• translate
Minati Mishra

News Highlights

  • ବୁଲିବାକୁ ଆସି ଗୋପାଳପୁର ସମୁଦ୍ରରେ ବୁଡି ଯାଉଥିଲେ

  • ଦେବଦୂତ ସାଜିଲେ ହୋମଗାର୍ଡ

  • ନିଜ ଜୀବନକୁ ଖାତିର ନ କରି ଯୁବକଙ୍କୁ ଉଦ୍ଧାର କଲେ 

ବ୍ରହ୍ମପୁର: ବେଳାଭୂମି ବୁଲିବାକୁ ଆସି ପଡ଼ି ଯାଇଥିଲେ ମୃତ୍ୟୁ ଯନ୍ତାରେ। ହେଲେ ଦେବଦୂତ ସାଜିଲେ ହୋମଗାର୍ଡ।  ସମୁଦ୍ରରେ ବୁଡି ଯାଉଥିବା ବେଳେ ଜଣେ ଯୁବକକୁ ଉଦ୍ଧାର କଲେ ସେଠରେ ଡ୍ୟୁଟି କରୁଥିବା ହୋମଗାର୍ଡ  । ଏଥିପାଇଁ ହୋଗଗାର୍ଡଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିଛି। ଏମିତି ଏକ ଘଟଣା ଘଟିଛି ଗଞ୍ଜମ ଜିଲ୍ଲା ଗୋପାଳପୁର ବେଳାଭୂମିରେ।

ଘଟଣା ଗତକାଲି ଅପରାହ୍ନର। ଅପରାହ୍ନରେ ପୁରୁଷୋତ୍ତମପୁର ଆଚୁଲି ଅଂଚଳର ସାଗର ମଣ୍ଡଳ ଗୋପାଳପୁର ବୁଲିବାକୁ ଆସିଥିଲେ। ସମୁଦ୍ରରେ ଗାଧୋଉଥିବାବେଳେ ହଠାତ୍‌  ଅସାବଧାନତା ବଶତଃ ସମୁଦ୍ର ଭିତରକୁ ଚାଲିଗଲେ। ଚାହୁଁ ଚାହୁଁ ପ୍ରାୟ ଶହେ ମିଟର ଦୁରକୁ ଚାଲି ଯାଇଥିଲେ। ଗୋପାଳ ପହଁରା ଜଣି ନ ଥିଲେ। ତେଣୁ ସମୁଦ୍ରର ଉଚ୍ଚ ଲହଡ଼ି ଭାଙ୍ଗି ସେ ବାହାରକୁ ଆସିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।  ଏହି ସମୟରେ ସମୁଦ୍ର କୂଳରେ କାର୍ଯ୍ୟରତ ହୋମଗାର୍ଡଙ୍କ ନଜରରେ ଏହା ପଡିଥିଲା ।

ହୋମଗାର୍ଡ ଚିଟି ବାବୁ କାଳ ବିଳମ୍ବ ନ କରି ଏକ ଲାଇଫ ସେଭିଂ ଟ୍ୟୁବରେ  ସମୁଦ୍ର ଭିତରକୁ ଯାଇ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ । ତାଙ୍କର ଏହି କାର୍ଯ୍ୟ ପାଇଁ ସମସ୍ତେ ପ୍ରଂଶସା କରିଛନ୍ତି ।

Other Stories