• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଢେଙ୍କାନାଳ: ମାୟାନଗରୀ ମୁମ୍ବାଇରେ ଚମକିଲେ ଓଡିଆ ଝିଅ । ଢେଙ୍କାନାଳର ଝିଅ ସ୍ୱପ୍ନା ପ୍ରିୟଦର୍ଶିନୀ ‘ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ ଆୟୋଜିତ ରିୟାଲିଟି ସୋ’ ସୁପର ମଡେଲ୍ ଅଫ୍ ଦ ଇୟର ସିଜନ୍ ୨ରେ ସେ ଏହି ସଫଳତା ପାଇବା ସହ ରାଜ୍ୟ ତଥା ଢେଙ୍କାନାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

ଢେଙ୍କାନାଳ ସହରର କୁଞ୍ଜକାନ୍ତ ନିକଟରେ ସ୍ୱପ୍ନାଙ୍କ ଘର ବାପା ବିଶ୍ୱଜିତ ଓ ମାଆ ମଧୁମିତା ରାଉତରାୟଙ୍କର ଏକମାତ୍ର ଝିଅ ସ୍ୱପ୍ନା ପିଲାଟି ଦିନରୁ ମଡେଲିଂ ଓ ଆକ୍ଟିଂ ପ୍ରତି ତାଙ୍କର ରୁଚି ରହିଥିବା ବେଳେ ଏଥିଲାଗି ପରିବାର ଲୋକେ ମଧ୍ୟ ସହଯୋଗ କରିଆସିଛନ୍ତି । ସ୍ୱପ୍ନାଙ୍କ ପରିଶ୍ରମ ବଳରେ ସେ ଆଜି ଏହି ସଫଳତା ପାଇଥିବା ତାଙ୍କ ବାପା କହିଛନ୍ତି । ଆଗାମୀ ଦିନରେ ମଡେଲିଂ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ସ୍ୱପ୍ନା ।

ଆଜିର ଯୁଗରେ ଘରେ ଘରେ ଏଭଳି କିଛି ନା କିଛି ପ୍ରତିଭା ଦେଖିବାକୁ ମିଳୁଛି । ପିଲାଙ୍କ ଉତ୍ସାହ ଦେଖି ବାପା ମାଆଙ୍କ ମଧ୍ୟରେ ମଧ୍ୟ ଆଗ୍ରହ ଦେଖିବାକୁ ମିଳୁଛି । ଯାହା କାରଣକୁ ପିଲାଙ୍କ ଖୁସି ଓ ପ୍ରତିଭାକୁ ପ୍ରକାଶ କରିବା ପାଇଁ ସେମାନଙ୍କୁ ସୁଯୋଗ ଦେବା ସହ ସହଯୋଗ ମଧ୍ୟ କରୁଛନ୍ତି ।