• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ କୁନି ଝିଅର ଚିଠି । ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବାକୁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି କୁନି ଝିଅ । ଭୁବନେଶ୍ୱରର ୮ବର୍ଷର ପିହୁ ପ୍ଲାକାର୍ଡ ଧରି ନିଜ ବାପାଙ୍କ ସହ ସାଇକେଲରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଦେଇଛନ୍ତି ।

ରାଜ୍ୟରେ ଝିଅଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉ ନାହିଁ । ପ୍ରତିମାସରେ କେଉଁଠ ନା କେଉଁଠି ଝିଅମାନଙ୍କୁ ମାରି ଦିଆଯାଉଛି । ପୂର୍ବରୁ ପରୀ ପରି ଝିଅଙ୍କୁ ହତ୍ୟା କରାଯାଇଥିବା ବେଳେ ଏବେ ମମିତା ମେହରଙ୍କୁ ହତ୍ୟା କରାଯାଇଛି । ଏଥିପାଇଁ ସବୁ ଭାଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଝିଅଙ୍କ ସୁରକ୍ଷା ପାଇଁ ଦାବି କରିବାକୁ ସେ ଅପିଲ କରିଛନ୍ତି । ପୂର୍ବରୁ ମଧ୍ୟ ପରୀକୁ ନ୍ୟାୟ ଦେବାକୁ ସେ ଚିଠି ଲେଖିଥିଲେ । ମମିତା ମେହେରଙ୍କୁ ଯଦି ନ୍ୟାୟ ନ ମିଳେ ତେବେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କରିବେ ବୋଲି ପିହୁ କହିଛନ୍ତି ।

ସୂଚନାଯୋଗ୍ୟ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରାଯାଉଛି । ଦିନକୁ ଦିନ ଜୋର ଧରୁଛି ପ୍ରତିବାଦର ସ୍ୱର । ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛି ବିଜେପି । ଗତକାଲି ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ନେଇ ଡାକରା ଦେଇଛି ବିଜେପି ।

ସେହିପରି ମମିତା ମେହେର ହତ୍ୟା ଘଟଣାକୁ ବିତିଲାଣି ତିନି ସପ୍ତାହ। ବହୁ ବିବାଦ ଓ ରାଜ୍ୟବ୍ୟାପୀ ବିକ୍ଷୋଭ ପରେ ଚାପରେ ପଡ଼ି ବାଧ୍ୟବାଧକତାରେ ଦୁଇ ଦିନ ପୂର୍ବରୁ ସ୍ପଷ୍ଟୀକରଣ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ତେବେ ସିଧାସଳଖ ମିଡିଆ ଆଗକୁ ନଆସି ପ୍ରେସ ବିବୃତ୍ତି ମାଧ୍ୟମରେ ନିଜ ପକ୍ଷ ରଖିଛନ୍ତି। ଏହି ଅପରାଧ ସହିତ ତାଙ୍କର କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି । ଯଦି ତାଙ୍କ ବିରୋଧରେ କିଛି ପ୍ରମାଣ ଅଛି ତେବେ ତାକୁ ପୋଲିସ୍ କିମ୍ବା କୋର୍ଟରେ ଦାଖଲ କରିବାକୁ କହିଛନ୍ତି ଦିବ୍ୟଶଙ୍କର ।