• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଅବହେଳିତ ଅବସ୍ଥାରେ ସ୍ୱାଧୀନତା ସଂଗ୍ରୀମୀଙ୍କ ଗାଁ

ଭଞ୍ଜନଗର: ବ୍ରିଟିଶ ବିରୋଧରେ ଲଢେଇ କରି ଦେଶ ପାଇଁ ଅନେକ ବୀର ପୁରୁଷ ନିଜର ବଳିଦାନ ଦେଇଛନ୍ତି। ଆଉ ସେହିଭଳି ଜଣେ ଆଦିବାସୀ ଜାତିରେ ଜନ୍ମ ଗ୍ରହଣ କରି ବ୍ରିଟିଶ ବିରୋଧରେ ସଂଗ୍ରାମ କରି ଘୁମୁଷର ମାଟିକୁ ରକ୍ଷାକରିବାକୁ ଆପ୍ରାଣ ଚେଷ୍ଟା କରିଥିବା ବିପ୍ଲବୀ ହେଲେ ବୀରପୁତ୍ର ଚକରା ବିଷୋୟୀ । ତତ୍କାଳୀନ ଉତ୍କଳ ରାଜ୍ୟର ବିରାଟ ଗଡ଼ଜାତ ଭାବେ ପରିଚିତ ଥିଲା ଘୁମୁଷର। କନ୍ଧମାଳ,ଗଞ୍ଜାମର ଅଧାଅଂଶ ଆଉ ଗଜପତିର ସୀମାକୁ ନେଇ ପୂର୍ଣ୍ଣାଙ୍ଗ ଘୁମୁଷର ଗଡ଼ କୁହାଯାଉଥିଲା। ସେତେବେଳେ ଘୁମୁସର ଗଡ଼ର ରାଜା ଥିଲେ ଧନୁର୍ଜୟ ଭଞ୍ଜ । ଆଉ ଭଞ୍ଜ ରାଜାଙ୍କ ସେନାପତି ଥିଲେ ଚକରା ବିଷୋୟୀ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବିଂଝଗିରି ଠାରେ ୧୮୨୩ ମସିହା ସାମ୍ବ ଦଶମୀ ତିଥିରେ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଚକରା ବିଷୋୟୀ।। ଦାଦା ଦୋହରା ବିଷୋୟୀ ଜଣେ ସଂଗ୍ରାମୀ ହୋଇ ଇଂରେଜ ମାନଙ୍କ ସହ ଲଢୁଥିଲେ। ତାଙ୍କରି ଠାରୁ ଅନୁପ୍ରାଣିତ ହୋଇ ପିଲାଟି ବୟସରୁ ଯୁଦ୍ଧ ବିଦ୍ୟା ପ୍ରତି ଆକୃଷ୍ଟ ହୋଇଥିଲେ ଚକରା । ଧନୁଶର,ଫାର୍ଶା, ଖଣ୍ଡା,ତୀର ଚାଳନା ଭଳି ବହୁ ଯୁଦ୍ଧ ବିଦ୍ୟାରେ ପାରଦର୍ଶିତା ବି ଲାଭ କରିଥିଲେ।

ସୋରାଦେବୀ,କଳାଘାଟି,ଟାଙ୍ଗିରେଇ,ମଝା ଘାଇ ପାହାଡ ପାଦ ଦେଶରେ ଲୁଚି ଲୁଚି ଇଂରେଜ ମାନଙ୍କ ସହ ଲଢ଼ିବାକୁ ଷଡ଼ଯନ୍ତ୍ର ରଚିଥିଲେ । ମାତ୍ର ୭ ବର୍ଷ ବୟସରୁ ଗୁପ୍ତଚର ଭାବେ କାମ କରି ଇଂରେଜ ମାନଙ୍କୁ ପରାସ୍ତ କରିବାକୁ ଉଦ୍ୟମ ଜାରି ରଖିଥିଲେ।୧୩ ବର୍ଷ ବୟସରେ ଇଂରେଜ ମାନଙ୍କ ହାତରେ ଧରାପଡି ଜେଲ ବି ଯାଇଥିଲେ। ଦିନକୁ ଦିନ ବ୍ରିଟିଶ ମାନଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଥିଲା।

