• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ) : ଓଡିଶାର ବିଭିନ୍ନ ପର୍ଯ୍ୟଟସ୍ଥଳୀ ମଧ୍ୟରୁ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକରେ ଥିବା ବିଚିତ୍ରପୁର ଇକୋ ଟୁରିଜିମ୍‍ ବର୍ତ୍ତମାନ‍ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣର ପାଲଟିଛି । ସୁବର୍ଣ୍ଣରେଖା ନଦୀ ବିଚିତ୍ରପୁରର କୀର୍ତ୍ତନିଆଠାରେ ସମୁଦ୍ରରେ ମିଶଛି । ଆଉ ଏହି ମିଳନ ସ୍ଥଳରେ ଥିବା ଲୁଣା ଜଙ୍ଗଲ ହିଁ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଥାଏ । ବର୍ଷା ଶୀତ କିମ୍ୱା ଖରାଦିନ କିଛି ଫରକ ପଡେନା, ସବୁଦିନ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ଅନନ୍ୟ ଇକୋ ଟୁରିଜିମ୍‍ ବିଚିତ୍ରପୁରରେ ବର୍ଷକ ବାରମାସ ପର୍ଯ୍ୟଟକଙ୍କ ବେଶ ଭିଡ ଜମିଥାଏ । କିଛି ପର୍ଯ୍ୟଟନସ୍ଥଳୀକୁ କେବଳ ସମୁଦ୍ରର ମଜାନେବା ପାଇଁ ପର୍ଯ୍ୟଟକମାନେ ଆସିଥାନ୍ତି । କିନ୍ତୁ ବିଚିତ୍ରପୁରରେ ମିଳେ ଡବଲ ମଜା । କାରଣ ଏଠାରେ ସୁବର୍ଣ୍ଣରେଖା ନଦୀ କୀର୍ତ୍ତନିଆଠାରେ ସମୁଦ୍ରରେ ମିଶଛି । ତେଣୁ ଏହି ମିଳନସ୍ଥଳୀରେ ମ୍ୟାନଗ୍ରୋଭ ଭଳି ସାମୁଦ୍ରିକ ଗଛ ମାନଙ୍କରେ ବିଦେଶୀ ପକ୍ଷୀ ଦେଖାଯାଆନ୍ତି । କେବଳ ଏତିକି ନୁହେଁ ସମୁଦ୍ରରେ ବୋଟିଂର ମଜା ନେବାସହ ଲୁଣା ଜଙ୍ଗଲଲେ ଦେଖିବାକୁ ମିଳୁଥିବା ନାଲି କଙ୍କଡ଼ା ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିଯାଏ ।

ବିଚିତ୍ରପୁରର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କୁ ବନ ବିଭାଗର ସହାୟତା ନେବାକୁ ପଡିଥାଏ । କୀର୍ତ୍ତନୀଆ ପର୍ଯ୍ୟନ୍ତ ଲମ୍ୱିଥିବା ଏହି ପ୍ରାକୃତିକ ଜଙ୍ଗଲ ଏବଂ ଏଠାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କୁ ସମୁଦ୍ର ମୁହାଣରେ ଦେଖିବାକୁ ହେଲେ ବନ ବିଭାଗ ଡଙ୍ଗାରେ ଯିବାକୁ ପଡ଼େ । ନଦୀ ଭିତରେ ଖଡିବିଲ ଦେଇ କିଛିବାଟ ଅତିକ୍ରମ କଲେ ଆସେ ସମୁଦ୍ର ମୂହାଣ । ସମୁଦ୍ର ମୁହାଣ ପର୍ଯ୍ୟନ୍ତ ପାଖାପାଖି ୫ କିଲୋମିଟର ପର୍ଯ୍ୟନ୍ତ ଡଙ୍ଗାରେ ଯିବାକୁ ହୁଏ । ଆଉ ବନ ବିଭାଗ ପକ୍ଷରୁ ଏଠାରେ ରହିବା ଖାଇବା ଏବଂ ରାତ୍ରୀ ଯାପନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେଣୁ ଯେକୌଣସି ସମୟରେ ମଧ୍ୟ ପର୍ଯ୍ୟଟକ ଏଠାକୁ ଆସନ୍ତି ଓ ପ୍ରାକୃତିକ ପରିବେଶର ମଜା ଉଠାନ୍ତି ।