• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ରାଜ୍ୟପାଳଙ୍କୁ ଭେଟିଲା ମହିଳା ଅଧିକାର ଅଭିଯାନ । ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବୁଧବାର ରାଜ୍ୟପାଳଙ୍କୁ ଭେଟିଛି ମହିଳା ଅଧିକାର ଅଭିଯାନ । ଏହି ସଂସ୍ଥାର ସଦସ୍ୟମାନେ ରାଜ୍ୟପାଳ ଡ. ଗଣେଶୀ ଲାଲଙ୍କୁ ଭେଟି ମମିତା ହତ୍ୟା ମାମଲାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । ସଂଗଠନ ତରଫରୁ କୁହାଯାଇଛି ଯେ, ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ତେଣୁ ଏହାର ସିବିଆଇ ତଦନ୍ତ କରାଯାଉ । ଏହି ସଂଗଠନରେ ସାମାଜିକ କର୍ମୀ ନମ୍ରତା ଚଢା, ଅଂଜନା ମିଶ୍ର ଓ ପ୍ରୀତି ଧଳ ପ୍ରମୁଖ ରାଜ୍ୟପାଳଙ୍କୁ ଭେଟିଛନ୍ତି ।

ସେପଟେ ବିଜେପି ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଆରମ୍ଭ ହୋଇଛି, ଦସ୍ତଖତ ଅଭିଯାନ । ଯାହାକୁ ଦେଖିବା ପରେ ଏବେ ସ୍ପଷ୍ଟ ହେଉଛି ଯେ, ମନ୍ତ୍ରୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରରେ ଲାଗିଛି । ଗୋଟିଏ ପଟେ ମନ୍ତ୍ରୀ ନିଜକୁ ସ୍ୱଚ୍ଛ ବୋଲି ସଫେଇ ଦେଉଥିବା ବେଳେ ଅନ୍ୟପଟେ ବିରୋଧୀଙ୍କ ଗୋଟିଏ ପରେ ଗୋଟିଏ ପଦକ୍ଷେପ ମନ୍ତ୍ରୀଙ୍କୁ କାଠଗଡ଼ାକୁ ଟାଣିବାର ରାସ୍ତା ତିଆରି କରୁଛି ।

ତେବେ ଆଜି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର  ପୁଣି ସଫେଇ ଦେଇଛନ୍ତି ଯେ, ସେ କୌଣସି ହତ୍ୟା ଘଟଣାରେ ସମ୍ପୃକ୍ତ ନାହାନ୍ତି । ସେ ଜଣେ ଭାରତୀୟ ବାୟୁ ସେନାର ପାଇଲଟ୍‌ । ତେଣୁ ବେଆଇନ୍‌ କାର୍ଯ୍ୟ ସେ କେବେ ବି କରିପାରିବେ ନାହିଁ । ତାଙ୍କୁ ଦଣ୍ଡ ଦେବା ପାଇଁ ଯେଉଁ ସବୁ ଷଡ଼ଯନ୍ତ୍ର କରାଯାଉଛି, ସେ ସବୁ ଫଳପ୍ରଦ ହେବ ନାହିଁ ବୋଲି ସେ କହିଛନ୍ତି ।

ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ ସେ ପୂର୍ବ ଭଳି ଆଜି କେବଳ ନିଜ ପକ୍ଷ ରଖିଛନ୍ତି । ମମିତା ହତ୍ୟା ଘଟଣା ସନସାଇନ ପବ୍ଲିକ ସ୍କୁଲରେ ଘଟିଛି । ସେହି ସ୍କୁଲକୁ ସେ କେବେ ବି ଯାଇନାହାନ୍ତି ବୋଲି କହିଛନ୍ତି ଦିବ୍ୟଶଙ୍କର । ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି ଯେ, ସ୍ଥାନୀୟ ବିଧାୟକ ଭାବେ ସେ ମହାଲିଙ୍ଗ କଲେଜର ଗଭର୍ଣ୍ଣିଂ ବଡି ସଭାପତି । ଆଉ ସନସାଇନ ସ୍କୁଲ ମାଲିକ ଗୋବିନ୍ଦ ସାହୁ ହେଉଛନ୍ତି ଗଭର୍ଣ୍ଣିଂ ବଡିର ଜଣେ ସଦସ୍ୟ । ଏହାକୁ ଯୋଡ଼ି ରାଜନୈତିକ ଷଡ଼ଯନ୍ତ୍ର କରାଯିବା ଅତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଦିବ୍ୟଶଙ୍କର ।