• translate
Sarbeswar

News Highlights

  • ସାଙ୍ଗ ହୋଇ ଚାଲିଗଲେ ସ୍ୱାମୀ-ସ୍ତ୍ରୀ

  • ଏକାଠି ଜଳିଲା ଜୁଇ

  • ବାଲେଶ୍ୱରରେ ଘଟିଲା ଏମିତି ଘଟଣା

  • କ’ଣ କହିଲେ ବ୍ୟାଙ୍କ ମ୍ୟାନେଜର?

ବାଲେଶ୍ୱର: ଏକା ସାଙ୍ଗରେ ଜଳିଲା ଦୁଇଟି ଜୁଇ। ଗୋଟିଏ ସ୍ତ୍ରୀର, ଆଉ ଗୋଟିଏ ସ୍ୱାମୀର। ଲାଗୁଛି ଯେମିତି ଡକାଡକି ହୋଇ ଚାଲିଗଲେ ସ୍ୱାମୀ ଓ ସ୍ତ୍ରୀ। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳଆ ଥାନା ଅଡା ପଞ୍ଚାୟତର ହଳିଶ ଗାଁରେ। ମୃତକ ହେଲେ ପର୍ଶୁରାମ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ କବିତା ଗରିବ ପର୍ଶୁରାମ। ଦିନ ମଜୁରିଆ ଭାବେ କାମ କରନ୍ତି ପର୍ଶୁରାମ। ପରିବାର କହିଲେ, ସ୍ୱାମୀ ସ୍ତ୍ରୀଙ୍କ ସହିତ ବୃଦ୍ଧ ବାପା ଓ ୨ ବର୍ଷର ଝିଅ। ଅଭିଯୋଗ ଅନୁସାରେ ପର୍ଶୁରାମଙ୍କ ବ୍ୟାଙ୍କ ଖାତାକୁ କିଛି ଦିନ ତଳେ କାଳିଆ ଟଙ୍କା ଆସିଥିଲା ସେହି ଟଙ୍କା ଉଠାଇବାକୁ ସେ ଅଡ଼ା ୟୁକୋ ବ୍ୟାଙ୍କକୁ ବାରମ୍ବାର ଦୌଡ଼ିଥିଲେ କିନ୍ତୁ ବ୍ୟାଙ୍କରୁ ଟଙ୍କା ଉଠାଇ ପାରିନଥିଲେ ବୋଲି ପଡ଼ୋଶୀ କହିଛନ୍ତି। ଅସୁସ୍ଥ ସ୍ତ୍ରୀର ଚିକିତ୍ସା କେମିତି କରିବେ, ସେହି ଚିନ୍ତାରେ ପର୍ଶୁରାମ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ପଡ଼ୋଶୀମାନେ ଭଦ୍ରକ ମେଡିକାଲକୁ ନେଇଥିଲେ ମଧ୍ୟ ସେଠାରେ ପର୍ଶୁରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଆରପଟେ ସ୍ତ୍ରୀ କବିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ମଧ୍ୟ ଜୀବନ ଚାଲିଗଲା। ଗାଁ ଲୋକେ ଏକା ସମୟରେ ଅଲଗା ଅଲଗା ଜୁଇରେ ଦୁଇଟି ଯାକ ମୃତଦେହକୁ ଦାହ କରିଛନ୍ତି। ଏବେ ପର୍ଶୁରାମଙ୍କ ବୃଦ୍ଧ ବାପା ଓ ୨ ବର୍ଷର ଝିଅ କେମିତି ଚଳିବେ, ତାହା ବଡ଼ ପ୍ରଶ୍ନ। ସେପଟେ ବ୍ୟାଙ୍କ ମ୍ୟାନେଜର କହିଛନ୍ତି, ପର୍ଶୁରାମଙ୍କ ଲୋନ୍ ଆକାଉଣ୍ଟରେ କିଛି ସମସ୍ୟା ଥିଲା ତେଣୁ ସେ ଟଙ୍କା ଉଠାଇପାରିନଥିଲେ।

Other Stories

  • Lav Agarwal On Corona
    COVID-19 କରୋନା ସଂକ୍ରମଣ: ଟପ୍‌ ୫ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା

    ଦେଶର ୫୫ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି । ୫୫ ସର୍ବାଧିକ ସଂକ୍ରମିତ ଜିଲ୍ଲାମାନଙ୍କ ମଧ୍ୟରୁ ଓଡ଼ିଶାରୁ ଗୋଟିଏ ଜିଲ୍ଲା ରହିଥିବା ନେଇ ସୂଚନା ମିଳିଛି। ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍...

  • Baripada Jagannath Temple
    Festivals & Events ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ

    ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ। ମନ୍ଦିର ଚାରିପାଖ ୫ ଶହ ମିଟର ଦୂରତା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ହୋଇଛି। ଆାଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର...

  • snake
    Miscellaneous "ଚିକିତ୍ସା କରାଅ ନଚେତ୍‌ ମାରିଦିଅ"

    ସାପ କାମୁଡ଼ାକୁ ମାସେରୁ ଅଧିକ ସମୟ ବିତିଥିବାରୁ ଝିଅର ହାତ ନଷ୍ଟ ହେବାକୁ ବସିଛି। ଅର୍ଥ ଅଭାବରୁ ତାଙ୍କୁ ଉନ୍ନତ ଚିକିତ୍ସା ମିଳିପାରିନାହିଁ। ପରିବାର ଲୋକେ ଚିକିତ୍ସା ଲାଗି ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ମଂଜୁଳାକୁ...

  • Odisha Bandh
    Miscellaneous ୧୫ରେ ଓଡ଼ିଶା ବନ୍ଦ

    ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ରେ ବାମ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଦିନ ୧୨ଟା ଯାଏଁ ସାରା ଓଡ଼ିଶା ବନ୍ଦ କରିବାକୁ ଡାକରା ଦେଇଛି ବାମ ଦଳ। ବନ୍ଦକୁ ସଫଳ କରିବାକୁ...