• translate
Prangyan Parimita

News Highlights

  • ଗୋପାଳନ ଓ କୁକୁଡ଼ା ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ସନ୍ଧ୍ୟାରାଣୀ

  • ସେ ଏବେ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଆଲୋକ ବର୍ତ୍ତିକା 

ବରଗଡ଼(ଦୀପକ ଶର୍ମା) : ନିପଟ ମଫସଲରେ ଘର । ସ୍ୱାମୀ ଅଟୋ ଚଲାନ୍ତି । ଗୋପାଳନ ଓ କୁକୁଡ଼ା ଚାଷ ଦେଖାଇଛି ବଞ୍ଚିବାର ରାହା । ଘରେ ଗାଈ-କୁକୁଡା ରଖି ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାବଲମ୍ୱୀ ହୋଇପାରିଛନ୍ତି । କେବଳ ସରକାରୀ ଚାକିରୀ କିମ୍ବା ବଡ ବ୍ୟବସାୟ ଯେ ଜଣକର ଜୀବନଶୈଳୀ ବଦଳାଇ ପାରେ ତା ନୁହେଁ ଗୋପାଳନ ଓ କୁକୁଡ଼ା ଚାଷରୁ ମଧ୍ୟ ଲକ୍ଷାଧିକ ଟଙ୍କା ରୋଜଗାର କରାଯାଇ ପାରେ ଏକଥା ପ୍ରମାଣ କରି ଦେଖାଇଛନ୍ତି ବରଗଡ଼ ଜିଲ୍ଲା ସଦର ବ୍ଲକ ପିପିଲିପାଲି ଗ୍ରାମର ସନ୍ଧ୍ୟାରାଣୀ କୁମାର । ଭଲ ରୋଜଗାର କରିବା ସହ ଅନ୍ୟ ମହିଳାଙ୍କ ଉଦାହରଣ ସାଜିଛନ୍ତି । ଏବେ ପାଖଆଖ ଗାଁର ମହିଳାମାନେ ତାଙ୍କୁ ଅନୁସରଣ କରିବାରେ ଲାଗିଛନ୍ତି ।

ବରଗଡ଼ ସହର ନିକଟସ୍ଥ ପିପିଲିପାଲି ଟିକ୍ରାପଡ଼ାରେ ରହନ୍ତି ସନ୍ଧ୍ୟାରାଣୀ କୁମାର । ତାଙ୍କର ସ୍ୱାମୀଙ୍କର ଏକ ଅଟୋ ରିକ୍ସା ଅଛି । ଭାରତ ସରକାରଙ୍କ ରାଷ୍ଟ୍ରୀୟ ପ୍ରାଣୀଧନ ମିଶନ ଜରିଆରେ ତାଙ୍କୁ କୁକୁଡ଼ା ପାଳନ ପାଇଁ ୧ଲକ୍ଷ ୧୩ ହଜାର ଟଙ୍କା ଏବଂ ୨୦୨୦ -୨୧ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗାଈ ଗୁହାଳ ତିଆରି ପାଇଁ ତାଙ୍କୁ ଆର୍ଥିକ ସହାୟତା ମିଳିଥିଲା । ଆର୍ଥିକ ସାହାଯ୍ୟ ପାଇ ସନ୍ଧ୍ୟାରାଣୀ ନିଜେ ଗୋପାଳନ କରିବା ସହ କୁକୁଡ଼ା ଫାର୍ମ କରିଛନ୍ତି । ତାଙ୍କ କୁକୁଡ଼ା ଫାର୍ମରେ ବନରାଜ, ସୋନାଲି, କଡ଼କନାଥ ଏବଂ ଦେଶୀ କୁକୁଡ଼ା ପାଳନ କରି ଅଣ୍ଡା ଏବଂ କୁକୁଡ଼ା ବିକ୍ରୀ କରି ଉପାର୍ଜନକ୍ଷମ ହୋଇପାରିଛନ୍ତି ।

୨୦୧୭ ମସିହାରେ ସ୍ୱେଚ୍ଛାସେବୀ ସଂଗଠନ ନିଉ ଲାଇଫ ଫାଉଣ୍ଡେସନରୁ ପ୍ରେରଣା ଲାଭ କରି ସନ୍ଧ୍ୟାରାଣୀ ତାଙ୍କ ବସ୍ତିର କିଛି ମହିଳା ମାନଙ୍କ ସହିତ ମିଶି ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ବ୍ୟାଙ୍କ ପକ୍ଷରୁ ସେମାନଙ୍କୁ ଋଣ ପ୍ରଦାନ କରାଯାଇଥିଲା । ଠିକ ସମୟରେ ଋଣ ପରିଶୋଧ ଯୋଗୁଁ ସନ୍ଧ୍ୟାରାଣୀଙ୍କୁ ନାବାର୍ଡ଼ ପକ୍ଷରୁ ଗୋପାଳନ, କୁକୁଡ଼ା ପାଳନ, ମାଛ ଚାଷ, ଛତୁ ଚାଷ ଆଦି ସଂପର୍କରେ ତାଲିମ ଦିଆଯାଇଥିଲା । ତାଲିମ ଗ୍ରହଣ କରି ସନ୍ଧ୍ୟାରାଣୀ ତାଙ୍କ ଘରେ ଏକ ଛୋଟିଆ କୁକୁଡ଼ା ଫାର୍ମ କରିଛନ୍ତି । ଦୁଇଟି ଗାଈ ମଧ୍ୟ ରଖିଛନ୍ତି । ଗାଈ କ୍ଷୀର ଓ କୁକୁଡାରୁ ସେ ମାସକୁ ୧୦ ରୁ ୧୨ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ଲକଡ଼ାଉନ ସମୟରେ ସ୍ୱାମୀଙ୍କ ଅଟୋରିକ୍ସା ବନ୍ଦ ହୋଇଯାଇଥିଲେ ମଧ୍ୟ ନିଜେ ସ୍ୱାବଲମ୍ବୀ ହୋଇଥିବା ଯୋଗୁ ପରିବାରର କୌଣସି ଅସୁବିଧା ହୋଇ ନଥିଲା ବୋଲି କହନ୍ତି ସନ୍ଧ୍ୟାରାଣୀ ।

