• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •    କଟକରେ  ମିଳୁଛି ଫାଇବରରେ ତିଆର ଘର 

କଟକ: ଇଟା, ପଥର ବାଲି ଏବଂ ସିମେଣ୍ଟରେ ତିଆରି ଘରେ ସମସ୍ତେ ରହୁଛନ୍ତି କିନ୍ତୁ ଆପଣ କେବେ ଭାବିଛନ୍ତି କି ଫାଇବରରେ ମଧ୍ୟ ଘର ର୍ନିମାଣ ହୋଇପାରିବ ଏବଂ ମଣିଷ ସେହି ଘରେ ରହିପାରିବ । ହଁ ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ ।କଟକ ସହର ଉପକଣ୍ଠ ତେଲେଙ୍ଗାପେଣ୍ଠରେ ଦେଖିବାକୁ ମିଳିଛି ଏଭଳି ଘର । କଟକ କଲ୍ୟାଣ ନଗର ଅଞ୍ଚଳର ବାସିନ୍ଦା ଏସ୍ ଏସ୍ କାଜଲ କ୍ରାଫ୍ଟ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ କାଜଲ ପଟ୍ଟନାୟକ ତିଆରି କରୁଛନ୍ତି ଏଭଳି ଫାଇବର ଘର । ଶିକ୍ଷ୍ୟାଗତ ଯୋଗ୍ୟତାରେ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ଫାଇବର୍ ତିଆରି ସାମଗ୍ରୀକୁ ନିଜ ପେଶା ଭାବେ ଗ୍ରହଣ କରିଛନ୍ତି । ଲୁହା ରେଲିଂ ଏବଂ ଫାଇବରରେ ତିଆରି ଏହି ଘରେ ଏକ ପରିବାର ରହିବା ଭଳି ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ଘରଟି ମୁଭେବୁଲ ଅର୍ଥାତ୍ କୌଣସି ଏକ ଟ୍ରକରେ ଘରଟିକୁ ନେଇ ଅନ୍ୟ ସ୍ଥାନରେ ରଖିହେବ । ଆପଣ ଯେଉଁ ସ୍ଥାନରେ ନିଜର ଏକ ସୁନ୍ଦର ଘର ତିଆରି କରିବାକୁ ଚାହୁଁଥିବେ ସେହି ସ୍ଥାନରେ ଘରଟିକୁ ନେଇ ରଖିପାରିବେ ।

ଜୁଲାଇ ମାସରୁ ଏହି ଘରଟି ଆରମ୍ଭ କରି ମାତ୍ର ଦୁଇ ମାସ ମଧ୍ୟରେ ଏହି ଘରଟି ସମୂର୍ଣ୍ଣ ହୋଇଛି । ବଡ ଘରଟିରେ ଦାମ୍ ୩ ଲକ୍ଷ ଟଙ୍କା ହୋଇଥିବା ବେଳେ ଛୋଟ ଘରଟିର ଦାମ୍ ୧ ଲକ୍ଷ ୯୦ ହଜାର ଟଙ୍କା । ଶିକ୍ଷାଗତ ଯୋଗ୍ୟତାରେ କାଜଲ ଜଣେ ଇଂଜିନିୟର ହୋଇଥିବା ବେଳେ ତାଙ୍କୁ ଏହି କନସେପ୍ଟକୁ କାର୍ଯ୍ୟକାରୀ କରିବା ପାଇଁ ତାଙ୍କ ଝିଅ ସ୍ୱସ୍ତି ଢେର ପ୍ରେରଣା ଦେଇଛନ୍ତି । ପେଶାରେ ଜଣେ ଫ୍ୟାଶନ ଡ଼ିଜାଇନର୍ ହୋଇଥିବା ସ୍ୱସ୍ତି ତାଙ୍କ ବାପା କାଜଲଙ୍କୁ ଏହି କାର୍ଯ୍ୟରେ ଢେର ସହଯୋଗ କରିଛନ୍ତି ।

ଓଡିଶାରେ ଏହି ଘର ପ୍ରଥମ ହୋଇଥିବା ବେଳେ ଆଗକୁ ଏହାକୁ ବିକ୍ରୀ ପାଇଁ ଯୋଜନା ରହିଛି । ତେବେ ଯଦି ସରକାର ବିଭିନ୍ନ ଅସ୍ଥାୟୀ ଘର ଯୋଜନାରେ ଏହାକୁ ସାମିଲ୍ କରନ୍ତି ତାହା ହେଲେ ଏହା ନିଶ୍ଚିତ ରୂପେ ଢେର ଉପଯୋଗୀ ହୋଇ ପାରନ୍ତା ବୋଲି କହିଛନ୍ତି କାଜଲ କ୍ରାଫ୍ଟ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ କାଜଲ ପଟ୍ଟନାୟକ କହିଛନ୍ତି ।