• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପ୍ରୋତ୍ସାହନ ଅଭାବ, ଲୋପ ପାଇବାକୁ ବସିଛି ମୃଦଙ୍ଗ କାରିଗରର କୌଳିକ ବୃତ୍ତି 

  • କରୋନା ସମୟରେ ବେପାର ଠପ୍

  • ପରିଶ୍ରମ ତୁଳନାରେ ମିଳୁନି ପାରିଶ୍ରମିକ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଲୋକକଳା, ଲୋକ ସଂସ୍କୃତି ତଥା ଲୋକବାଦ୍ୟକୁ ବଂଚାଇବାପାଇଁ ସରକାରୀ ସ୍ତରରେ ବିଭିନ୍ନ ଉତ୍ସବ ଆୟୋଜନା ସହ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । ହେଲେ ଏଥିପାଇଁ ଯେଉଁ ବାଦ୍ୟ ଦରକାର ସେ ବାଦ୍ୟର କାରିଗରମାନେ ଏବେ ଅବହେଳିତ ଅବସ୍ଥାରେ । କରୋନା ମହାମାରୀ ଛଡେଇ ନେଇଛି ସେମାନଙ୍କ ଜୀବନ ଜୀବିବା । ଲକଡାଉନ, ସଟଡାଉନ ହେବା ଫଳରେ ସେମାନଙ୍କ ବାଦ୍ୟ ଯନ୍ତ୍ର ବକ୍ରି ହେଉନଥିବାରୁ ଏବେ ଚିନ୍ତ୍ରାରେ ଏହି ମୃଦଙ୍ଗ ବାଦ୍ୟ କାରିଗର।

ସରକାରୀ ପ୍ରୋତ୍ସାହନ ଅଭାବରୁ ମୃଦଙ୍ଗ କରିଗର ମାନଙ୍କର କୌଳିକ ବୃତ୍ତି ଧିରେ ଧିରେ ଲୋପ ପାଇବାକୁ ଯାଉଛି । ହେଲେ ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ କିଛି ମୃଦଙ୍ଗ କାରିଗରର ପରିବାର ଏଇ ବୃତ୍ତି ବଂଚାଇ ରଖିଛନ୍ତି । ଢୋଲ,ନିଶାନ,ତାସା,ମୃଦଙ୍ଗ ପରି ବିଭିନ୍ନ କିସମର ବାଦ୍ୟ ପ୍ରସ୍ତୁତି କରୁଛନ୍ତି କାରିଗରମାନେ । ସକାଳୁ ସଂଞ୍ଜଯାଏ ସପରିବାର ଏଇ କାମରେ ଲାଗିପଡନ୍ତି । ବାହାରୁ ମାଟିରୁ ପ୍ରସ୍ତୁତ ଝାଂଜ ଆଣି ତାଉପରେ ଚମଡାକୁ କାଟି ଏଇ ସବୁ ବାଦ୍ୟଯନ୍ତ ପ୍ରସ୍ତୁତି କରାଯାଏ । ଦିନକୁ ଦିନ ଚମଡା ମଳୁନଥିବା ବାହାର ବଜାରରୁ ଚମଡା କିଣି ସେମାନେ ବାଦ୍ୟ ଯନ୍ତ ତିଆରି କରୁଛନ୍ତି ।

ହେଲେ ଗତ ଦୁଇ ବର୍ଷ କରୋନା ଯୋଗୁଁ ମେଳା ମହୋତ୍ସବ, ନାମ ସଂକୀର୍ତ୍ତନ, ବନ୍ଦ ହେବା ଫଳରେ ଏହି ବାଦ୍ୟ ସବୁ ଆଉ କଳାକାରମାନେ କିଣୁ ନାହାନ୍ତି । ଫଳରେ ଏହା ସବୁ ତିଆରି ହୋଇ ଘରେ ବିକ୍ରି ନ ହୋଇ ପଡିଛି । ଗୋଟିଏ ବାଦ୍ୟଯନ୍ତ୍ର ତିଆରି କରିବାକୁ ୫ ରୁ ୭ ଦିନ ସମୟ ଲାଗୁଥିବା ବେଳେ ପରିଶ୍ରମ ତୁଳନାରେ ଆବଶ୍ୟକ ଅର୍ଥ ମିଳୁନଥିବା କାରିଗରମାଲେ କହିଛନ୍ତି । ସେହିପରି କରୋନାରେ ମୃଦଙ୍ଗ କାରିଗର ମାନଙ୍କ ବେପାର ବନ୍ଦ ହୋଇଯାଇଛି ।

ମୃଦଙ୍ଗ କାରିଗର ମାନଙ୍କ ପାଇଁ ଲୋକକଳା ,ଲୋକସଂସ୍କୃତି, ଲୋକବାଦ୍ୟ ବଂଚିପାରିଛି । ହେଲେ ସେହି ବାଦ୍ୟର କାରିଗର ମାନ ଙ୍କୁ ସେମାନଙ୍କୁ କୌଣସି ପ୍ରେତ୍ସାହନ ସୁବିଧା ସୁଯୋଗ କିମ୍ବା ଆବଶ୍ୟକ କଞ୍ଚାମାଲ ଯୋଗାଇ ଦିଆଯାଉନାହିଁ । ଯାହା ଫଳରେ କେଉଁ ବାପ ଅଜା ଅମକ୍ଷରୁ କରିଆସୁଥିବା ଏଇ କୌଳିକ ବୃତ୍ତି ଦିନୁକୁଦିନ ପ୍ରେତ୍ସାହନ ଅଭାବରୁ ହଜିଯିବାକୁ ବସିଲାନି ।

ଲୋକ ସଂସ୍କୃତିକୁ ବଂଚାଇବା ଉଦେଶ୍ୟରେ କାମ କରୁଥିବା ଏହି ଲୋକ ବାଦ୍ୟ କାରିଗ ରମାନଙ୍କୁ ସରକାରୀ ସୁବିଧା ସୁଯୋଗ ଦିଆଗଲେ, ସେମାନେ ଆଗକୁ ଆହୁରି ଉତ୍ସାହିତ ହେବାସହ ସେମାନଙ୍କ କୌଲିକ ବୃତ୍ତି ବଂଚିପାରନ୍ତା ।