• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କୋଭିଡ୍ ଗାଇଡଲାଇନ ଅନୁସାରେ ୧୬ଟି ରୁଟରେ ଗଡ଼ିଲା ମୋ ବସ୍

  • ବସରେ ମାସ୍କ ବାଧ୍ୟତାମୂଳକ, ଛିଡ଼ା ହୋଇ ଯାତ୍ରୀ ନେବା ମନା

ଭୁବନେଶ୍ୱର : ଆଜିଠାରୁ ୧୬ଟି ରୁଟରେ ମୋ ବସ ସେବା ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୮୭ଟି ବସ ଚାଲିବ । ସୋମବାରରୁ ଶୁକ୍ରବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୋ ବସ ଚାଲୁ ରହିବ । କୌଣସି ଯାତ୍ରୀଙ୍କୁ ଛିଡ଼ା ହୋଇ ଯିବାକୁ ଅନୁମତି ଦିଆବ ନାହିଁ । ସେହିପରି ବସରେ ଯିବା ପାଇଁ ଯାତ୍ରୀମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କ ନଥିଲେ ମୋ ବସରେ ଚଢିବାକୁ ଦିଆଯିବ ନାହିଁ । ତେବେ ସପ୍ତାହାନ୍ତରେ ମୋ ବସ ସେବା ବନ୍ଦ ରହିବ । ଅନ୍ୟପକ୍ଷରେ ଏହି ସମୟରେ ରେଲୱେ ଷ୍ଟେସନ ଓ ଏୟାରପୋର୍ଟରୁ ମୋ ବସ ସେବା ଜାରି ରହିବ ବୋଲି କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ କୁହାଯାଇଛି ।

ସେପଟେ ଅଢ଼େଇ ମାସର ବିରତି ପରେ ଆଜି ଠାରୁ ରାଜ୍ୟବ୍ୟାପୀ ଗଡ଼ିଲା ବସ୍ । ଦାବି ପୂରଣ ଲାଗି ସରକାରଙ୍କ ପ୍ରତିଶ୍ରୁତି ପରେ ଘରୋଇ ବସ୍ ମାଲିକ ସଂଘ ଚଳାଚଳ ପାଇଁ ନିଷ୍ପତ୍ତି ନେଇଥିଲା । ଏଥିପାଇଁ ବସ ମାଲିକଙ୍କଠାରୁ ଆରମ୍ଭ କରି ଡ୍ରାଇଭର, ହେଲ୍ପର୍ ସଭିଏଁ ଉତ୍ସାହିତ । ଲକଡାଉନରେ ବସ୍ ଚଳାଚଳ ବନ୍ଦ ଯୋଗୁ ରୋଜଗାର ହରାଇଥିଲେ କର୍ମଚାରୀ ଏବେ ବସ୍ ଚାଲିବା ନେଇ ସଂଘର ଘୋଷଣା ପରେ ପରିବାର ପେଟକୁ ଦାନା ଯୋଗାଡ଼ ପାଇଁ ଆଶା ବାନ୍ଧିଛନ୍ତି । ହେଲେ ସବୁ କିଛି ଯାତ୍ରୀଙ୍କ ଭରସାରେ, ନିର୍ଦ୍ଦେଶ ଅନୁଯାୟୀ କେବଳ ଯେତିକି ସିଟ୍, ସେତିକି ଯାତ୍ରୀ ହିଁ ଯାଇପାରିବେ ।

ବିନା ମାସ୍କରେ ଯାତ୍ରୀଙ୍କୁ ବସରେ ଉଠାଇବାକୁ ମନା କରାଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବସକୁ ସାନିଟାଇଜ୍ କରାଯାଉଛି । ତଥାପି ବସ ମାଲିକଙ୍କ ମନକୁ ଯାତ୍ରୀ ନହେବା ଭୟ ଘାରିଛି । ଆଗକୁ ତୃତୀୟ ଲହର ଡର ବି ରହିଛି । ତେଣୁ ପାଖାପାଖି ଦୁଇ ମାସ ଯାଏଁ କ୍ଷତିରେ ହିଁ ଚଲାଇବାକୁ ପଡ଼ିବ ବୋଲି ମାଲିକଙ୍କ ମନରେ ଆଶଙ୍କା ବି ରହିଛି । ଶୁକ୍ରବାର ଘରୋଇ ବସ୍ ମାଲିକ ସଂଘର ୭ ଦଫା ଦାବି ନେଇ ସରକାରଙ୍କ ସହ ଆଲୋଚନା ହୋଇଥିଲା । ବସ୍‌ ମାଲିକ ସଂଘ ପକ୍ଷରୁ କରାଯାଇଥିବା ଦାବିକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଅଗଷ୍ଟ ଓ ସେମ୍ବେର ମାସର ଟିକସ ଛାଡ ପାଇଁ ବିଚାର ବିମର୍ଶ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଥିଲେ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ।