• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଇଟାଲୀରେ ୮୦ଟଙ୍କାରେ ଆପଣ ଘର କିଣିପାରିବେ 

୮୦ଟଙ୍କାରେ ଘର । ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟି ସତ । ଇଟାଲୀର ଏକ ଗାଁରେ ୮୦ଟଙ୍କାରେ ଆପଣ ଘର କିଣିପାରିବେ । ଇଟାଲୀ ସାଧାରଣ ଭାବେ ବେଶ୍‌ ସୁନ୍ଦର ଦେଶ । କିନ୍ତୁ ଗତ ୧୦ ବର୍ଷରେ ଏଠାରେ ଜନସଂଖ୍ୟା ୨.୫ ପ୍ରତିଶତ କମିଯାଇଛି । ଇଟାଲୀରେ ରହିବା ଅନେକ ଲୋକମାନଙ୍କର ସ୍ୱପ୍ନ ହୋଇପାରେ । ଆଉ ଏହି ସ୍ୱପ୍ନକୁ ଇଟାଲୀ ସରକାର ପୁରା କରିପାରିବେ ।

ଇଟାଲୀର ଏକ ଦ୍ୱୀପ ସିସିଲିରେ ଏକ ନଗର ପରିଷଦ ବିଦେଶୀମାନଙ୍କୁ ସେଠାରେ ରହିବାରେ ସାହାଯ୍ୟ କରୁଛି । ଆଉ ଏସବୁ ବେଶ୍‌ ମାମୁଲି ଦାମରେ । ସିସିଲି ଦ୍ୱୀପର ଏହି ଗାଁରେ ଘର କିଣିବାର ଦାମ ମାତ୍ର ଏକ ୟୁରୋ ବା ପାଖାପାଖି ୮୦ ଟଙ୍କା । ଏବେ ଇଟାଲୀର ଏକ ଦ୍ୱୀପରେ ଏକ ନଗର ପରିଷଦ ବିଦେଶୀମାନଙ୍କୁ ସେଠାରେ ଥଇଥାନ କରିବାରେ ସାହାଯ୍ୟ କରୁଛନ୍ତି ।

ସିସିଲୀର ଗ୍ରାମୀଣ ଅଂଚଳରେ ଏକ ଗାଁ ସମ୍ବକାର ଅଧିକାରୀମାନେ ୨୦୧୯ରେ ଲଗାତାର କମ ହେଉଥିବା ଜନସଂଖ୍ୟା ସମସ୍ୟାର ସମାଧାନ ପାଇଁ ଏକ ଖାସ୍‌ ଯୋଜନା ଘୋଷଣା କରିଛନ୍ତି । ସେମାନେ ନିଷ୍ପତ୍ତି ନେଇଛନ୍ତି ଯେ, ସିସିଲୀର ଗ୍ରାମୀଣ ଅଂଚଳରେ ଖାଲି ପଡିଥିବା ପୁରୁଣା ଘର ଗୁଡିକୁ ବେଶ ଶସ୍ତା ଦରରେ ବିକ୍ରି କରାଯିବ । ୟୁରୋପର ଅନେକ ଛୋଟ ଗାଁ ବା ସାହି ଭଳି ସମ୍ବକାର ଗାଁରେ ମଧ୍ୟ ସମୟ ସହ ଜନସଂଖ୍ୟା କମିଯିବାରେ ଲାଗିଛି ।

SICILY ISLAND, ITALYSICILY ISLAND, ITALY

ବର୍ତ୍ତମାନ ଏହି ଗାଁର ଜନସଂଖ୍ୟା ମାତ୍ର ୫ହଜାର ୮୦୦ । କାରଣ ଏଠାକାର ସ୍ଥାନୀୟ ଲୋକମାନେ ପାଖ ସହର କିମ୍ବା ବିଦେଶରେ ରହିବାକୁ ଚାଲିଯାଇଛନ୍ତି । ତେଣୁ ସମ୍ବକାର ନଗର ପରିଷଦ ଏଠାକାର ପୁରୁଣା ଖାଲି ପଡିଥିବା ଘର ଗୁଡିକୁ କିଣିବା ପାଇଁ, ବିଶ୍ୱ ସାରା ଲୋକମାନଙ୍କୁ କମ୍‌ ଦାମରେ ବିକ୍ରି କରିବାକୁ ନିଷ୍ପତି ନେଇଛନ୍ତି । ଯାହା ଫଳରେ ନୂଆଲୋକମାନେ ଏଠାରେ ରହିବା ପ୍ରତି ଆକର୍ଷିତ ହେବେ । ‌ଆଉ ଦୁନିଆସାରା ସାରାର ଲୋକମାନଙ୍କର ଇଟାଲୀରେ ନିଜର ଏକ ଘର ବନାଇବାର ସ୍ୱପ୍ନ ପୁରା ହେବାରେ ଲାଗିଛି ।

