• translate
Sarbeswar

News Highlights

  • ସାର କଲା ଲଙ୍କାକାଣ୍ଡ

  • ନାକେଦମ ହେଲା ପୋଲିସ

ନବରଙ୍ଗପୁର: ସାର ପାଇଁ ଠେଲା ପେଲା, ପଥର ମାଡ଼, ଭଙ୍ଗା ରୁଜା ହୋଇଛି। ଏପରିକି ଲ୍ୟାମ୍ପ ଗେଟ ଓ ଲ୍ୟାମ୍ପ ଆଜବେଷ୍ଟେଜ ବି ଭଙ୍ଗାରୁଜା ହୋଇଛି । ଏମିତି ଚିତ୍ର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପରେ ଦେଖିବାକୁ ମିଳିଛି। ୟୁରିଆ ସାର ପାଇଁ ହାଉ ଜାଉ ହେଉଛନ୍ତି ଲୋକେ । ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସକୁ ନାକେଦାମ ହେବାକୁ ପଡିଛି। ମିଳିଥିବା ସୂଚନା ଅନୁଯାୟୀ କୋଷାଗୁମୁଡା ଲ୍ୟାମ୍ପରେ କିଛି ସାର ଆସିଥିଲା। ସାର ପାଇବା ପାଇଁ ସକାଳୁ ଲ୍ୟାମ୍ପ ସମ୍ମୁଖରେ ହଜାର ହଜାର ଚାଷୀଙ୍କ ଭିଡ଼ ଜମିଥିଲା। ଯେତିକି ପରିମାଣରେ ସାର ଆସିବା କଥା ତାଠାରୁ ଢେର କମ ସାର ଆସିଥିବା ଜାଣି ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ସହ ୟୁରିଆ ପାଇଁ ଠେଲାପେଲା ଆରମ୍ଭ ହୋଇଯାଇଥିଲା।

ପୁଲିସ ଚାଷୀଙ୍କ ଠେଲାପେଲା ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ସ୍ଥାନୀୟ ପ୍ରଶାସନ ଓ ଲ୍ୟାମ୍ପ ପରିଚାଳକ ଆବଶ୍ୟକପରିମାଣର ସାର ଆସିବ ଓ ସମସ୍ତଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ମାତ୍ର ୩ ଗାଡି ୟୁରିଆ ସାର ୧୭୦୦ ପେକେଟ କୋଷାଗୁମୁଡା ଲ୍ୟାମ୍ପକୁ ଆସିଥିବା ସୂଚନା ମିଳିଛି। ପ୍ରଶାସାନିକ ଅଧିକାରୀ ଓ ଲ୍ୟାମ୍ପ କର୍ତ୍ତୃପକ୍ଷ ଚାଷୀଙ୍କୁ ମିଛ ପ୍ରତିଶୃତି ଦେଇଥିବା ଅଭିଯୋଗ ଆଣିଛନ୍ତି ଚାଷୀ। ସେପଟେ ସାର ନିଅଣ୍ଟକୁ ନେଇ ପୁଣି କୋଷାଗୁମୁଡା ଅଞ୍ଚଳର ଚାଷୀ ଆନ୍ଦୋଳନକୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛି। ଅନ୍ୟପଟେ ଆଜି ସାର ନେବା ପାଇଁ ପ୍ରାୟ ୩ ହଜାର ରୁ ଅଧିକ ଚାଷୀ ଆସିଥିବା ବେଳେ ଲ୍ୟାମ୍ପରେ ମାତ୍ର ୧୭ଶହ ବସ୍ତା ସାର ଯୋଗାଇ ଦିଆଯାଇଛି।

Other Stories

  • Taliban
    International କେଉଁ ଦେଶ ଗ୍ରହଣ କରିବ କେତେ ସଂଖ୍ୟକ ଶରଣାର୍ଥୀ?

    ଦିନକୁ ଦିନ ଆଫଗାନିସ୍ତାନର ସ୍ଥିତି ସଙ୍ଗୀନ ହେବାରେ ଲଗାଇଛି। ଖାଦ୍ୟ ନାହିଁ, ପାଣି ନାହିଁ, ସ୍ୱାସ୍ଥ୍ୟ ସେବା ବି ନାହିଁ। କୁଆଡେ ଯିବେ, କେମିତି ବଞ୍ଚିବେ? କଣ ହେବ ଏମାନଙ୍କ ଭବିଷ୍ୟତ? ତାଲିବାନର କାବୁଲ କବଜା ପରେ...

  • indian diplomats meet taliban leader
    International ତାଲିବାନ ସରକାରରେ ମହିଳାଙ୍କୁ ମିଳିବ କି ସ୍ଥାନ?

    ଆମକୁ ସୁରକ୍ଷା ଦିଅ, ଅଧିକାର ଦିଅ। ଶିକ୍ଷା, ଚାକିରିର, ସରକାରରେ ସାମିଲ ହେବାର ଅଧିକାର ଦିଅ । ପୁରୁଷଙ୍କ ଭଳି ମହିଳାଙ୍କୁ ବି ସମାନ ଅଧିକାର ଦାବି ସହ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଆଫଗାନୀ ମହିଳା। ତାଲିବାନୀ...

  • Taliban
    International ଆଜି ଘୋଷଣା ହୋଇପାରେ ଆଫଗାନ୍‌ର ନୂଆ ସରକାର

    ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ। ଇରାନ ଶୈଳୀରେ ଚାଲିବ ଏଠିକାର ପ୍ରଶାସନିକ ବ୍ୟବସ୍ଥା। ସଂଗଠନର ସର୍ବୋଚ୍ଚ ଧାର୍ମିକ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ନୀତି ନିର୍ଦ୍ଧାରକ ହେଲେ ବି, ପ୍ରକୃତ ଶାସନ କ୍ଷମତା ରହିବ ମୁଲ୍ଲା ବରାଦାରଙ୍କ ହାତରେ।...

  • Pramod Bhagat
    Sports ଇତିହାସ ରଚିଲେ ଓଡ଼ିଆ ପୁଅ, ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଆଣିଲେ ପ୍ରମୋଦ

    ଓଡ଼ିଆ ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତ ଫାଇନାଲରେ ଆରମ୍ଭରୁ ପ୍ରମୋଦଙ୍କ ପଲ୍ଲା ଭାରି ରହିଥିଲା। ପ୍ରଥମ ସେଟ୍‌ରେ ବ୍ରିଟେନ୍ ଖେଳାଳି ଡାନ୍ ବେଥେଲଙ୍କୁ ହରାଇ ଆଗୁଆ ରହିଥିଲେ ପ୍ରମୋଦ। ପ୍ରମୋଦ ଭଗତ ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ...