• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସ୍ୱାମୀ ଓ ଝିଅଙ୍କ ମୃତ୍ୟୁ ପରେ ଦାନ କରିଦେଲେ ସଂପତ୍ତି

  • ୩ ମହଲା ବିଶିଷ୍ଟ କୋଠା ଓ ସୁନାଗହଣା ଦେଇଦେଲେ

  • ସ୍ୱାମୀ ଓ ଝିଅଙ୍କ ମୃତ୍ୟୁ ପରେ ଦେଖାଶୁଣା କରୁଥିଲେ ରିକ୍ସା ଚାଳକ

କଟକ : ବୃଦ୍ଧାଙ୍କ ମହନୀୟତା । ରିକ୍ସାବାଲାକୁ ଦାନ କରିଦେଲେ କୋଟିଏ ଟଙ୍କାର ସମ୍ପତ୍ତି । ସ୍ୱାମୀ ଓ ଝିଅଙ୍କର ମୃତ୍ୟୁ ପରେ ଏକାକୀ ରହୁଥିବା ବୃଦ୍ଧା ନିଜର କୋଟି କୋଟି ଟଙ୍କାର ସଂପତ୍ତି ରିକ୍ସା ଚାଳକଙ୍କୁ ଦାନ କରିଦେଇଛନ୍ତି । ସୂତାହାଟରେ ରହୁଥିବା ୬୩ ବର୍ଷୀୟ ମିନତୀ ପଟ୍ଟନାୟକ ନିଜର ୩ ମହଲା ବିଶିଷ୍ଟ ଘର, ସୁନାଗହଣା ସବୁ ବୁଢ଼ା ସାମଲ ନାମକ ରିକ୍ସା ଚାଳକଙ୍କୁ ଦେଇ ଦେଇଛନ୍ତି । ଗତ ବର୍ଷ ମିନିତୀଙ୍କ ସ୍ୱାମୀ କୃଷ୍ଣକୁମାର ପଟ୍ଟନାୟକଙ୍କର ଦେହାନ୍ତ ହୋଇଥିଲା ପରେ ଝିଅ କୋମଲ କୁମାରୀଙ୍କୁ ନେଇ ବାକି ଜୀବନ କଟାଇବାକୁ ଭାବି ନେଇଥିଲେ ।

ହେଲେ ବିଧିର ବିଧାନ କିଛି ଅଲଗା ଥିଲା ସ୍ୱାମୀଙ୍କ ମୃତ୍ୟୁର ୬ ମାସ ପରେ ହୃଦଘାତରେ ପ୍ରାଣ ହରାଇଲେ କୋମଲ । ଏହାପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ମିନତୀ । ଏପରି କଠିନ ସମୟରେ ବନ୍ଧୁବାନ୍ଧବ, ନିକଟ ସମ୍ପର୍କୀୟଙ୍କ ଠାରୁ ଯେଉଁ ଶ୍ରଦ୍ଧା, ଭରଷା,ସମବେଦନା ଆଶା କରୁଥିଲେ ତାହା ପାଇଲେ ନାହିଁ । ତିନି ମହଲା ବିଶିଷ୍ଟ ଏତେ ବଡ଼ ଘରେ ଏକୁଟିଆ ଦିନ କାଟୁଥିଲେ ବନ୍ଧୁବାନ୍ଧବ, ନିକଟ ସମ୍ପର୍କୀୟ କେହି ଅନେଇଲେ ନାହିଁ । ଏ ସମୟରେ ରିକ୍ସା ଚାଳକ ବୁଢା ସାମଲ ମିନତୀଙ୍କ ପାଖରେ ଛିଡ଼ା ହୋଇଥିଲେ । କିଏ କିଏ ଆସି କେବଳ ସମବେଦନା ଜଣାଇ ନିଜ ବାଟରେ ଫେରିଗଲେ ।