ସନ୍ଧ୍ୟାରାଣୀ ଏବେ ଆଖପାଖର ଅନେକ ମହିଳାଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ନିକଟରେ ରାଷ୍ଟ୍ରୀୟ କୃଷି ଓ ଗ୍ରାମ୍ୟ ବିକାଶ ନାବାର୍ଡ଼ର ପ୍ରତିଷ୍ଠା ଦିବସରେ ସନ୍ଧ୍ୟାରାଣୀଙ୍କୁ ଶ୍ରେଷ୍ଠ ମହିଳା ଚାଷୀ ଭାବରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କଠାରୁ ପୁରସ୍କୃତ ହୋଇଥିଲେ । ତାଙ୍କର ନିଷ୍ଠା ଏବଂ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ନିଉ ଲାଇଫ ଫାଉଣ୍ଡେସନର ମୁଖ୍ୟ କଳାକାହ୍ନୁ ଦୀପ । ତା ସହ ନାବାର୍ଡ଼ ପକ୍ଷରୁ ସାଧାରଣ ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ସନ୍ଧ୍ୟାରାଣୀ ଏଥିରେ ଉପକୃତ ହେବା ସହ ନିଜ ଆୟକୁ ବୃଦ୍ଧି କରି ପାରିଛନ୍ତି ବୋଲି କହିଛନ୍ତି ନାବାର୍ଡ଼ର ବରଗଡ଼ ଜିଲ୍ଳା ପରିଚାଳକ ହଟକିଶୋର ବେହେରା । ଦୃଢ ଇଚ୍ଛାଶକ୍ତି ଓ ବଳରେ ସଂନ୍ଧ୍ୟାରାଣୀ ନିଜେ ସ୍ୱାବଲମ୍ବୀ ହେବାସହ ନିଜକୁ ଅବଳା ଓ ଦୁର୍ବଳା ଭାବୁଥିବା ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

Other Stories

  • ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ
    Weather ବର୍ଷା ଯୋଗୁଁ ଆସିବ କି ବନ୍ୟା?

    ଏସବୁ ଭିତରେ ଚିନ୍ତା ବଢାଇଛି ଆଇଏମଡି ଡିଜିଙ୍କ ପୂର୍ବାନୁମାନ। ତାଙ୍କର ଆକଳନ ଅନୁସାରେ, ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିପାରେ।...

  • pesticides  sprinkle  by drone
    National ଏଣିକି ଜମିରେ କୀଟନାଶକ ସିଞ୍ଚନ ପାଇଁ ମିଳିବ ଡ୍ରୋନ ସୁବିଧା

    ଏଣିକି ଜମିରେ ଡ୍ରୋନ ସାହାଯ୍ୟରେ କୀଟନାଶକ ସିଞ୍ଚନ କରାଯିବ। ଡ୍ରୋନ କେମିତି ଜମିରେ କୀଟନାଶକ ପକାଇବ ନିକଟରେ ତାହାର ଡେମୋ ପ୍ରଦର୍ଶନ କରାଯାଇଛି।  ଭାରତୀୟ କୃଷି ଗବେଷଣା ପରିଷଦ  (Indian Council of Agricultural Research) ନିର୍ଦ୍ଦେଶ ଅନୁଯାୟୀ ଗରୁଡା ଏୟାର ସ୍ପେସ୍...

  • corona virus
    COVID-19 ”ତୃତୀୟ ଲହରୀ ଆଶଙ୍କା କମ୍, ତଥାପି ଶୀଘ୍ର ସ୍କୁଲ ଖୋଲିବା ନିଷ୍ପତ୍ତି ଠିକ୍ ନୁହେଁ’

    ଦେଶରେ କରୋନାର ତୃତୀୟ ଲହରୀର ଆଶଙ୍କା ଖୁବ୍ କମ୍ । ଯଦିଓ ତୃତୀୟ ଲହରୀ ଆସେ, ତେବେ ଦ୍ୱିତୀୟ ଲହରୀ ଅପେକ୍ଷା ଦୁର୍ବଳ ସାବ୍ୟସ୍ତ ହେବ ବୋଲି ଦାବି କରିଛନ୍ତି ପୂର୍ବତନ ଆଇସିଏମଆର ବୈଜ୍ଞାନିକ ଡଃ ରମଣ...

  • Farmer Death
    Miscellaneous କେନାଲରେ ଭାସିଗଲେ ନବବିବାହିତ ଚାଷୀ

    କେନାଲରୁ ବାହାରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ପାଣି ସୁଅରେ ସେ ଭାସି ଯାଇଥିଲେ। କମ୍ବେଶ୍ୱର ୬ମାସ ପୂର୍ବରୁ ବିବାହ କରିଥିଲେ। ତାଙ୍କ ଅକାଳ ମୃତ୍ୟୁରେ ଗାଁ ରେ ଶୋକର ଛାୟା ଖେଳିଯାଇଛି। କମ୍ବେଶ୍ୱରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ...