• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପନିପରିବା ଓ ଫଳରେ ଆର୍ଟ କରି ଚର୍ଚ୍ଚାରେ ଯୁବକ । ଜାପାନର ଜଣେ କଳାକାର ଗାକୁ ଫଳ ଓ ପନିପରିବାରେ ଭଳିକି ଭଳି ନିଆରା କଳାକୃତି କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଗାକୁ ଫଳ ଏବଂ ପରିବାରେ ନିଜ ଚମତ୍କାର ଚିତ୍ରକଳା କରନ୍ତି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନା ଅନୁସାରେ, ଜାପାନର ମୁକିମୋନୋର ପାରମ୍ପାରିକ ଖାଦ୍ୟ ଖୋଦନ କଳାରୁ ଗାକୁ ତାଙ୍କର ଏହି କଳା ପାଇଁ ପ୍ରେରଣା ନେଇଥିଲେ । ଗାକୁ ପ୍ରଥମେ ବଜାରରୁ ଫଳ ଓ ପନିପରିବା କିଣନ୍ତି । ପରେ ସେସବୁରେ ବିଭିନ୍ନ ଚିତ୍ରକଳା (Carving on Fruit and Vegetable)କରିଥିନ୍ତି ।

ସେ ତାଙ୍କର ଅଧିକାଂଶ କଳାରେ ଜ୍ୟାମିତିକ ଡିଜାଇନ୍‌ର କଳାକୃତି କରିଥାନ୍ତି । କେବଳ ଏତିକି ନୁହେଁ ଅନେକ ସମୟରେ ସେ ଫଳ ଓ ପରିବାରେ ପାରମ୍ପାରିକ କାରୁକାର୍ଯ୍ୟକୁ ମଧ୍ୟ ଦର୍ଶାଇଥାନ୍ତି ।

ବ୍ରୋକୋଲି ଏବଂ କୋବି ପରି ବଡ଼ ପନିପରିବାକୁ ବିଭିନ୍ନ ପଶୁ ପକ୍ଷୀ ଡିଜାଇନ୍‌ର କଳାକୃତି ମଧ୍ୟ ଦର୍ଶାଇଥାନ୍ତି । ଗାକୁଙ୍କ ଚିତ୍ରକଳା ପ୍ରସ୍ତୁତ ହୋଇସରିବା ପରେ ସମସ୍ତେ ତାକୁ ଦେଖି ତାଜୁବ ହୋଇଯାଇଥାନ୍ତି ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଗାକୁ ଖୁବ୍‌ କମ୍‌ ସମୟରେ ବହୁତ ସୁନ୍ଦର ଆର୍ଟ କରିଥାନ୍ତି । ଏମିତିକି ଫଳ ଓ ପନିପରିବା ଅକ୍ସିଡାଇଜ୍ ହେବା ପୂର୍ବରୁ ଖୋଦନ କାମ ଶେଷ କରିଦେଇଥାନ୍ତି ହେଲେ ଡିଜାଇନ୍ ଏବଂ ନିପୁଣତାକୁ ନେଇ କୌଣସି ପ୍ରକାରର ସାଲିସ୍ କରନ୍ତି ନାହିଁ ।

ସେଓରେ ଖୁବ୍‌ ଶୀଘ୍ର ଅକ୍ସିଡାଇଜ୍ ହେବା ଆରମ୍ଭ ହୋଇଥିବାରୁ ସେଥିରେ କଳାକୃତି କରିବା ହେଉଛି ସବୁଠାରୁ କଷ୍ଟକର ବିଷୟ । ହେଲେ ଗାକୁ କିଛି ମିନିଟ୍ ମଧ୍ୟରେ ହିଁ ସେଓରେ ସୁନ୍ଦର ଡିଜାଇନ୍‌ କରିଦେଇଥାନ୍ତି ।

ଗାକୁଙ୍କ ନିଜସ୍ୱ ଇଣ୍ଟାଗ୍ରାମ୍‌ ଆକାଉଣ୍ଟ ଅଛି, ଯେଉଁଥିରେ ସେ ନିଜ କଳାକୃତିକୁ ପ୍ରଦର୍ଶନ କରିଥାନ୍ତି । ସୁନ୍ଦର ଚିତ୍ରକଳା ପାଇଁ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ବେଶ୍ ନାଁ କମାଇଛନ୍ତି । ଏପରିକି ସୋସିଆଲ୍‌ ମିଡିଆରେ ତାଙ୍କୁ ହଜାର ହଜାର ଲୋକ ଫୋଲୋ କରିଛନ୍ତି ।

ଉକ୍ତ ଫଟୋ ଦେଖି ଆପଣ ନିଶ୍ଚୟ ଭାବୁଥିବେ କି ଫଳ ଓ ପରିବାରେ ଏତେ ସୁନ୍ଦର ସୁନ୍ଦର ଡିଜାଇନ୍‌ ଆଙ୍କିଲା ପରେ ସେସବୁକୁ କ’ଣ କରୁଥିବେ ? ତେବେ ଏନେଇ ସେ କହିଛନ୍ତି ଯେ ଏହି ସବୁ ଖାଦ୍ୟ ପଦାର୍ଥକୁ ସେ ନିଜେ ଖାଇଥାନ୍ତି ।

(ସମସ୍ତ ଫଟୋ କ୍ରେଡିଟ୍- ଇନଷ୍ଟାଗ୍ରାମ / gakugakugakugakugaku1)