• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଘର ଉପରେ ଛପର ଅଛି, କିନ୍ତୁ ଘରର ଚାରି କାନ୍ଥ ନାହିଁ

  • ଦୟନୀୟ ଅବସ୍ଥାରେ ଚଳୁଛନ୍ତି ଶାଶୁବୋହୂ

  • ସାହାଯ୍ୟ କରିବାକୁ ନିବେଦନ

ସାଲେପୁର(ମନୋଜ କୁମାର ଆଚାର୍ଯ୍ୟ) : ଘର କହିଲେ କେବଳ ଚାଳ ଛପର କୁଡ଼ିଆ । ଅଧା କାନ୍ଥ ବି ଉଠିନ୍ । ନା ଅଛି କବାଟ ନା ଝରକା । ବୟସରେ ଅପରାହ୍ନରେ ବିଧବା ଶାଶୂବୋହୂ । ଏତେ ବଡ଼ ଦୁନିଆରେ ପୂରା ଏକୁଟିଆ । ଜୀବନ ଜୀଇବାକୁ ଶରୀରରେ ଆଉ ଜୁ ନାହିଁ । ଘର କରିବାକୁ ନା ସାହସ ଅଛି ନା ସାହାରା ହେବାକୁ କିଏ ଅଛି । ଦୁଇ ବୃଦ୍ଧ ବିଧବା ଶାଶୂବୋହୁଙ୍କ ପାଇଁ ସତେ ଯେମିତି ସରକାରୀ ଯୋଜନା ସାତ ସପନ। ଘର ଖଣ୍ଡିଏ ପାଇଁ ଅନେକ ଥର ଗୁହାରୀ କରିଛନ୍ତି, ହେଲେ କିଛି ବି ସୁଫଳ ମିଳିନି । 

ସାଲେପୁର ସହର ଉପକଣ୍ଠ ବାହାବଳପୁର ଗାଁରେ ରୁହନ୍ତି ଶାଶୂ ରାଧା ବେହେରା ଆଉ ବୋହୂ ଉଷାମଣି ବେହେରା । ଶାଶୁଙ୍କୁ ୯୨ ବର୍ଷ ଆଉ ଉଷାମଣିଙ୍କୁ ୭୦ ବର୍ଷ ବୟସ । ଅଧା କାନ୍ଥ ଉଠିଥିବା ଘରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ଶାଶୁବୋହୂ । ସେଇଠି ରୋଷେଇବାସ, ସେଇଠି ଖିଆପିଆ ଆଉ ଏଇଠି ଅଖା ବିଛାଇ ରାତିରେ ଶୁଅନ୍ତି । ଏପରି ଏକ ଘରେ ରହୁଛନ୍ତି ନା ଘରର କବାଟ ଅଛି ନା ଝରକା । ଚାରିଆଡ଼ ଖୋଲାମେଳା । ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର, ତାରା ଉଙ୍କିମାରି ଦେଖନ୍ତି । ସବୁକିଛି ଚାଲେ କେବେଳ ଭଗବାନଙ୍କ ଭରଷାରେ । ୧୨ ବର୍ଷ ହେଲାଣି ଉଷାମଣିଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଛି । ସ୍ୱାମୀ ବଞ୍ଚିଥିବା ବେଳେ ସେ ଘର ବାବଦ ଟଙ୍କା ନେଇଥିବା କହି ସରକାରୀ ବାବୁ ବାରମ୍ବାର ମିଛ କହୁଥିବା ଅଭିଯୋଗ କରିଛନ୍ତି ଉଷାମଣି।

ଦୁଇ ବୃଦ୍ଧା ଶାଶୂ ବୋହୁଙ୍କର ସମସ୍ୟା ବିଷୟରେ ସାଲେପୁର ବିଡ଼ିଓଙ୍କୁ ନିକଟରେ ଅଭିଯୋଗ ହୋଇଛି । ସେ ଏହି ବିଷୟ ପ୍ରତି ଗୁରୁତ୍ୱ ଦେଇ ତୁରନ୍ତ ସେହି ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଧେଶ ଦେବେ । ଖୁବ ଶୀଘ୍ର ଉଭୟ ବୃଦ୍ଧାଙ୍କୁ ଯଥା ସମ୍ଭବ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।