• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବ୍ରହ୍ମପୁର: ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଅବକାରୀ ଟିମ୍‌ ରାସ୍ତା ମଝିରେ ଗାଡ଼ି ଅଟକାଇ ଯାଞ୍ଚ କରିଥିଲେ। ଏପରିକି ଗାଡ଼ିର କାଚ ମଧ୍ୟ ଭାଙ୍ଗି ଥିବା ଅଭିଯୋଗ ହୋଇଛି। ହେଲେ ସେଭଳି କିଛି ମିଳିନଥିଲା। ଶେଷରେ ରାସ୍ତାରେ ମଝିରେ ଅବକାରୀ ଅଧିକାରୀଙ୍କୁ ହଟହଟା ହେବାକୁ ପଡ଼ିଥିଲା। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲଳା ବ୍ରହ୍ମପୁରରେ।

ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ କୋରାପୁଟରୁ ଦିଗପହଣ୍ଡି ରାସ୍ତା ଦେଇ ଆସୁଥିବା ଏକ ସ୍କର୍ପିଓକୁ ଅବକାରୀ ଟିମ୍ ଫାଷ୍ଟ ଗେଟ୍‌ ନିକଟରେ ଅଟକାଇ ଥିଲେ। ଗାଡ଼ି ଭିତରେ ଜଣେ ମହିଳା, ତାଙ୍କ ବାପା, ଦୁଇ ଭାଇ ଏବଂ ମହିଳାଙ୍କର ଛୋଟ ପୁଅ ଥିଲେ। ଅବକାରୀ ଟିମ୍‌ ଗାଡ଼ି ଅଟକାଇ ଗାଡ଼ି ଭିତରେ ଯାଞ୍ଚ କରିଥିଲେ। ହେଲେ ଗାଡ଼ି ଭିତରୁ ଗଞ୍ଜେଇ ମିଳିନଥିଲା। ଯାହାକି ଭୁଲ୍‌ ପ୍ରମାଣିତ ହୋଇଥିଲା।

ଅଭିଯୋଗ ଅନୁସାରେ, ଏହି ସମୟରେ ଅବକାରୀ ଅଧିକାରୀ ସ୍କର୍ପିଓର ସାମ୍ନା ପଟ କାଚକୁ ବାଡ଼ାଇଥିଲେ। ଫଳରେ ଗାଡ଼ିର ଡୋର୍‌ ନିକଟରେ ବସିଥିବା ମହିଳାଙ୍କ ଶିଶୁ ଦେହରେ ଆଘାତ ଲାଗିଥିଲା। ମହିଳା ଜଣକ ତାଙ୍କ ବାପା ଓ ଭାଇଙ୍କ ସହ ଭୁବନେଶ୍ୱର ଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣାର ସମ୍ମୁଖୀନ ହୋଇଥିଲେ। 

ଘଟଣାକୁ ନେଇ ମହିଳା ଜଣକ ଅଭିଯୋଗ କରି କହିଛନ୍ତି, ‘ମୁଁ ମୋ ବାପା, ଭାଇଙ୍କ ସହ ଭୁବନେଶ୍ୱର ମୋ ଶ୍ୱଶୁର ଘରକୁ ଯାଉଥିଲି। ବାପା ଓ ମୁଁ ଗାଡ଼ିର ପଛ ସିଟ୍‌ରେ ବସିଥିଲୁ। ଆମେ ଗାଡ଼ି ଅଟକାଇ ଥିଲୁ। ହେଲେ ସେମାନେ ଆସି ଗାଡ଼ିର କାଚ ବାଡ଼େଇ ଭାଙ୍ଗି ଦେଇଥିଲେ। ଏଥିରେ ମୋ ଛୋଟ ପୁଅ ଦେହରେ ଆଘାତ ଲାଗିଥିଲା। ଏପରିକି ସେମାନେ ମୋ ଭାଇଙ୍କୁ ଆକ୍ରମଣ କରିଥିଲେ।’

ଅନ୍ୟପକ୍ଷେ, ଘଟଣାକୁ ନେଇ ଅବକାରୀ ଟିମ୍ ସ୍ୱୀକାର କରିଛନ୍ତି। କାର୍‌ରେ ଗଞ୍ଜେଇ ଥିବା ସୂଚନା ମିଳିଥିଲା। ହେଲେ ଏହା ଭୁଲ୍‌ ପ୍ରମାଣିତ ହୋଇଥିବା ଯୋଗୁ ଏଭଳି ହୋଇଛି ବୋଲି ଅବକାରୀ ଅଧିକାରୀ କହିଛନ୍ତି।