• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସ୍ୱପ୍ନାଦେଶ ପରେ ୪ଦିନ ହେଲା ତପସ୍ୟାରତ ମହିଳା

  • ପୂଜାପାଠ ସାଙ୍ଗକୁ ଚାଲିଛି ମନ୍ତ୍ରପଢ଼ା

ନବରଙ୍ଗପୁର(ନବଘନ ବିଷୋୟୀ ) : ବିଶ୍ୱାସ ନା ଅନ୍ଧବିଶ୍ୱାସ ? ଜଙ୍ଗଲରେ ତପସ୍ୟାରତ ମହିଳା । ସ୍ୱପ୍ନାଦେଶ ଗତ ୪ ଦିନ ହେଲା ମହିଳା ତପସ୍ୟାରେ ବସିଛନ୍ତି l ପୂଜାପାଠ ସାଙ୍ଗକୁ ଚାଲିଛି ମନ୍ତ୍ରପଢ଼ା । ଦାନ ଦକ୍ଷିଣା ଫଳମୂଳ ଦେଇ ପୂଜା କରୁଛନ୍ତି ଲୋକେ । ଧୀରେ ଧୀରେ ଜଙ୍ଗଲ ଭିତରେ ଜମୁଛି ଭିଡ଼ । ମହିଳା ଜଣକ ନିଜ ଦେହରେ ବାସୁକୀ ମାତା ଆସିଥିବା କହିଛନ୍ତି l ଏହାସହ ମହିଳାଙ୍କୁଦେଖିବାଓ ପୂଜାର୍ଚ୍ଚନା ଗହଳି ବଢ଼ୁଛି । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ଗ୍ରାମ ନିକଟସ୍ଥ ଢାମଣାପଦର ବାହାଲି ଜଙ୍ଗଲରେ । ଅନ୍ୟପଟେ ମହିଳାଙ୍କ ବିକୃତ ମସ୍ତିଷ୍କ ରହିଥିବା ଅଭିଯୋଗ କରି ସ୍ଥାନୀ ୟବାସିନ୍ଦାମାନେ ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରି ଚିକିତ୍ସା ଯୋଗାଇଦେବାକୁ ଦାବି କରିଛନ୍ତି l

ଦଳେଇଗୁଡା ଗ୍ରାମର ସିଙ୍ଗି ହରିଜନଙ୍କ ପତ୍ନୀ ବାଲମତି ହରିଜନ l ଗତ ଶନିବାର ରାତି ୨ ଟାରୁ ହଠାତ୍ ଘରୁ ପଳାଇ ଆସିଥିଲେ । ଆଉ ଏବେ ଜଙ୍ଗଲରେ ତପସ୍ୟାରତ ଅଛନ୍ତି । ସକାଳୁ ସକାଳୁ ଘର ଲୋକ ତାଙ୍କୁ ଖୋଜାଖୋଜି କରିବାପରେ ପାଇନଥିଲେ l ପରେ ନିକଟସ୍ଥ ଢାମଣାପଦର ବାହାଲି ଜଙ୍ଗଲର ଏକ ଛୋଟିଆ ପଥର ପାହାଡ଼ରେ ସେ ତପସ୍ୟା ଅବସ୍ଥାରେ ବସିଥିବା ଦେଖିବାକୁ ମିଳିଥିଲା । ତାଙ୍କର ଏଅବସ୍ଥା ଶୁଣି ଆଖପାଖ ଅଞ୍ଚଳର ଗ୍ରାମବାସୀଙ୍କ ଭିଡ଼ ଜମିଥିଲା । କିଛି ଲୋକ ତାଙ୍କ ନିକଟରେ ନଡ଼ିଆ, କଦଳୀ, ଧୂପଦୀପ ଦେଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି l

ପୂର୍ବରୁ ସ୍ୱାମୀ ସିଙ୍ଗି ହରିଜନ ଗାଈ ଚରାଉ ଥିବାବେଳେ ସ୍ତ୍ରୀ ବାଲ ହରିଜନ ଝାଡାଫୁଙ୍କା ଆଦି କାମ କରି ପରିବାର ପୋଷୁଥିଲେ l ବର୍ତ୍ତମାନ ବାଲ ହରିଜନ ତପସ୍ୟାରତ ଥିବାରୁ ତାଙ୍କ ସୁରକ୍ଷା ନିକଟରେ ଜଗି ବସିଛନ୍ତି । ବାଲ ଦୁଇ ଚାମଚ କ୍ଷୀର ପିଉଥିବାବେଳେ ପାହାନ୍ତିଆ ୩ଟାରେ ଗାଧୋଇବାକୁ ଯାଉଥିବା ଭକ୍ତମାନଙ୍କୁ କହିଛନ୍ତି l ଉଭୟ ଅଲେଖ ଧର୍ମ ଗ୍ରହଣ କରିଛନ୍ତି ବୋଲି ଜଣାପଡ଼ିଛି ।

ଗୋଟିଏପଟେ ତପସ୍ୟାରତ ମହିଳା କାହା ସହ କଥା ହେଉନଥିବା ଭକ୍ତମାନେ କହୁଥିଲା ବେଳେ ଆମ କ୍ୟାମେରାସାମ୍ନାରେ ସେ ଘର, ମନ୍ଦିର ଓ ନଳକୂପ ପାଇଁ ଦାବି କରିଛନ୍ତି l ଏଥିସହ କ୍ୟାମେରାରେ ସେ କରୁଥିବା ସ୍ତୁତିକୁ ରେକର୍ଡିଙ୍ଗ କରିବାକୁ କହିଥିଲେ l ଯାହାକୁ ନେଇ ସ୍ଥାନୀୟ ଲୋକେ ଉକ୍ତ ମହିଳା ଜଣକ ବାହାନା କରି ଏଭଳି କରୁଥିବା ଅଭିଯୋଗ କରିଛନ୍ତି l ସେହିଭଳି ପାପଡାହାଣ୍ଡି ଗ୍ରାମର ସୁଶାନ୍ତ ବେହେରା ତାଙ୍କ ମୁଣ୍ଡ ଖରାପ ଥିବା ମଧ୍ୟ ଅଭିଯୋଗ କରି ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସତ୍ୟକୁ ବାହାର କରବାକୁ କହିଛନ୍ତି । ଏହା ଅନ୍ଧବିଶ୍ୱାସ ନା ଭଗବାନପ୍ରେମ ତାହା ଜଣା ପଡୁନଥିବା ବେଳେ ଲୋକଙ୍କ ଭିଡ଼ ଦେଖି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ବଢ଼ିବାରେ ଲାଗିଛି l