• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରହସ୍ୟମୟ ଝରଣା

ଦୁନିଆରେ ଏଭଳି ଅନେକ ରହସ୍ୟ ରହିଛି, ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରେ । ଏହିଭଳି ରହସ୍ୟ ରହିଛି ତୁର୍କୀର ପମୁକ୍କଲେ ପାହାଡରେ । ଏଠାରେ ପ୍ରାକୃତିକ ଭାବେ ଏକ ସ୍ୱିମିଙ୍ଗ ପୁଲ୍‌ ନିର୍ମିତ ହୋଇଛି, ଯାହା ନିଜର ସୁନ୍ଦରତା ସହ ଲୋକମାନଙ୍କର କୌତୁହଳର ବିଷୟ ହୋଇ ରହିଛି । ‌ଆଉ ଏହି କୌତୁହଳର କାରଣ ଏହି ପୁଲର ଏକ ଝରଣା ‌ଆକାରର ବୋହିଥାଏ । ‌ଆଉ ଏହି ଝରଣାର ପାଣି ଆପେ ଆପେ ଗରମ ହୋଇଯାଏ । ହେଲେ କିଭଳି ଏପରି ହୁଏ, ତାହା ବୈଜ୍ଞାନିକମାନଙ୍କ ପାଇଁ ମଧ୍ୟ ରହସ୍ୟ ହୋଇରହିଛି । କୁହାଯାଏ ଯେ, ଏଠାରେ ଗରମ ପାଣିର ଏହି ଝରଣା ହଜାର ହଜାର ବର୍ଷ ହେବ ରହିଛି । ଏଠାକାର ପାଣିର ତାପମାତ୍ରା ୩୭ ଡିଗ୍ରୀରୁ ୧୦୦ ଡିଗ୍ରୀ ପର୍ଯ୍ୟନ୍ତ ରହିଥାଏ ।

ଏହି ସ୍ୱିମିଙ୍ଗ୍‌ ପୁଲ୍‌ ଭଳି ନିର୍ମିତ ଏହି ଗରମ ପାଣିର ଝରଣାରେ ଗାଧୋଇଲେ ଅନେକ ପ୍ରକାରର ରୋଗ ଖାସ କରି ତ୍ୱଚା ସମ୍ବନ୍ଧିତ ରୋଗ ଭଲ ହୋଇଯାଏ ବୋଲି ବିଶ୍ୱାସ ରହିଛି । ଆଉ ଏହି କାରଣରୁ ଗରମ ପାଣିର ଏହି ଝରଣାକୁ ଦେଖିବାକୁ ଦୂର ଦୂରରୁ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାଆନ୍ତି । ଏଠାକାର ସବୁଠାରୁ ବଡ ବିଶେଷତ୍ୱ ଆଉ ରହସ୍ୟ ହେଉଛି ଏଠାରେ ଥିବା ଗରମ ପାଣିର ସରୋବର ପ୍ରାକୃତିକ ଭାବେ ଆପେ ଆପେ ନିର୍ମିତ ହୋଇଛି । କିନ୍ତୁ କିଭଳି ଓ କେବେ ଏହା ନିର୍ମିତ ହୋଇଛି ସେ ସମ୍ପର୍କରେ କେହି ମଧ୍ୟ ଜାଣିନାହାନ୍ତି । ଏହି ଝରଣାର ପାଣିକୁ ନେଇ ଅନେକ ଥର ବୈଜ୍ଞାନିକମାନେ ଗବେଷଣା କରିସାରିଛନ୍ତି ।

PAMUKKALE, TURKEYPAMUKKALE, TURKEY

ଗବେଷଣା ଅନୁଯାୟୀ ପାଣିରେ ଥିବା ଖଣିଜ ପଦାର୍ଥ ବାହାର ଗ୍ୟାସ ସମ୍ପର୍କରେ ‌ଆସିବା କାରଣରୁ କ୍ୟାଲସିୟମ୍‌ କାବୋର୍ନେଟ୍‌ ନିର୍ମିତ ହୁଏ । ଯାହା ହଜାର ବର୍ଷ ହେବ ଏହି ଝରଣା କୂଳରେ ଜମା ହେଉଛି । ଆଉ ଏହି କାରଣରୁ ଝରଣାଟି ସରୋବରର ରୂପ ନେଇସାରିଛି । ତେବେ କୁହାଯାଏ ଏହି ପାହାଡ ଦେଇ ପାଣି ବୋହୁଥିବା ସମୟରେ ହି ଝରଣାର ପାଣି ଗରମ ହୋଇଯାଏ । କିଛି କିଛି ସ୍ଥାନରେ ତ ପାହାଡ ଫୁଟୁଥାଏ । ହେଲେ ଏ ପାଣି ଗରମ କିପରି ହୁଏ, ସେ ରହସ୍ୟ ଆଜି ବି ସମସ୍ତଙ୍କୁ ଦ୍ୱନ୍ଦରେ ପକାଇ ଆସିଛି ।

ଏହି ଝରଣାର ପାଣି ତଳକୁ ଝରିବା ପରେ ଏଠାରେ ପାଖାପାଖି ୧୭ଟି ପୁଲ ଆପେ ଆପେ ନିର୍ମିତ ହୋଇଛି । ଏହାକୁ ନେଇ ମଧ୍ୟ ବୈଜ୍ଞାନିକମାନେ ଅନେକଥର ଗବେଷଣା କରିଛନ୍ତି । କିନ୍ତୁ ବାସ୍ତବିତ ତଥ୍ୟ ଓ ସତ କଣ ତାହା ଆଜି ବି ଅଭେଦ ରହସ୍ୟ ହୋଇ ରହିଛି । କିନ୍ତୁ ଏହି ରହସ୍ୟ ହି ଏହି ସ୍ଥାନର ପରିଚୟ ପାଲଟିଯାଇଛି ।