ବର୍ତ୍ତମାନ ଅନେକ ଲୋକ ଏଠାରେ ରହିବାକୁ ଆସିସାରିଛନ୍ତି । ବିଶ୍ୱ ସାରା ଲୋକମାନେ ଇଟାଲୀର ଗାଁ ଓ ସଂସ୍କୃତି ପ୍ରତି ରୁଚି ରଖୁଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଏଠାରେ ୬୦ରୁ ଅଧିକ ଘର ବିକ୍ରି ହୋଇସାରିଛି । ଏଟାରେ ଏତେ ଶସ୍ତା ଦରରେ ଘର କିଣିବା ପାଇଁ କେବଳ ଗୋଟିଏ ମାତ୍ର ସର୍ତ୍ତ ରହିଛି, ଯେ, ଘର ଗୁଡିକ ମରାମତି ପାଇଁ ଘରର ନୂଆ ମାଲିକ ହିଁ ସମସ୍ତ ଖର୍ଚ୍ଚ ବହନ କରିବ । ଆଉ ସେମାନଙ୍କୁ ଏଥିପାଇଁ ତିନିବର୍ଷ ସମୟ ଦିଆଯିବ । ମାତ୍ର ଏକ ୟୁରୋରେ ଘର କିଣିବାର ଏହି ଯୋଜନା ଫଳରେ ସମ୍ବକାର ରାତାରାତି ପ୍ରସିଦ୍ଧି ଲାଭ କରିଥିଲା । ଏହି ଘର କିଣିବାରେ କେବଳ ବିଦେଶୀ ନୁହନ୍ତି ବରଂ ଇଟାଲୀର ଲୋକମାନେ ମଧ୍ୟ ସାମିଲ ହୋଇଛନ୍ତି ।

SICILY ISLAND, ITALYSICILY ISLAND, ITALY

ଏଠାକାର ପ୍ରାକୃତିକ ସୁନ୍ଦରତା ମଧ୍ୟ ଅନେକ ଲୋକମାନଙ୍କୁ ଏଠାରେ ଘର କିଣିବା ପ୍ରତି ଆକୃଷ୍ଟ କରୁଛି । ବର୍ତ୍ତମାନ ଖାଲି ପଡିଥିବା ଏହି ଘର ଗୁଡିକ ପଉରଣ ହେବାରେ ଲାଗିଛି । ତେଣୁ ଏଠାକାର ନଗର ପରିଷଦ ନେଇଥିବା ନିଷ୍ପତ୍ତି ସଫଳ ହୋଇଛି ବୋଲି କୁହାଯାଇପାରେ । ଦୁନିଆ ସାରାର ଅନେକ କଳାକାର ସମ୍ବକାରେ ଘର କିଣି ରହିବାରେ ଲାଗିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ କଲାକାର ସଙ୍ଗୀତ କ୍ଷେତ୍ରରେ ଥିବା ବେଳେ କିଛି ଲୋକ ପତ୍ରକାର ଓ ଲେଖକ ମଧ୍ୟ । ସେମାନେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ଭୁରି ଭୁରି ପ୍ରଶଂସା କରିଥାଆନ୍ତି । ଏହାର ସବୁଠାରୁ ବଡ ସଫଳତା ହେଉଛି, ବିଦେଶୀମାନେ ଏହି ସ୍ଥାନ ପ୍ରତି ଆକୃଷ୍ଟ ହେବା ସହ ଏହି ଗାଁ ଛାଡି ଯାଉଥିବା ଲୋକମାନେ ପୁଣିଥରେ ଏହି ଗାଁକୁ ଫେରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।