ଯିଏ ତାଙ୍କ ବିରୋଧରେ ସ୍ୱର ଉଠାଉଥିଲା ଜେଲଦଣ୍ଡ ଦେବା ମିଳୁଥିଲା ମୃତ୍ୟୁ ଦଣ୍ଡ। ଚକରା ଜେଲରୁ ଫେରିବା ପରେ ଆଦିବାସୀଙ୍କୁ ନେଇ ମେଳି କରି ଚକରା ଘାଟିରେ ବ୍ରିଟିଶ ସହ ସଂଗ୍ରାମ କରିବା ପାଇଁ ଷଢଯନ୍ତ୍ର ରଚିଥିଲେ। ଚକରାଙ୍କ ଚକ୍ରବିହୁରେ ଘାଇଲା ହୋଇଯାଇଥିଲେ ଇଂରେଜ ମାନେ। ଶେଷରେ ବାଧ୍ୟ ହୋଇ ଚକରାକୁ ଧରିବା ପାଇଁ ବ୍ରିଟିଶର ମାନେ ୧୦ ହଜାର ଟଙ୍କା ମୁଣ୍ଡ ଜାମିନ ରଖିଥିଲେ ମଧ୍ୟ ବିଫଳ ହୋଇଥିଲେ। ଶେଷ ରକ୍ତ ବିନ୍ଦୁ ଥିବା ଯାଏଁ ସେ ନିଃସ୍ୱାର୍ଥପର ଭାବେ ବ୍ରିଟିଶ ବିରୋଧରେ ଲଢେଇ କରିଥିଲେ ବୋଲି କହନ୍ତି ଗବେଷକ ମାନେ।

ଚକରାଙ୍କ ଯୁଦ୍ଧ ବିଦ୍ୟା ପ୍ରଶିକ୍ଷଣର ମୁଖ୍ୟସ୍ଥଳୀ ଥିଲା ଚକରା ଘାଟି। ଯେଉଁଠାକୁ ପ୍ରବେଶ କରିବା ପାଇଁ ଏତେ ସହଜ ନଥିଲା। ସେଠାରେ ସେ ନିଜ ସହଯୋଗୀ ମାନଙ୍କୁ ଯୁଦ୍ଧ ବିଦ୍ୟା ଶିକ୍ଷା ଦେଉଥିଲେ। ସେଠାରୁ ଅଳ୍ପ ଦୂରରେ ରହିଛି ରଣଘଣ୍ଟା ମନ୍ଦିର। ଆଉ ସେଠାରେ ଅଦ୍ୟବଧି ପୂଜାପାଉଛନ୍ତି ଭଞ୍ଜବଂଶର ଇଷ୍ଟ ଦେବୀ ମା ରଣଘଣ୍ଟା ଦେବୀ। ଯେଉଁ ସମୟରେ ଗଡ଼କୁ ବ୍ରିଟିଶ ମାନେ ଆକ୍ରମଣ କରିବାର ସୂଚନା ମିଳୁଥିଲା ସେତେବେଳେ ରଣଘଣ୍ଟା ମନ୍ଦିରରେ ଥିବା ଘଣ୍ଟ ବାଜି ଉଠୁଥିଲା। ଆଉ ଜଙ୍ଗଲରେ ଲୁଚି ରହୁଥିବା ଚକରାଙ୍କ ସିପାହୀ ମାନେ ଶବ୍ଦ ଶୁଣିବା ପରେ ଚକରା ସତର୍କ ହେଉଥିଲେ।

ଲୋକକଥା ରହିଛି ବ୍ରିଟିଶ ମାନଙ୍କ ଉପରେ ଆକ୍ରମଣ କରିବା ପୂର୍ବରୁ ରଣଘଣ୍ଟା ଦେବୀଙ୍କୁ ଚକରା ପୂଜାର୍ଚ୍ଚନା କରି ଏହି ଦେବୀଙ୍କୁ ସନ୍ତୁଷ୍ଟ କରୁଥିଲେ। ଘୁମୁଷର ବିଦ୍ରୋହର ନେତୃତ୍ୱ ନେଇଥିବା ଚତୁର ଚକରାଙ୍କୁ କାବୁ କରିପାରିନଥିଲେ ଇଂରେଜ ମାନେ। ବହୁ ବାଧାବିଘ୍ନ ମଧ୍ୟରେ ଶକ୍ତିଶାଳୀ ଇଂରେଜ ସରକାରଙ୍କ ବିରୋଧରେ ସେ ମୃତ୍ୟୁ ପର୍ଯ୍ୟନ୍ତ ନୀରବିଚ୍ଛିନ୍ନ ବିଦ୍ରୋହ ଚାଲୁ ରଖିଥିଲେ କିନ୍ତୁ ଦୁଃଖ ପରିତାପର ବିଷୟ ଘୁମୁସର ମାଟି ପାଇଁ ଆଜୀବନ ସଂଗ୍ରାମକୁ ଆପଣାଇଥିବା ଜନ୍ମ ମାଟି ଏବେ ଅବହେଳିତ ଅବସ୍ଥାରେ। ଚକରାଙ୍କ ଜନ୍ମମାଟି ପ୍ରତି ସରକାରଙ୍କ ନିଘା ନଥିବା କଥା କହିଛନ୍ତି ଅଂଚଳବାସୀ।