• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପାୱାରଫୁଲ୍‌ ଫାଇଭ୍‌-ଟି ସଚିବକୁଙ୍କୁ ବିରୋଧ ।

  • ସ୍ଥିତି ସମୀକ୍ଷା ବେଳେ ସଚିବଙ୍କୁ ବିରୋଧ କଲେ ଛଟେଇ ନର୍ସିଂ ଷ୍ଟାଫ୍‌ ।

ବଲାଙ୍ଗିର: ପାୱାରଫୁଲ୍‌ ଫାଇଭ୍‌-ଟି ସଚିବକୁଙ୍କୁ ବିରୋଧ । ସ୍ଥିତି ସମୀକ୍ଷା ବେଳେ ସଚିବଙ୍କୁ ବିରୋଧ କଲେ ଛଟେଇ ନର୍ସିଂ ଷ୍ଟାଫ୍‌ । ରାଜ୍ୟ ସରକାରଙ୍କ ସଚିବ ସ୍ତରୀୟ ହାଇଲେଭେଲ୍ ଟିମ୍ ଆଜି ବଲାଙ୍ଗୀର ଗସ୍ତ କରି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଓ ଭିତ୍ତିଭୂମିର ତଦାରଖ କରିଛନ୍ତି । ମୁଖ୍ୟଶାସନ ସଚିବଙ୍କ ନେତୃତ୍ୱରେ ଫାଇଭ୍-ଟି ସଚିବ, ଜଳସମ୍ପଦ ସଚିବ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କ ଟିମ୍ ଦେଓଗାଁ ସରକାରୀ ସ୍କୁଲ ଏବଂ ପିପି ଏକାଡେମୀ ସ୍କୁଲରେ ମୋ ସ୍କୁଲ ଅଭିଯାନର ତଦାରଖ କରିଥିଲେ ।

ଏହାପରେ ଭିମଭୋଇ ମେଡିକାଲ କଲେଜ୍ ଏବଂ ହସପିଟାଲରେ ନିର୍ମାଣ ହେଉଥିବା ଅକ୍ସିଜେନ୍ ପ୍ଲାଣ୍ଟ ବୁଲି ଦେଖିଥିଲେ ସଚିବ ସ୍ତରୀୟ ଟିମ୍ । ପରେ ଲୋୟର ସୁକତେଲ ପ୍ରକଳ୍ପ କାମର ସ୍ଥିତି ପରଖିଥିଲେ ।

ତେବେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସମୀକ୍ଷା ବେଳେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବଙ୍କୁ ବିରୋଧ ପ୍ରଦର୍ଶନ ହୋଇଛି । ପୁନଃନିଯୁକ୍ତି ଦାବିରେ ନାରାବାଜି ସହ ବିରୋଧ ପ୍ରଦର୍ଶନ କରିଥିଲେ ଛଟେଇ ନର୍ସିଂଷ୍ଟାଫ୍ । ସେହିପରି ଲୋୟର ସୁକତେଲ ଅଫିସ ସାମ୍ନାରେ ଜଳସେଚନ ବିଭାଗର କର୍ମଚାରୀ ଅବସର ପରେ ପେନସନ୍ ଏବଂ ଇପିଏଫ୍ ଲାଗୁ କରିବା ଦାବିରେ ଆନ୍ଦୋଳନ କରିଥିଲେ ।