• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରାତାରାତି ବଦଳିଗଲା ଭାଗ୍ୟ

  • ୯୦ ପଇସାରେ କିଣିଥିଲେ, ୨ ଲକ୍ଷରେ ବିକ୍ରି କଲେ

  • ଅନଲାଇନ୍ ନିଲାମୀରେ ଚାମଚ ୨ ଲକ୍ଷ ଟଙ୍କାରେ ବିକ୍ରି ହେଲା

  • ଯାଂଚରୁ ଜଣାପଡ଼ିଛି, ଏହା ୧୩ତମ ଶତାବ୍ଦୀର ଚାମଚ

ଲଣ୍ଡନ : ଭାଗ୍ୟ ବଦଳାଇ ଦେଲା ପୁରୁଣା ଚାମଚ । ୯୦ ପଇସାରେ କିଣିଥିଲେ, ୨ ଲକ୍ଷରେ ବିକ୍ରି କଲେ । ରାତାରାତି ଲକ୍ଷପତି ହୋଇଗଲେ ଲଣ୍ଡନର ଜଣେ ବ୍ୟକ୍ତି । ରାସ୍ତା କଡ଼ରୁ କିଣିଥିବା ଏକ ଭଙ୍ଗା ପୁରୁଣା ଚାମଚକୁ ଅନଲାଇନ ନିଲାମୀରେ ୧୨ ଗୁଣରୁ ଦାମରେ ଅଧିକ ବିକ୍ରି କରି ଲକ୍ଷପତି ହୋଇ ଯାଇଛନ୍ତି । ବ୍ରିଟିଶ ଟାବ୍ଲଏଡ୍ ଦି ସନ୍ ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ସଂପୃକ୍ତ ବ୍ୟକ୍ତିଙ୍କୁ ପୁରୁଣା ଏବଂ ଭଙ୍ଗା ଚାମଚ ଅଦ୍ଭୁତ ଲାଗିଥିଲା, ଆଉ ସେଥିପାଇଁ ସେ ଚାମଚ ଟିକୁ କିଣିଥିଲେ ।

୧୩ତମ ଶତାବ୍ଦୀର ରୂପା ଚାମଚ

ଲଣ୍ଡନର ଜଣେ ବ୍ୟକ୍ତି ରାସ୍ତା କଡ଼ରେ ବୁଲୁଥିବା ବେଳେ ପୁରୁଣା ଚାମଚକୁ ମାତ୍ର ୯୦ ପଇସାରେ କିଣିଥିଲେ । ଚାମଚଟି ଏକ ପ୍ରାଚୀନ ମୂଲ୍ୟବାନ ପଦାର୍ଥ ବୋଲି ସେ ଜାଣି ନଥିଲେ । ପରେ ସେ କ୍ରୁକର୍ଣ୍ଣ, ସରମସେଟର ଲରେନ୍ସ ନିଲାମକାରୀଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଚାମଚକୁ ନିଲାମ କରିବାକୁ ପଞ୍ଜିକରଣ କରିଥିଲେ । ତେବେ ପଞ୍ଜିକରଣ କରାଇବା ପରେ ଲରେନ୍ସର ରୂପା ବିଶେଷଜ୍ଞ ଆଲେକ୍ସ ବଚର୍ ଚାମଚକୁ ଯାଂଚ କରିଥିଲେ । ୫-ଇଞ୍ଚ ଚାମଚ ୧୩ ତମ ଶତାବ୍ଦୀର ଶେଷ ଭାଗରେ ରୂପାରେ ତିଆରି ହୋଇଥିବା ଯାଂଚରୁ ଜଣାପଡ଼ିଥିଲା ।

୨ଲକ୍ଷରେ ବିକ୍ରି ହେଲା ପୁରୁଣା ଚାମଚ

ଚାମଚର ଆନୁମାନିକ ମୂଲ୍ୟ ପ୍ରାୟ ୫୧,୭୧୨ ଟଙ୍କା ହେବ ବୋଲି କହିଥିଲେ ବୁଚର୍ । ଏହା ପରେ ଚାମଚକୁ ବିକ୍ରି ପାଇଁ ଅନଲାଇନ୍ ନିଲମୀ କରାଯାଇଥିଲା । ଧୀରେ ଧୀରେ ଚାମର ମୂଲ୍ୟ ନିଲାମରେ ବୃଦ୍ଧି ପାଇଲା । ଚାମଚ ପାଇଁ ଲକ୍ଷ ଲକ୍ଷ ଟଙ୍କା ଉଡ଼ିଲା । ନିଲାମ ଶେଷରେ ୧୯୭,୦୦୦ ଟଙ୍କାରେ ବିକ୍ରି ହେଲା ଭଙ୍ଗା ରୂପା ଚାମଚ । ପ୍ରାଚୀନ ଚାମଚର ମୂଲ୍ୟ ଟ୍ୟାକ୍ସ ଏବଂ ଅତିରିକ୍ତ ଦେୟ ସହିତ ୨ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି ।

ସଉକ ପାଇଁ କିଣିଥିଲେ ଚାମଚ

ରାତାରାତି ଲକ୍ଷପତି ହୋଇ ଯାଇଥିବା ବ୍ୟକ୍ତି ଜଣକ ସଉକ ପାଇଁ ଭଙ୍ଗା ଚାମଚକୁ କିଣିଥିଲେ । ପ୍ରାଚୀନ ଜିନିଷ ଉପରେ ତାଙ୍କର କୌଣସି ଅଭିଜ୍ଞତା ନାହିଁ ।