• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ସ୍କୁଲ ୟୁନିଫର୍ମ ପିନ୍ଧି ଗାଡି ଚଲାଉଛି ୮ବର୍ଷର ଛାତ୍ର

  • ଘରର ବଡ ପୁଅ ବୋଲି ମୁଣ୍ଡକୁ ନେଇଛି ପରିବାରର ଦାୟିତ୍ୱ

  • ଭିନ୍ନକ୍ଷମ ବାପା-ମା, ଭାଇଭଉଣୀଙ୍କ ପାଇଁ ଚଳାଉଛି ଅଟୋ

ହାଇଦ୍ରାବାଦ: ୮ ବର୍ଷର ବାଳକ, ସ୍କୁଲ ୟୁନିଫର୍ମ ପିନ୍ଧି ଚଲାଉଛି ଇ-ରିକ୍ସା । ପଛରେ ବସିଛନ୍ତି ୨ ଜଣ ଯାତ୍ରୀ। ହାଇଦ୍ରାବାଦ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏପରି ଦୃଶ୍ୟ ସେଦିନ ଚନ୍ଦ୍ରଗିରି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଚକିତ କରିଥିଲା ।  ସେ ଗାଡ଼ି ଅଟକାଇ ପିଲାଟିକୁ ପଚାରିଥିଲେ। ପିଲାଟି ନିଜ ଜୀବନ ସଂଘର୍ଷର ଯେଉଁ କାହାଣୀ କହିଥିଲା ଆଖିରେ ଲୁହ ଆସି ଯିବା ପରି ଥିଲା। 

ପିଲାଟିର ନାଁ ଗୋପାଳ କୃଷ୍ଣ ।  ତୃତୀୟ ଶ୍ରେଣୀରେ ପଢେ।  ପରିବାରର ଚଳାଇବା ପାଇଁ ସେ ଏହି ରିକ୍ସା ଚଲାଉଛନ୍ତି । ଗୋପାଳଙ୍କ ପରିବାର କହିଲେ ଦିବ୍ୟାଙ୍ଗ ବାପା,ମା ଓ ତାଙ୍କର ୩ଟି କୁନି ଭାଇଭଉଣୀ । ଗୋପାଳ ପରିବାରର ବଡ ପଅ ହୋଇଥିବାରୁ ସେ ନିଜ ପରିବାରର ରୋଜଗାର ମେଣ୍ଟାଇବା ପାଇଁ ରିକ୍ସା ଚଲାଉଛନ୍ତି । ଗୋପାଳ କହିଛନ୍ତି ଯେ, ପାଠପଢିବା ପରେ ମୁଁ ମୋ ବାପା,ମାଙ୍କୁ ଇରିକ୍ସାରେ ନେଇଯାଇଥାଏ । ବଡ ପୁଅ ହୋଇଥିବାରୁ ପରିବାରର ସାହାଯ୍ୟ କରିବା ମୋର ଦାୟିତ୍ୱ ଅଟେ ।

ହାଇଦ୍ରାବାଦ ଚନ୍ଦ୍ରଗିରି ସହର ବିଭିନ୍ନ ସ୍ଥାନରେ ବୁଲି ବୁଲି ଗୋପାଳଙ୍କ ଭିନ୍ନକ୍ଷମ ବାପାମା ପରିବା ଓ ରାସନ ସାମଗ୍ରୀ ବିକ୍ରି କରନ୍ତି । ତାଙ୍କ ବାପା କହିଛନ୍ତି, ମୁଁ ଓ ମୋ ସ୍ତ୍ରୀ ଦୃଷ୍ଟିହୀନ। ଆମର ୩ ସନ୍ତାନ ଅଛି । ବଡପୁଅ ତାର ପାଠପଢା ସାରିବା ପରେ ଟଙ୍କା ରୋଜଗାର କରିବାରେ ଆମକୁ ସାହାଯ୍ୟ କରେ । ଏହାସହ ଗୋପାଳଙ୍କ ବାପା କହିଛନ୍ତି ଯେ, ସରକାରଙ୍କ ସହାୟତା କହିଲେ କେବଳ ୩୦୦୦ ଟଙ୍କା ମିଳୁଛି । ଏହି ପେନସନ୍ ବୃଦ୍ଧି କରିବାକୁ ଆମେ ଚାହୁଁଛୁ । ଏହା ସହ ସରକାରଙ୍କ ପକ୍ଷରୁ ଖଣ୍ଡେ ଘର ଓ ଛୁଆମାନଙ୍କ ପାଠପଢା ପାଇଁ ସହାୟତା ମିଳିଲେ ସେମାନେ ଉପକୃତ ହେବେ ବୋଲ କହିଛନ୍ତି ଗୋପାଳଙ୍କ ପିତା । ଭିନ୍ନକ୍ଷମ ଦମ୍ପତିଙ୍କ ୩ଟି ସନ୍ତାନ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଓ ଫିଟ୍ ଅଛନ୍ତି । ତାଙ୍କମାନଙ୍କ ଭଲ ଭବିଷ୍ୟତ ପାଇଁ ବାପା ମା କଠିନ ପରିଶ୍ରମ କରୁଛନ୍ତି ।

ଗୋପାଳ କୃଷ୍ଣ ତାଙ୍କ ବାପା ମାଙ୍କ ସହିତ ଚନ୍ଦ୍ରଗିରି ହସ୍ପିଟାଲକୁ ପରିବା ବିକ୍ରି ନିମନ୍ତେ ଯାଉଥିଲେ । ସେହିସମୟରେ ବାଟରେ ପୋଲିସ ଅଟକାଇ ନାବାଳିକା ହୋଇଥିବାରୁ ଗୋପାଳଙ୍କୁ ଗାଡି ଚଲାଇବାକୁ ମନା କରିଥିଲା । ହେଲେ ପରେ ଗୋପାଳଙ୍କୁ ଛାଡି ଦେଇଥିଲା ।