ଆଉ ବିପଦ ସମୟରେ ଦୀର୍ଘ ବର୍ଷ ଧରି ନେବାଆଣିବା କରୁଥିବା ରିକ୍ସା ଚାଳକ ବୁଢ଼ା ହିଁ ମିନତୀଙ୍କ ପାଇଁ ସାହାଭରସା ପାଲଟିଗଲେ । ପଟ୍ଟନାୟକ ପରିବାର ସହ ସାମଲ ବୁଢାର ସମ୍ପର୍କ ଦୀର୍ଘ ବର୍ଷର । ଘରର ବୋଲ ହାକ କରିଦିଅନ୍ତି । ଝିଅକୁ ସ୍କୁଲ ନେବା ଆଣିବା ଠାରୁ ଆରମ୍ଭ କରି  ଅଣାଅଣି ଆସୁଥିଲେ । ଝିଅ ଯିବାପରେ କେବଳ ରିକ୍ସା ଚାଳକ ବୁଢା ନୁହନ୍ତି ତାଙ୍କ ସ୍ତ୍ରୀ ବୁଟି ମଧ୍ୟ ମୋର ଯତ୍ନ ନେଲେ, ସାହାରା ହେଲା, ସେବା ମଧ୍ୟ କଲେ ।

ରିକ୍ସା ଚାଳକ ବୁଢା ସାମଲ କଟକର ସିଧେଶ୍ୱର ସାହିରେ ଭଡାଘରେ ରହୁଥିଲେ । ତାଙ୍କର ଗୋଟିଏ ବାହା ହୋଇଯାଇଥିବା ବେଳେ, ଦୁଇ ପୁଅ ସ୍ତ୍ରୀକୁ ନେଇ ପରିବାର । ଆଜକୁ ତିନିମାସ ତଳେ ହଠାତ୍ ଦିନେ ମିନତୀ ବୁଢାଙ୍କ ପରିବାରକୁ ନିଜ ଘରେ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ । ଗଲା ତିନି ମାସ ଧରି ବୁଢ଼ାଙ୍କ ପରିବାର ମିନତୀଙ୍କ ଘରେ ରହି ଆସୁଛନ୍ତି । ବୁଢା ଓ ତାଙ୍କ ପରିବାର ସଦସ୍ୟ ଙ୍କ ଆଚରଣ, ଉଚ୍ଚାରଣ ଓ ବ୍ୟବହାର ସେବା ଯତ୍ନରେ ମିନତୀ ଏତେ ଖୁସି ହୋଇ ଗଲେ ଯେ ନିଜର ଏହି କୋଟିଏ ଟଙ୍କାର ସମ୍ପତି ବୁଢା ପରିବାରକୁ ଦେବାକୁ ନିଷ୍ପତ୍ତି ନେଇଗଲେ ।

ମିନତୀ ନାମରେ ଥିବା ପ୍ରାୟ ଏକଗୁଣ୍ଠ ଜମି , ତିନି ମହଲା ଘର, ଅନ୍ୟାନ୍ୟ ସମ୍ପତି ରିକ୍ସାବାଲା ସାମଲଙ୍କ ନାମରେ ଲେଖିଦେଲେ । ଓକିଲଙ୍କ ଉପସ୍ଥିତରେ ଗତକାଲି ସମସ୍ତ କାଗଜ ପତ୍ର ସେ ବୁଢ଼ାଙ୍କ ହସ୍ତାନ୍ତର କରିଛନ୍ତି । ଏ ସମ୍ପର୍କରେ ମିନତୀ କହିଛନ୍ତି ବୁଢ଼ାଙ୍କ ପରିବାରରୁ ମୋତେ ଯେଉଁ ସ୍ନେହ, ଶ୍ରଦ୍ଧା ,ଭଲ ପାଇବା ମିଳିଛି, ତାହା ଆଗରେ ଏ ସମ୍ପତ୍ତି ତୁଚ୍ଚ । ଭଲ ମନ୍ଦରେ ଏହି ପରିବାର ମୋ ସହ ସବୁବେଳେ ଠିଆ ହୋଇଛି । ଯେଉଁ ସମର୍ପକୀୟ ମାନେ ସମ୍ପର୍କର ମୂଲ୍ୟବୋଧ ବୁଝି ନାହାଁନ୍ତି, ସେଠି ଏ ଗରିବ ପରିବାର ଟି ମୋ ଦୁଃଖ ବୁଝିଛନ୍ତି। ଶେଷ ଜୀବନ ତକ ଏମାନଙ୍କ ପାଖରେ ବିତାଇ ଏ ଦୁନିଆରୁ ବିଦାୟ ନେବି।