• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟିଟିଲାଗଡ(ମାନସ ରଞ୍ଜନ ମହାନ୍ତି) : ’ଜୀବନ୍ତ ଭଗବାନଙ୍କ ଆଶୀର୍ବାଦରୁ ମେଡାଲ ମିଳିଛି । ମୁଁ ମୋ ବାପାମା’ଙ୍କ ପାଇଁ ଏଠାରେ ଅଛି । ତାଙ୍କ ଭଲପାଇବା ଓ ଭରସା ପାଇଁ ଏତେ ଦୂର ପହଞ୍ଚି ପାରୁଛି । ବାପାମା’ଙ୍କ ବ୍ୟତୀତ ଦୁଇ ଭାଇ ସମର୍ଥନ କରିଛନ୍ତି । ଆର୍ଥିକ ଅସୁବିଧା ଭିତରେ ସନ୍ଦୀପ ଭାଇ ମୋତେ ସମସ୍ତ ସହଯୋଗ କରିଛନ୍ତି । ମୁଁ କେବେ ଆଇଆଇଟି ଇନ୍ଦୋର ଆସିବି ବୋଲି ଚିନ୍ତା କରିନଥିଲି । ହେଲେ ଆଜି ମୁଁ ବହୁତ ଖୁସି । ’

aratiଗୋଲଡ଼ ମେଡାଲ ପାଇଥିବା ଆରତୀ

ଅବସରପ୍ରାପ୍ତ ସିଆରପିଏଫ ଯବାନଙ୍କ ଝିଅର ସଫଳତା । ମଫସଲ ଆଭ୍ୟନ୍ତରୀଣ ଅଞ୍ଚଳରୁ ଯାଇ ଆଇଆଇଟି ଇନ୍ଦୋରରେ ହାସଲ କଲେ ସ୍ୱର୍ଣ୍ଣ ପଦକ । କେମିଷ୍ଟ୍ରି ବିଭାଗର ସ୍ନାତକୋତ୍ତରରେ ସ୍ୱର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପରିବାରରେ ହସଖୁସିର ମାହୋଲ । ତେବେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଆରତୀ ଜଣେ ବୈଜ୍ଞାନିକ ହେବା ସହିତ ଦେଶ ମାତୃକାର ସେବା କରିବା ଲକ୍ଷ ରଖିଥିବା କହିଛନ୍ତି ପରିବାର ଲୋକେ ।

ସଇଁତଳା ବ୍ଲକ ଡ଼ୁମେରମୁଣ୍ଡା ଗାଁର ଆରତୀ ସାମଲ । ଅବସରପ୍ରାପ୍ତ ସିଆରପିଏଫ ଯବାନ ବିଘ୍ନରାଜ ସାମଲଙ୍କ ଝିଅ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ସଇଁତଲା ବ୍ଲକ ଅଧିନସ୍ଥ ଏକ ଉପାନ୍ତ ଅଞ୍ଚଳରେ ଆରତୀଙ୍କ ଘର । ହେଲେ ଏବେ ତାଙ୍କ ଗାଁ ବେଶ ପରିଚିତ । କାରଣ ଉପାନ୍ତ ଅଞ୍ଚଳରୁ ଯାଇ ଜଣେ ଛାତ୍ରୀ ଇନ୍ଦୋର ସ୍ଥିତ ଆଇଆଇଟିରେ କେମିଷ୍ଟ୍ରି ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିପାଇଁ ଆରତୀ ନିଜ ପରିବାର, ସମ୍ପର୍କୀୟ ଭାଇକୁ ସମସ୍ତ ଶ୍ରେୟ ଦେଇଛନ୍ତି । ଆରତୀ ଏକ ଭିଡିଓ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେବା ସହ କିଭଳି ଆର୍ଥିକ ଅନଟନରେ ଥାଇ ମଧ୍ୟସେ ପାଠ ପଢାକୁ ଅଧିକ ଧ୍ୟାନ ଦେଇଥିଲେ ଓ କିଭଳି ପରିଶ୍ରମ କରୁଥିଲେ ସେ ନେଇ ନିଜ ଅନୁଭୂତି ବାଣ୍ଟିଛନ୍ତି । ଜଣେ ସମ୍ପର୍କୀୟ ଭାଇ ଆର୍ଥିକ ସାହାଯ୍ୟ ସହଯୋଗ କରିବା ସହ ଆଗକୁ ପାଠ ପଢିବା ପାଇଁ ପ୍ରେରଣା ଯୋଗାଇ ଦେଉଥିଲେ ।

ବାପାଙ୍କ ଚାକିରୀ ସମୟରେ ବାରମ୍ବାର ହେଉଥିବାରୁ ଆରତୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିଲା । ଗୋଟିଏ ସ୍କୁଲରୁ ଆଉ ଗୋଟିଏ ସ୍କୁଲ, ତଥାପି ପାଠପଢ଼ାରେ ଅଧିକ ଧ୍ୟାନ ଦେଉଥିଲେ ଆରତୀ । ଆର୍ଥିକ ଅନାଟନ ସତ୍ତ୍ୱେ ଭୁବନେଶ୍ୱର ବିଜେବି କଲେଜରେ କଲେଜ ପାସ କରିଥିଲେ ଆରତୀ । ହେଲେ ଏତିକି ରେ ତାଙ୍କ ଶିକ୍ଷା ସରିନଥିଲା । ଆଗକୁ ଆଉ ପଢ଼ିବାର ଇଚ୍ଛା ରହିଥିଲା ।

ପରିବାର ଲୋକଙ୍କ ବାରଣ ସତ୍ତ୍ୱେ ଆରତୀ IITରେ ପ୍ରବେଶ କରିବାର ଯୋଗ୍ୟତା ହାସଲ କରିଥିଲେ । ଆଉ ଏବେ IIT ଇନ୍ଦୋରରେ PG କେମିଷ୍ଟ୍ରି ବିଭାଗରେ ଅଧ୍ୟୟନ କରୁଥିବା ବେଳେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ଖବର ଶୁଣିବା ମାତ୍ରେ ପରିବାରରେ ହସ ଖୁସି ର ମାହୋଲ ଭରି ରହିଛି। ଗାଁରେ ବିଘ୍ନରାଜ ସାମଲ ଙ୍କ ପରିବାର କୁ ଶୁଭେଚ୍ଛା ସହ ଅଭିନନ୍ଦନର ସୁଅ ଛୁଟୁଛି । ଆଗକୁ ଆରତୀ ଜଣେ ବୈଜ୍ଞାନିକ ହୋଇ ଦେଶ ପାଇଁ କିଛି କରିବାର ଆଶା ରଖିଛନ୍ତି ।

ଆରତୀ ସାମଲଙ୍କ ସଫଳତାରେ ଏବେ ସମଗ୍ର ଅଞ୍ଚଳ ବେଶ ଉତ୍ସାହିତ । ଆଗକୁ ଜଣେ ବୈଜ୍ଞାନିକ ହେବାର ଆଶା ନେଇ ନିଜ ପାଠ କୁ ଜାରି ରଖିଛନ୍ତି ଆରତୀ ।