• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଛାତିରେ ଯନ୍ତ୍ରଣା ସାଙ୍ଗକୁ ବାରମ୍ବାର ଅଚେତ ହୋଇ ଯାଉଥିବା ସୂଚନା

  • ଚିକିତ୍ସା ଲାଗି ତୁଳସୀଙ୍କୁ ବିଶାଖାପାଟଣା ସ୍ଥାନାନ୍ତର ନେଇ ପରିବାରର ସୂଚନା

ମମିତାଙ୍କ ମା ଗୁରୁତର ।  ମୃତ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମା’ ତୁଳସୀ ମେହେରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ଛାତିରେ ଯନ୍ତ୍ରଣା ସାଙ୍ଗକୁ ବାରମ୍ବାର ଅଚେତ ହୋଇ ଯାଉଥିବା ସୂଚନା ମିଳିଛି । ତାଙ୍କର ଚିକିତ୍ସା ଲାଗି ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ପରିବାରର ଲୋକେ ସୂଚନା ଦେଇଛନ୍ତି । ଝିଅ ମମିତାଙ୍କୁ ହତ୍ୟା ପରେ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା ।

ସେପଟେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ନିଆଁ ଜଳୁଛି । ମମିତାଙ୍କ ପରିବାରକୁ ନ୍ୟାୟ, ଅଭିଯୁକ୍ତକୁ କଡ଼ା ଦଣ୍ଡ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି ନେଇ ଦିନକୁ ଦିନ ପ୍ରତିବାଦର ସ୍ୱର ତୀବ୍ର ହେଉଛି । ଏନେଇ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛି ବିଜେପି । ଆଜି କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତସିଂହପୁର, ବୌଦ୍ଧ ଏବଂ ଭଦ୍ରକରେ ବନ୍ଦ ଡାକରା ଦେଇଛି ଦଳ ।

ବିଭିନ୍ନ ଛକରେ ଆନ୍ଦୋଳନ କରିବା ସହ ବିକ୍ଷୋଭ ଜାରି ରଖିଛି । ଭଦ୍ରକରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତସିଂହପୁର ଏବଂ ବୌଦ୍ଧ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଦଳ । ରାସ୍ତାରୋକ ହେବା ଯୋଗୁଁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଅଫିସ୍ ବନ୍ଦ ରହିଛି ।