• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରେଢାଖୋଲ(ରମାକାନ୍ତ ମହାନନ୍ଦ) : ଜୀବନ ନେଉଛି ନାଳ । ପୋଲ ଟିଏ ନାହିଁ ବୋଲି ବିଭିନ୍ନ ସମୟରେ ଗାଁ ଲୋକଙ୍କ ଜୀବନ ଯାଉଛି । ଜୀବନ ବଞ୍ଚାଇବାକୁ ବାରମ୍ବାର ସରକାରଙ୍କ ପାଖରେ ଗୁହାରୀ କରୁଛନ୍ତି ଗ୍ରାମବାସୀ । ହେଲେ ଆଜି ପର୍ଯ୍ୟନ୍ତ ଫଳ ମିଳିଲାନି । ବିଶେଷକରି ସ୍ୱାସ୍ଥ୍ୟ ସମସ୍ୟା ହେଲେ ଯମ ଜଗି ରହୁଛି ନାଳ । ଏଥର ପୋଲ ନହେଲେ ଗାଁକୁ ପୂରାଇ ଦେବୁନି କି ଭୋଟ ଦେବୁନି ବୋଲି ଗାଁଲୋକେ ନିଷ୍ପତ୍ତି ନେଇଛନ୍ତି ।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୁଷୁରାମାଲ ପଚାଂୟତର କମଳାନାଳି ଗାଁ । ରାସ୍ତା ପାଇଁ ବହୁବାର କମଳାନାଳି ଓ ବଡବିଲ ଗାଁଲୋକେ ଅଭିଯୋଗ କରି ମଧ୍ୟ କିଛି ଲାଭ ମିଳିଲାନି । ଏହି ଗାଁ ଦୁଇଟିକୁ ଯିବାପାଇଁ ଚମ୍ପାଳି ନାଳରେ ଦୁଇଟି ନାଳପଡେ । ରାସ୍ତା କଥା ନକହିବା ଭଲ । ବର୍ଷା ୬ ମାସ ପୂରାପୁରି ବିପଦରେ ରହିଥିବା ବେଳେ ବାକିଦିନ ଭୟରେ ଯାଉଛନ୍ତି ଲୋକେ । ପାଠପଢା, ପିଡିଏସ ସାଗ୍ରୀ, ଭତ୍ତା ଏସବୁ ପାଇଁ ସମସ୍ତେ ହଇରାଣ ହେଉଛନ୍ତି ।

କିଛିଦିନ ତଳେ ପୋଲ, ରାସ୍ଥା ନାହିଁ ବୋଲି ଗାଁକୁ ଆମ୍ବୁଲେନ୍ସ ଗଲାନି । ଫଳରେ ଗୁରୁତର ଛୋଟପିଲାକୁ କାନ୍ଧରେ ବୋହି ବାପା ଚାଲି ଚାଲି ନାଳ ପାର କରିଥିଲେ । ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇବାରେ ବିଳମ୍ବ ହୋଇଥିଲା, ଆଉ ମେଡିକାଲରେ ପିଲାଟିର ମୃତ୍ୟୁ ହୋଇଥିଲା ।

କମଳାନାଳି ଓ ବଡବିଲ ଦୁଇଟି ଗାଁର ପ୍ରାୟ ୪୦୦ ଲୋକସଂଖ୍ୟା ରୁହନ୍ତି । ଚମ୍ପାଳି ନାଳରେ ପୋଲ ଓ ଗାଁକୁ ରାସ୍ଥାପାଇଁ ସ୍ଥାନୀୟ ବିଧାୟକଙ୍କୁ ଗାଁ ଲୋକେ ଅନୁରୋଧ କରିଥିଲେ । ଶେଷରେ ପଚାଂୟତ ମୁଖ୍ୟ ରାସ୍ଥାରୁ ମାତ୍ର ୩କି.ମି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ଥାହେଲା ଝାଟିକିମାଲ ଗାଁ ପର୍ଯ୍ୟନ୍ତ , କିନ୍ତୁ ସମସ୍ୟା ଯେମିତିକୁ ସେମିତି ରହିଲା । ନାଁ ପୋଲ ହେଲା ନାଁ ରାସ୍ଥାହେଲା ଦୁଇ ଗାଁକୁ ଯିବାପାଇଁ । ଆଜିବି ନାହିଁ ନଥିବା ସମସ୍ୟାରେ ରହିଛନ୍ତି ଲୋକେ । ପିଇବା ପାଣି , ରାସ୍ଥା, ଗାଁ ଗୁଡିଘର, ଜଳସେଚନ, ଏସବୁ ନାହିଁ ଏଠି । ଚାଷବାସ କରି, ବିଡିମୁଢି ଚଳନ୍ତି ସମସ୍ତ ପରିବାର । ଏଥର ପୋଲଟିଏ ନହେଲେ ଗାଁରେ କାହାରିକୁ ପୂରାଇ ନଦେବା ସହ ନିର୍ବାଚନ ବର୍ଜନ କରିବୁ ବୋଲି ସିଧାସଳଖ କହିଛନ୍ତି ଗାଁଲୋକେ ।