• translate
Sarbeswar

News Highlights

  • ଭଦ୍ରକ ଜିଲ୍ଲାରେ ମୌସୁମୀର ଲୁଚକାଳି, ଚିନ୍ତାରେ ଚାଷୀ

  • ଅଧିକାଂଶ ଚାଷ ଜମିରେ ପାଣି ନଥିବାରୁ ତଳି ପଡିନି

  • ଜୁନ ମାସରେ ସ୍ୱାଭାବିକ ଠାରୁ ଅଧା ପରିମାଣର ବର୍ଷା

  • କେନାଲରେ ପାଣି ଛାଡ଼ିବା ଲାଗି ଯୋଜନା: କୃଷି ଅଧିକାରୀ

ଭଦ୍ରକ: ରାଜ୍ୟରେ ମୌସୁମୀର ଲୁଚକାଲି ଯୋଗୁଁ ଅଧିକାଂଶ ଜିଲ୍ଲାରେ ବର୍ଷାର ଅନୁପାତ କମିଛି। ଏହି ସମୟରେ ବିଲରେ ପାଣି ଜମିବା ପରିବର୍ତ୍ତେ ମାଟି ଫାଟି ଆଁ କଲାଣି। ଗତ ସପ୍ତାହେ ଧରି ବର୍ଷା ନଥିବାରୁ ଭଦ୍ରକ ଜିଲ୍ଲାର ଅଧିକାଂଶ ବ୍ଲକରେ ଚାଷୀ ତଳି ପକାଇନାହାଁନ୍ତି ଅନେକ ଚାଷୀ। ଜମିରେ ଏବେ ଘାସ ଲତାରେ ପୁରିଯାଇଥିବା ବେଳେ ଚାଷୀ ସେଥିରେ ଗୋରୁ ଗାଇ ଛାଡୁଥିବାର ଦେଖିବାକୁ ମିଳିଛି।

ଆଷାଢ ସରିବାକୁ ବସିଲାଣି, ଆଗକୁ ଶ୍ରାବଣ ହେଲେ ଚାଷ ଜମି ଫାଟି ଆଁ କଲାଣି, ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷ ଜମରେ। ଜିଲ୍ଲାରେ ଜୁନ ମାସରେ ସ୍ୱାଭାବିକଠାରୁ ଆଧା ପରିମାଣରେ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ କୂଳ ହତାଶ। କୃଷି ବିଭାଗର ସୂଚନା ଅନୁଯାୟୀ ୧୯୮ ମିଲିମିଟର ବର୍ଷା ହେବା କଥା , ହେଲେ ହୋଇଛି ୧୦୨ ମିଲିମିଟର ବର୍ଷା। ଚାଷୀ ବୁଣା ଠାରୁ ଆରମ୍ଭ କରି ତଳିପକା ଓ ରୁଆ ବେଉଷଣ ବିଳମ୍ବିତ ହୋଇଛି। ଜୁଲାଇ ମାସରେ ମଧ୍ୟ ବର୍ଷାର ଦେଖା ନାହିଁ, ତେଣୁ ଧିମେଇ ଯାଇଛି ଚାଷ କାମ। ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ମାଟି ଫାଟି ଆଁ କରିଥିବା ବେଳେ ଲୋକେ ପମ୍ପ ସେଟ ସହ ଭାର ଯୋଗେ ପାଣି ଆଣି ତଳି ପକାଉଥିବା ଦେଖିବାକୁ ମିଳିଛି।

କେତେକ ସ୍ଥାନରେ ତଳି ଧାନ ଗଜା ହୋଇ ଛୋଟଛୋଟ ଗଛ ହୋଇଥିଲେ ସୁଦ୍ଧା ପାଣି ଅଭାବରୁ ତାହା ନଷ୍ଟ ହେବାକୁ ବସିଲାଣି। ଉଠା ପାଣି ଚାଷୀଙ୍କୁ କେତେକ ମାତ୍ରାରେ ଭରସା ଯୋଗାଉଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ଧାନତଳିକୁ ବଞ୍ଚାଇବା ଅସମ୍ଭବ ହୋଇପଡୁଛି। ଚାଷୀ ଏବେ ବର୍ଷା ଭରଷାରେ ଥିବା ବେଳେ କୃଷି ବିଭାଗ ଅଧିକାରୀ କହିଛନ୍ତି। ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ ପାଇଁ ଜଳସେଚନ ବିଭାଗ ସହ ଆଲୋଚନା ହୋଇଛି। ତୁରନ୍ତ କେନାଳରେ ପାଣି ଛାଡିଲେ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି। ତେବେ ମୋଟ୍‌ ଉପରେ କହିବାକୁ ଗଲେ ବର୍ଷା ଅଭାବ ଯୋଗୁଁ ଅନେକ ସ୍ଥାନରେ ଏପରି ଅବସ୍ଥା ଦେଖିବାକୁ ମିଳିଛି।

Other Stories

  • Lav Agarwal
    COVID-19 ଦେଶର ୯୦ ଜିଲ୍ଲାରେ ରହିଛି ୮୦ ପ୍ରତିଶତ ସଂକ୍ରମଣ

    ୬୬ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି। ଓଡ଼ିଶାର ୨ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ଥିବା କହିଛନ୍ତି ଲବ୍ ଅଗ୍ରୱାଲ। ସେପଟେ ଗର୍ଭବତୀ ମହିଳା ଟିକା ନେବା ଜରୁରୀ ବୋଲି...

  • COVID-19 vaccine
    COVID-19 ଫାଇଜର ଟିକା ନେଲେ ନେବାକୁ ପଡ଼ିବ ତୃତୀୟ ଡୋଜ୍‌

    କୋଭିଡର ମୂଳ ଭୂତାଣୁର ସଫଳ ମୁକାବିଲା ପାଇଁ ତୃତୀୟ ଡୋଜର ଆବଶ୍ୟକତା ରହିଛି। ଭାରତରେ ଦେଖାଦେଇଥିବା ଡେଲଟା ଭାରିଆଣ୍ଟ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ବିଟା ଭାରିଆଣ୍ଟ ବିରୋଧରେ ମଧ୍ୟ ତୃତୀୟ ଡୋଜ ଅଧିକ ଫଳପ୍ରଦ ହେବ...

  • barsh-anubhab
    Miscellaneous ଫ୍ୟାମିଲି କୋର୍ଟରେ ହାଜର ହେଲେ ଅନୁଭବ ଓ ବର୍ଷା

    ପୁଣି ଫ୍ୟାମିଲି କୋର୍ଟରେ ଅନୁଭବ ଓ ବର୍ଷା ହାଜର ହୋଇଛନ୍ତି। କଟକ ଫ୍ୟାମିଲି କୋର୍ଟରେ ଆଜି ହାଜର ହୋଇଥିଲେ ସାଂସଦ ଅନୁଭବ ମହାନ୍ତି, ତାଙ୍କ ସହ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ହାଜର ହୋଇଥିଲେ। କୋର୍ଟର ମଧ୍ୟସ୍ଥତା...

  • Union Ministers
    National ମୋଦିଙ୍କ କ୍ୟାବିନେଟ୍‌ର ସବୁଠୁ ଧନୀମନ୍ତ୍ରୀ କିଏ?

    ମୋଦି କ୍ୟାବିନେଟ୍‌ରେ ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ପ୍ରଧାନମନ୍ତ୍ରୀ ତାଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି। ସୂଚନା ଅନୁସାରେ, ତାଙ୍କ ପାଖରେ ୩୭୯ କୋଟି ଟଙ୍କା ରହିଛି। କଂଗ୍ରେସ ଶାସନ ସମୟରେ...