• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ନିଆରା ଗୋଲ୍ଡ୍‌ ଜେଲି ଫିସ୍‌ ହ୍ରଦ

ପଲାଉ: ପଲାଉ, ଏକ ପଶ୍ଚିମ ପାସିଫିକ୍‌ ଓସିନ ଅନ୍ତର୍ଗତ ସୁନ୍ଦର ଦେଶ । ଏହି ଦେଶକୁ ଦ୍ୱୀପ ମାନଙ୍କର ଦେଶ ବୋଲି ମଧ୍ୟ କୁହାଯାଏ । କାରଣ ଏହି ଗୋଟିଏ ଦେଶରେ ରହିଛି ପାଖାପାଖି ୫୦୦ ଦ୍ୱୀପ । ଆଉ ଏହି ଦ୍ୱୀପ ମାନଙ୍କର ଗହଳିରେ ଏଠାରେ ରହିଛି ଏକ ନିଆରା ତଥା ସୁନ୍ଦର ହ୍ରଦ । ଏହି ହ୍ରଦରେ ଲକ୍ଷ ଲକ୍ଷ ସଂଖ୍ୟାରେ ଆପଣ ଜେଲି ଫିସ୍‌ ଦେଖିବାକୁ ପାଇଯିବେ । ଆଉ ସେଥିପାଇଁ ଏହି ହ୍ରଦର ନାଁ ଜେଲି ଫିସ୍‌ ହ୍ରଦ ।

ଏହି ହ୍ରଦଟି ପଲାଉର ଇଲ୍‌ ମାଲ୍କ୍‌ ଦ୍ୱୀପରେ ରହିଛି । ଏହି ହ୍ରଦରେ ଲକ୍ଷ ଲକ୍ଷ ସଂଖ୍ୟାରେ ନିଆରା ଗୋଲ୍ଡ୍‌ ଜେଲି ଫିସ୍‌ ଓ ମୁନ୍‌ ଜେଲି ଫିସ୍‌ ଦେଖିବାକୁ ମିଳେ । ଏହି ହ୍ରଦଟି ୩୦ ମିଟର ଗଭୀର ଓ ଏହି ଦୁଇ ପ୍ରକାରର ଜେଲି ଫିସ୍‌ଙ୍କ ବାସସ୍ଥାନ । ଆଉ ଏହି ହ୍ରଦର ସବୁଠାରୁ ବଡ ବିଶେଷତ୍ତ୍ୱ ଏହି ହ୍ରଦରେ ପର୍ଯ୍ୟଟକମାନେ ଚାହିଁଲେ ଏହି ଜେଲି ଫିସ୍‌ ମାନଙ୍କ ସହ ପହଁରିବି ପାରିବେ । କେବଳ ସେ ସମୟରେ ଯେଉଁ ସମୟରେ ଜେଲିଫିସ୍‌ ମାନେ ନିଜର ଘ୍ରାଣ ଶକ୍ତି ହରାଇଥିବେ । ଅର୍ଥାତ୍‌ ଦିନର ନିର୍ଦ୍ଦଷ୍ଟ ସମୟରେ ଜେଲି ଫିସ୍‌ ମାନେ ନିଜର ଘ୍ରାଣ ଶକ୍ତି ହରାଇଥାଆନ୍ତି । ଆଉ ସେ ସମୟରେ ଏହି ଜେଲି ଫିସ୍‌ କୌଣସି କ୍ଷତି ପହଞ୍ଚାଇଥାନ୍ତି । 

ସୂଚନା ଅନୁସାରେ  ଏହି ହ୍ରଦ ୧୨ ହଜାର ବର୍ଷ ପୁରୁଣା ହ୍ରଦ ।  ଏହି ହ୍ରଦର ଗଭୀରତାରୁ ଏହା ଜଣାପଡିଛି । ଏହି ହ୍ରଦରେ ପହଁରିବା ପାଇଁ ପର୍ଯ୍ୟଟକମାନଙ୍କୁ ପାସ୍‌ର ଆବଶ୍ୟକତା ପଡିଥାଏ । ଏହାଛଡା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଏଠାରେ ପର୍ଯ୍ୟଟକଙ୍କୁ ମିଳିଥାଏ ଏକ ବୋଟ୍‌ ରାଇଡ୍‌ । ଯାହା ୪୫ ମିନିଟ ପର୍ଯ୍ୟନ୍ତ ହୋଇଥାଏ । ଅନେକ ସମୟରେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଆସେ । ତେବେ ବୈଜ୍ଞାନିକଙ୍କ ମତରେ ଏହି ପ୍ରଜାତିର ଜେଲିଫିସ୍ ମଣିଷମାନଙ୍କର ସେଭଳି କୌଣସି କ୍ଷତି କରିପାରନ୍ତି ନାହିଁ । ଆଉ ଆଶ୍ଚର୍ଯ୍ୟର କଥା ଯେ, ଏହି ହ୍ରଦ ସେତେ ମାତ୍ରାରେ ବିଷାକ୍ତ ମଧ୍ୟ ନୁହେଁ ।

Jelly fish LakeJelly fish Lake

ଏହି ହ୍ରଦର ଇକୋ ସିଷ୍ଟମ ବେଶ୍‌ ସମ୍ବେଦନଶୀଳ । ତେଣୁ ଏହି ହ୍ରଦ ଓ ଏଥିରେ ରହୁଥିବା ଜେଲି ଫିସ ମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ମାନ ନିଆଯାଇଥାଏ । ‌ଆଉ ତା ସହ ଏହି ନଆରା ସେ୍ପସିଜ୍‌ ପାଇଁ ଏଠାରେ ଅନେକ ଗବେଷଣା ମାନ ବର୍ତ୍ତମାନ ସୁଦ୍ଧା ଜାରି ରହିଛି । କିନ୍ତୁ ଏହି ସ୍ଥାନଟି ପ୍ରକୃତି ପ୍ରେମୀଙ୍କ ପାଇଁ ଏକ ନିଆରା ଅନୁଭୂତି ଦେଇଥାଏ ।