• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ

  • କାଲି ରାତିରୁ ବାରିପଦା ଉଦଳା ରାସ୍ତାରେ ଗାଡ଼ି ଚଳାଚଳ ଠପ୍

  • ବାରିପଦା ପିଆରଏମ୍ ମେଡିକାଲରେ ରୋଗୀଙ୍କର ହୋଇଥିଲା ମୃତ୍ୟୁ

  • ଚିକିତ୍ସାଧୀନ ରୋଗୀଙ୍କ ଉପରେ ଖସି ପଡ଼ିଥିଲା ଛାତରୁ କଂକ୍ରିଟ୍

ବାରିପଦା( ମାନିକ୍ ଲାଲ୍ ପାଣି ) : ମୃତଦେହ ରଖି ରାସ୍ତା ଅବରୋଧ । କାଲି ରାତିରୁ ବାରିପଦା ଉଦଳା ରାସ୍ତାରେ ଗାଡ଼ି ଚଳାଚଳ ଠପ୍ । ଗତ ୩ ତାରିଖରେ ବାରିପଦା ପିଆରଏମ୍ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଛାତରୁ କଂକ୍ରିଟ ଖସି ଶାମାଖୁଣ୍ଟା ଅଞ୍ଚଳର ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ । କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର ହେବା ପରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ପାଇଁ ପ୍ରଶାସନକୁ ଦାୟୀ କରି କ୍ଷତିପୂରଣ ଦାବି କରିଛନ୍ତି ପରିବାର ଓ ସମ୍ପର୍କୀୟ । ଗତକାଲିଠାରୁ ବାରିପଦା ଉଦଳା ଛରାସ୍ତାର ପୋଡ଼ା ବସ୍ତିଆ ଛକରେ ଚକାଜାମ କରିଛନ୍ତି ଲୋକେ ।

ସୂଚନା ଅନୁସାରେ ଗତ ତିନି ତାରିଖରେ ଶାମାଖୁଣ୍ଟା ଅଞ୍ଚଳର ଜଣେ ବ୍ୟକ୍ତି ବାରିପଦା ପିଆରଏମ୍ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ ତାଙ୍କ ମୁଣ୍ଡ ଉପରେ ଛାତରୁ କଂକ୍ରିଟ ଖସି ପଡ଼ିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ । ଦୁଇ ଦିନ ଧରି ତାଙ୍କ ଚେତା ନଫେରିବାରୁ ସେତେବେଳେ ଉତ୍ତେଜନା ଦେଖା ଦେଇଥିଲା । ମେଡିକାଲ କଲେଜ କର୍ତୁପକ୍ଷ ଆହତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଓ ଖର୍ଚ୍ଚ ପ୍ରତିଶ୍ରୁତି ଦେଇ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଇଥିଲେ ।

ତେବେ ସେଠାରେ ଗତକାଲି ତାଙ୍କର ମୃତ୍ୟୁ ହେବା ପରେ ଶବ ବାରିପଦା ଆସିବା ପରେ ଏହି ପରି ଧାରଣା ଜାରି ରହିଛି । ଲୋକେ ଜିଦ୍ ଧରି ବସିଛନ୍ତି ଉପଯୁକ୍ତ କ୍ଷତିପୂରଣ ନମିଳିବା ଯାଏଁ ରାସ୍ତାରୁ ହଟିବୁ ନାହିଁ । ଏପରିକି ଆଜି ସକାଳେ ମୂଷଳ ଧାରାରେ ବର୍ଷା ହେଉଥିଲେ ବି ନିଜ ଜିଦ୍‌ରୁ ଓହରି ନାହାନ୍ତି ମୃତକଙ୍କ ପରିବାର ଲୋକ । ପ୍ରଶାସନିକ ଅଧିକାରୀ ମଧ୍ୟ ଧାରଣା ଦେଇଥିବା ଲୋକଙ୍କୁ ବୁଝାସୁଝା କରିବାରେ ଫେଲ ମାରିଛନ୍ତି । ଫଳରେ ବହୁ ସଂଖ୍ୟାରେ ଗାଡ଼ି ମୋଟର ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।