦୂରରେ ଥିବ ତଥା ପଡ଼ାରେ ଅତିକମରେ ୨୫୦ ଲୋକ ବସବାସ କରୁଥିଲେ ତାହାକୁ ଗାଁର ମାନ୍ୟତା ଦିଆଯିବ ।  ଅନ୍ୟପଟେ କୌଣସି ପଡ଼ା ଅଧ କିମି ଦୂର ନଥିଲେ ବି ୩ଶହ ଲୋକ ବାସ କରୁଥିଲେ ତାକୁ ବି ଗାଁରେ ପରିଣତ କରାଯିବ । ୨୫୦ରୁ କମ୍ ଲୋକ ଥିଲେ ବି ପ୍ରାକୃତିକ ବ୍ୟବସ୍ଥାରେ ମୂଳ ଗାଁରୁ ଅଲଗା ଥିଲେ ଗାଁର ମାନ୍ୟତା ଦିଆଯିବ ।