• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚୌଦ୍ୱାର(ପ୍ରକାଶ କୁମାର ନାୟକ) : ପରିବେଶ ପ୍ରଦୂଷଣ ହେବନି । ବାହାର ମଇଳା କରିବେନି ଲୋକ । ସେଥିଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଛନ୍ତି ଶୌଚାଳୟ । ହେଲେ ତାହା କାମେର ଆସୁନଥିବା ବେଳେ ବଣବୁଦା ଭିତେର ଲୁଚିରହିଛି ସବୁ ଶୌଚାଳୟ । ନିର୍ମାଣର ଚାରି ବର୍ଷ ପରେ ସୁଦ୍ଧା ତାଲା ଖୋଲି ନଥିବା ବେଳେ ସନ୍ଧ୍ୟା ହେଲେ ଶୌଚାଳୟ ପାଲଟିଛି ମଦୁଆଙ୍କ ଆଡାସ୍ଥଳୀ, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚୌଦ୍ୱାର ପୌରପାଳିକାର ଲୋକେ ।

ଚୌଦ୍ୱାର ପୌରପାଳିକାର ସ୍ୱଚ୍ଛତା କାର୍ଯ୍ୟକ୍ରମ ଅଧୀନରେ ନିର୍ମାଣ କରାଯାଛି ଶୌଚାଳୟ । ଲୋକଙ୍କୁ ସଚେତନ ତଥା ଆକୃଷ୍ଟ କରିବା ନିମନ୍ତେ ଶୌଚାଳୟ କାନ୍ଥରେ ଅଙ୍କା ଯାଇଛି ବିଭିନ୍ନ ସଚେତନତା ଭିତ୍ତିକ ଚିତ୍ର । ହେଲେ ୨୦୧୭/୧୮ ମସିହାରେ ନିର୍ମାଣ କରାଯାଇଥିବା ଶୌଚାଲୟ ଗୁଡିକ ମଧ୍ୟରୁ ୪ ଟି କିଛି ଦିନ ଖୋଲାଯିବା ପରେ ତାଲା ପଡିଯାଇଥିଲା । ଅନ୍ୟ ଗୁଡିକର ତ ତାଲା ଆଜି ପର୍ଯ୍ୟନ୍ତ ଖୋଲାଗଲା ନାହିଁ । ଜଙ୍ଗଲ ମଧ୍ୟରେ ଲୁଚିବାକୁ ବସିଲାଣି ଏହି ସବୁ ଶୌଚାଳୟ ।  କେଉଁଠି ଲଟା ମାଡି ଗଲାଣି ତ ଆଉ କେଉଠି ମଦୁଆଙ୍କ ଆଡା ଜମିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଚୌଦ୍ୱାର ସହରକୁ ଆସୁଥିବା ଲୋକମାନେ ବାହାର ମଇଳା ନକରି ସୁବିଧାରେ ଶୌଚ କରିବା ପାଇଁ ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଇଛି ଶୌଚାଳୟ । ହେଲେ ଶୌଚାଳୟର ନିର୍ମାଣ ପରଠାରୁ ତାଲା ଝୁଲୁଛି । ଏହା ଉପରେ ପୌର ପରିଷଦର କେବେ ଦୃଷ୍ଟି ପଡୁନାହିଁ । ପୌରପାଳିକାର ଗାନ୍ଧି ଛକ ଠାରେ ନିର୍ମିତ ହୋଇଥିବା ଶୌଚାଳୟ ଉପରେ ନିର୍ଭର କରୁଛନ୍ତି ବିଭିନ୍ନ ସ୍ଥାନକୁ ଯାଆ ଆସ କରୁଥିବା ଯାତ୍ରୀ ଏବଂ ବିଭିନ୍ନ ସ୍ଥାନରୁ ପରିବା ବଜାରକୁ ଆସୁଥିବା ବ୍ୟବସାୟୀ ମାନେ । କିନ୍ତୁ ଶୌଚାଳୟରେ ତାଲା ଝୁଲୁଥିବାରୁ ସେମାନେ ଖୋଲା ସ୍ଥାନରେ ମଳତ୍ୟାଗ କରିବାକୁ ବଧ୍ୟ ହେଉଛନ୍ତି । ଯାହାଦ୍ୱରା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ଭୁଖିନ ହେଉଛନ୍ତି ।

କର୍ମଚାରୀ ନିଯୁକ୍ତିକୁ ନେଇ ସମସ୍ୟା ଥିବାରୁ ଆଜି ପର୍ଯ୍ୟନ୍ତ ଏହି ଶୌଚାଳୟ ଗୁଡିକ ଖୋଲାଯାଇ ପାରିନି । ଏବେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆଯିବ ଏବଂ ଖୁବ୍ ଶୀଘ୍ର ଏହି ଶୌଚାଲୟ ଗୁଡିକ ଖୋଲାଯିବ ବୋଲି କହିଛନ୍ତି ଚୌଦ୍ୱାର ପୌରନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା । ତେବେ ଆଗାମୀ ସମୟରେ ଦେଖିବାକୁ ବାକି ରହିଲା ଏହି ଶୌଚାଳୟ ଗୁଡିକର ତାଲା କେବେ ଖୋଲୁଛି ଓ ଏହା ଲୋକ ମାନଙ୍କ କାର୍ଯ୍ୟରେ ଆସିପାରୁଛି ।