• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଦେଶ ଦୁନିଆରେ ଏମିତି କିଛି ବିପଦପୂର୍ଣ୍ଣ ଜାଗା ଅଛି ଯାହା ବିଷୟରେ ଶୁଣିବା ମାତ୍ରେ ରୁମ୍ ଟାଙ୍କୁରି ଉଠେ। ଅନେକ ସମୟରେ ପର୍ଯ୍ୟଟକମାନେ ଏହି ସ୍ଥାନଗୁଡିକ ବିଷୟରେ ରୋମାଞ୍ଚକର ତଥ୍ୟ ଜାଣିବା ନେଇ ଏଠାକୁ ଭ୍ରମଣ କରିଥାନ୍ତି। ଏହାରି ଭିତରେ ଏମିତି କେତେକ ପୋଲ ଅଛି ଯାହାକୁ ପାରି ହେବା ପାଇଁ ଅବସ୍ଥା ବାର ବାଜିଯାଏ।

ବ୍ରିଟେନର କାରିକ୍ ଏ ରେଡେ ରୋପ୍ ବ୍ରିଜ୍

କାରିକ୍ ଏ ରେଡେ ରୋପ୍ ବ୍ରିଜ୍ ଦୁନିଆର ସବୁଠାରୁ ବିପଜ୍ଜନକ ପୋଲ ମଧ୍ୟରୁ ଅନ୍ୟତମ। ଏହି ପୋଲର ଲମ୍ବ ପ୍ରାୟ ୨୦ ମିଟର ହୋଇଥିବା ବେଳେ ତଳୁ ପ୍ରାୟ ୩୦ ମିଟର ଉଚ୍ଚ। ଏହି ପୋଲର ରୋମାଞ୍ଚକୁ ଉପଭୋଗ କରିବାକୁ ପୃଥିବୀର ବିଭିନ୍ନ ସ୍ଥାନରୁ ବହୁ ପର୍ଯ୍ୟଟକ ଏଠାକୁ ଆସନ୍ତି । ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ମଧ୍ୟରେ ଏହି ସ୍ଥାନକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

Most dangerous bridgesଦୁନିଆର ବିପଦପୂର୍ଣ୍ଣ ପୋଲ

ପାକିସ୍ତାନର ହୁସେନି ହ୍ୟାଙ୍ଗିଂ ବ୍ରିଜ୍‌

ପାକିସ୍ତାନରେ ଅବସ୍ଥିତ ହୁସେନି ହ୍ୟାଙ୍ଗିଂ ବ୍ରିଜ। ଦୁନିଆର ଆଉ ଏକ ବିପଜ୍ଜନକ ସେତୁ ମଧ୍ୟରେ ଗଣାଯାଏ। ଏହା ପାକିସ୍ତାନର ଗିଲ୍‌ଗିଟ୍-ବାଲ୍ଟିସ୍ତାନ ଅଞ୍ଚଳରେ ଅବସ୍ଥିତ। ଏହି ପୋଲ ହୁଞ୍ଜା ନଦୀ ଉପରେ ନିର୍ମିତ, ଯାହା ଦୁଇ ଗାଁକୁ ସଂଯୋଗ କରିବାରେ ସାହାଯ୍ୟ କରେ। ଏହି ପୋଲ ପାର ହେବା ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ।

ମାଲେସିଆର ଲଙ୍ଗକାୱି ସ୍କାଏ ବ୍ରିଜ୍

୨୦୦୪ ମସିହାରେ ଲଙ୍ଗକାୱି ସ୍କାଏ ବ୍ରିଜ୍ ସଂପୂର୍ଣ୍ଣ ହୋଇଥିଲା। ଏହା ହେଉଛି ଦୁନିଆର ସବୁଠାରୁ ଲମ୍ବା ବକ୍ର ପୋଲ। ଏହାକୁ ଦୁନିଆର ସବୁଠାରୁ ବିପଜ୍ଜନକ ପୋଲ ମଧ୍ୟରେ ଗଣାଯାଏ। ଏହା ପ୍ରାୟ ୬୬୦ ମିଟର ଉଚ୍ଚରେ ଅବସ୍ଥିତ। ଏହାର ସ୍ୱତନ୍ତ୍ରତା ହେତୁ ଅନେକ ପର୍ଯ୍ୟଟକ ଏହାର ରୋମାଞ୍ଚ ନେବାକୁ ଏଠାକୁ ଆସନ୍ତି।

Most dangerous bridgesଦୁନିଆର ବିପଦପୂର୍ଣ୍ଣ ପୋଲ

ୟୁଏସ୍‌ଏର ରୟାଲ୍ ଗର୍ଜ୍ ବ୍ରିଜ୍

ରୟାଲ୍ ଗର୍ଜ୍ ବ୍ରିଜ୍ ଆରକଂନାସ୍ ନଦୀ ଉପରେ ଅବସ୍ଥିତ। ଏହାର ଉଚ୍ଚତା ପ୍ରାୟ ୯୫୫ ଫୁଟ। ଏହା ହେଉଛି ଆମେରିକାର ସର୍ବୋଚ୍ଚ ସସ୍ପେଂଶନ ପୋଲ। ଏହାର ନାମ ବିପଜ୍ଜନକ ପୋଲ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ। ଏହି ସେତୁ ୧୯୨୯ ମସିହାରେ ନିର୍ମିତ ହୋଇଥିଲା। ଏହାର ରୋମାଞ୍ଚକୁ ଉପଭୋଗ କରିବା ନେଇ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।

ଚୀନ୍‌ର ଗ୍ଲାସ୍ ବଟମ ବ୍ରିଜ୍‌

ଗ୍ଲାସ୍ ବଟମ୍ ବ୍ରିଜ୍ ଚାଇନାରେ ଅବସ୍ଥିତ। ଏହା ସଂପୂର୍ଣ୍ଣ କାଚରେ ନିର୍ମିତ। ଏହି କାରଣରୁ, ଏହା ଉପରେ ଚାଲିବାବେଳେ ତଳର ଗଭୀରତା ସ୍ପଷ୍ଟ ଦେଖାଯାଏ। ଏହି କାରଣରୁ, ଅନେକ ଲୋକ ଭୟ କରି ଏହାକୁ ସଂପୂର୍ଣ୍ଣ ଅତିକ୍ରମ କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ଅଧା ବାଟରୁ ସେମାନେ ଫେରି ଆସନ୍ତି। ଏହା ପ୍ରାୟ ୧୨୩୦ ଫୁଟ ଉଚ୍ଚରେ ନିର୍ମିତ ହୋଇଥିବା ବେଳେ ଏହାର ଲମ୍ବ ୯୮୪ ଫୁଟ। ଏହାର ନାମ ଦୁନିଆର ସବୁଠାରୁ ଉଚ୍ଚ ସେତୁରେ ଅନ୍ତର୍ଭୁକ୍ତ।