• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଗତସିଂହପୁର: ଜଗତସିଂହପୁର ଏରସମା ମାହାଳରେ ଉତ୍ତେଜନା । ନବଗଠିତ ରାଜସ୍ୱ ଗ୍ରାମ ମାହାଳର ସୀମା ନିର୍ଦ୍ଧାରଣ ପାଇଁ ମାପଚୁପ ବେଳେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରଶାସନ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯାଉଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଢିଙ୍କିଆ ଓ ମାହାଳ ଗାଁର ଲୋକେ । ଢିଙ୍କିଆ ଗାଁକୁ ଖଣ୍ଡ ଖଣ୍ଡ କରି ସରକାର ବିଭାଜନ ନୀତି ଆପଣାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସେମାନେ କହିଛନ୍ତି, ଘରୋଇ କମ୍ପାନି ପାଇଁ ଜମି ଅଧିଗ୍ରହଣ କରିବାକୁ ଢିଙ୍କିଆ ଗାଁକୁ ଭାଗ ଭାଗ କରାଯାଉଛି । ଗାଁ ଗାଁ ମଧ୍ୟରେ ସମ୍ପର୍କ ଓ ଭାଇଚାରା ନଷ୍ଟ କରାଯାଉଛି । ତେବେ ଉତ୍ତେଜନା ମୂଳକ ସ୍ଥିତିକୁ ଦେଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଛି । ୩ ଜଣ ମାଜିଷ୍ଟ୍ରେଟ୍, ପାରାଦୀପ ଅତିରିକ୍ତ ଏସ୍‌ପିଙ୍କ ତତ୍ତ୍ୱାବଧାନରେ ୨୫ ଅଫିସର ଏବଂ ୧୪ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଏହି ଅଞ୍ଚଳରେ ଜେଏସ୍‌ଡବ୍ଲୁ ଇସ୍ପାତ କାରଖାନା କରିବା ପାଇଁ ପ୍ରସ୍ତୁତ ଅଛି । କିନ୍ତୁ ଲୋକେ ଏହାକୁ ବିରୋଧ କରୁଛନ୍ତି । ତେଣୁ ଲୋକଙ୍କ ଏକତା ଭାଙ୍ଗିବାକୁ ଢିଙ୍କିଆ ଗାଁକୁ ଭାଗ ଭାଗ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ତେବେ ଜଣେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପ୍ରଶାସନ ଘରୋଇ କମ୍ପାନୀ ପ୍ରେମରେ ପୁରା ପାଗଳ ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ଦୁଃଖ ବୁଝିବାକୁ ନାରାଜ । ପ୍ରଶାସନ ପାତର ଅନ୍ତର କରୁଛି । ମାତ୍ର ଗୋଟିଏ ଦିନ ପୂର୍ବରୁ ନୋଟିସ୍‌ ଜାରି କରି ଲୋକଙ୍କୁ ହଇରାଣ କରୁଛି । ଏମିତିକି ସବୁ ଗାଁକୁ ମଧ୍ୟ ନୋଟିସ ପଠାଇ ନାହିଁ ପ୍ରଶାସନ । ଏହି ଅଞ୍ଚଳରେ ଯେଉଁ ସବୁ ମୁଖ୍ୟ ଗାଁ ଗୁଡ଼ିକ ରହିଛି ସେହି ସବୁ ଗାଁକୁ ପ୍ରଶାସନ ଗୁରୁତ୍ୱ ଦେଉନଥିବା ବେଳେ ଅନ୍ୟ ଗାଁକୁ ନାଁକୁ ମାତ୍ର ଗୁରୁତ୍ୱ ଦେଇଦିନକ ପୂର୍ବରୁ ନୋଟିସ ପଠାଇଛି । ତେଣୁ ଲୋକମାନେ ଆଜି ଏଠାରେ ବିରୋଧ କରିବା ପାଇଁ ଏକାଠି ହୋଇଛନ୍ତି । ସେମାନେ କେବେ ବି ନିଜ ଜମି ଫେରାଇବେ ନାହିଁ । କିମ୍ବା ଏହି ଘରୋଇ କମ୍ପାନୀ କରାଇଦେବେ ନାହିଁ ବୋଲି ସ୍ଥିର କରିଛନ୍ତି । ଆଉ ସରକାରଙ୍କ ଜିଦ୍‌ ଭାଙ୍ଗିବା ପାଇଁ ସବୁ ଏକାଠି ହୋଇଛନ୍ତି ।