• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଯାଜପୁର: ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ରହିଛି ଅନେକ ସ୍ୱତନ୍ତ୍ରତା। ମା’ଙ୍କ ମହିମାକୁ ନେଇ ରହିଛି ମାଳିକା ଭବିଷ୍ୟବାଣୀ। ବିଶ୍ୱାସ ରହିଛି, ମନ୍ଦିର ବେଢାର ପଶ୍ଚିମ ଦ୍ୱାର ଆଜି ପର୍ଯ୍ୟନ୍ତ କେବେବି ଖୋଲି ନାହିଁ। କାହିଁକି ଖୋଲେନି ଏହି ପଶ୍ଚିମ ଦ୍ୱାର ? କ’ଣ ଏହାର ବିଶେଷତ୍ୱ ? କ’ଣ ଏହି ଅଲୌକିକ କିମ୍ବଦନ୍ତୀ, ଜାଣନ୍ତୁ.... 

ବିରଜା କ୍ଷେତ୍ରର ମାହାତ୍ମ୍ୟ ୫୧ଟି ଶକ୍ତିପୀଠରୁ ଭିନ୍ନ। ରାଜ୍ୟ ଏବଂ ରାଜ୍ୟ ବାହାରୁ ମା’ ବିରଜାଙ୍କ ପୀଠକୁ ଅନେକ ଶ୍ରଦ୍ଧାଳୁ ଆସି ଥାଆନ୍ତି। ମା’ଙ୍କ ମନ୍ଦିରରେ ରହିଛି ଅନେକ ସ୍ୱତନ୍ତ୍ରତା। ଏହି ପୀଠକୁ ନେଇ ଅନେକ ବିଶ୍ୱାସ ରହିଛି। ଯାହା ଏବେ ବି ଅନେକ ଲୋକେ ଜାଣି ନଥିବେ। ବିରଜା ମନ୍ଦିରରେ ରହିଛି ଚାରିଟି ଦ୍ୱାର। ଏଥିମଧ୍ୟରୁ ମନ୍ଦିରର ପଶ୍ଚିମ ଦ୍ୱାରଟି ସବୁବେଳେ ବନ୍ଦ ରହିଥାଏ। ଅର୍ଥାତ୍‌ ‌ଆଜି ପର୍ଯ୍ୟନ୍ତ କେବେ ହେଲେ ପଶ୍ଚିମ ଦ୍ୱାରଟି ଖୋଲାଯିବାର ନଜିର ନାହିଁ। ମାଳିକାରେ ବର୍ଣ୍ଣିତ ଓ ଲୋକଙ୍କ ବିଶ୍ୱାସ ଅନୁସାରେ, କଳିଯୁଗ ଶେଷରେ ଭୈରବୀ ଡାକ ଦେଲେ ପଶ୍ଚିମ ଦ୍ୱାର ଆପେ ଆପେ ଖୋଲିବ। ତେଣୁ ମା’ଙ୍କ ଏହି ଦ୍ୱାର କେବେ ଖୋଲାଯାଏ ନାହିଁ କି ଖୋଲାଯିବାର କେହି ଦେଖି ନ ଥିବା ସେବାୟତ କହିଛନ୍ତି। 

କଳିଯୁଗର ଶେଷରେ ପଶ୍ଚିମ ଦ୍ୱାର ଖୋଲା ଯିବାର ବିଶ୍ୱାସକୁ ଆଜି ଯାଏ ସେବାୟତ ଓ ଶ୍ରଦ୍ଧାଳୁ ମାନି ଆସିଛନ୍ତି। ମା’ଙ୍କ ଚାରି ପାଖରେ ୧୦୮ ଶିବଲିଙ୍ଗ, ଗଣେଶ ଓ କାର୍ତ୍ତିକ ରହି ଥିବାବେଳେ ବାମ ପାର୍ଶ୍ୱରେ ପିଣ୍ଡଦାନ ଲାଗି ରହିଛି ନାଭିଗୟା କୁଣ୍ଡ। ସେହିପରି ଶାରଦୀୟ ପୂଜା ବେଳେ ମହିଷାସୁର ନିଧନ ଲାଗି ଲାଖ ବିନ୍ଧା ପର୍ବ ଅନ୍ୟ କୌଣସି ଶକ୍ତି କ୍ଷେତ୍ରରେ ଦେଖାଯାଏନି। କେବଳ ଏତିକି ନୁହେଁ, ବିରଜା କ୍ଷେତ୍ରର ରହିଛି ଅନେକ ମହାତ୍ମ୍ୟ।