• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭଦ୍ରକ(ପାର୍ଥସାରଥୀ ନାୟକ ) : ସ୍ୱତନ୍ତ୍ର ପରିଚୟ ଦେଇଛି ଜିଆଖତ ଚାଷ । ଆଦୌ କ୍ଷତି ନୁହେଁ ସମ୍ପୂର୍ଣ୍ଣ ଲାଭ । ଚାଷରେ ଲାଭକ୍ଷତି ଅଛି ହେଲେ ଜିଆ ଖତ ଚାଷରେ କ୍ଷତିର ଆଶଙ୍କା ନାହିଁ । ଏଥିପାଇଁ କେବଳ ଭଲ ଭାବରେ ମାର୍କେଟିଂର ଆବଶ୍ୟକତା ରହିଛି । ବର୍ତ୍ତମାନ ଯେପରି ଭାବେ ରାସାୟନିକ ସାରର ବ୍ୟବହାର କରାଯାଉଛି, ସେଥିରୁ ରକ୍ଷା ପାଇବା ସହ ସଫଳ ହୋଇଛନ୍ତି ଜିଆ ଖତ ଜାଷୀ ଦାମୋଦର । ଏହି ସାର ବ୍ୟବହାର ଦ୍ୱାରା ସବୁ ପ୍ରକାରର ଚାଷ ଭଲ ହେବା ସହ ପରିବେଶ ବେଶ ସନ୍ତୁଳିତ ରହିବ ।

ଜିଆ ଖତ ଚାଷୀ ଦାମୋଦର ସାହୁ । ପ୍ରଥମେ ପ୍ରଥମେ ଛତୁ, ମାଛ ଚାଷ କରିବା ପରେ ଏବେ ଜିଆ ଖତ ଚାଷ କରି ସଫଳତା ପାଇଛନ୍ତି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର ରାଧାବଲ୍ଲଭପୁର ପଞ୍ଚାୟତର ବାସ କରୁଥିବା ଦାମୋଦର ସାହୁ । ତିନି ପୁଅଙ୍କ ସାହାଯ୍ୟରରେ ଜିଆ ଖତ ଉତ୍ପାଦନ କରି ଗ୍ରାମ ଓ ଧାମନଗର ଅଞ୍ଚଳରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି । ଧାନ ଚାଷ ଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା ଚାଷ ପାଇଁ ଲାଭଦାୟକ ହୋଇ ଥାଏ । କିନ୍ତୁ ଆଜିର ଚାଷୀଙ୍କୁ ସରକାର ରାସାୟନିକ ସାର ଯୋଗାଇ ଦେଉଥିବା ଆମ ରାଜ୍ୟରେ ଜିଆ ଖତ ସାର ପ୍ରତି ଧ୍ୟାନ ନଥିବା ସାଧାରଣ ଦେଖିବାକୁ ମିଳିଛି ।

ଜିଆ ଖତ ତିଆରି ପାଇଁ ଗୋବର, ଘୋଡାଦଳ, କଦଳୀ ଗଛର ଶୁଖିଲାଅଂଶ, ପଚା ଛଣ ପିଡିଆ ଓ ଜିଆ ଆବଶ୍ୟକ । ଅଳ୍ପ ସ୍ଥାନରେ ଏହି ଚାଷ ବେଶ୍ ସୁବିଧାରେ କରିହେବ । ସଠିକ ଭାବେ ଏହି ଚାଷ କରିପାରିଲେ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବ । କେବଳ ପ୍ରଥମ ଥର ୧୦୦୦ ଟଙ୍କା ଜିଆ କିଣିପାରିବେ । ଏହାକୁ କୁଣ୍ଡରେ ରଖି ୧୫ ଦିନ ରଖି ଖତ ତିଆରି କରିହେବ । କୁଣ୍ଡରେ ରଖି କେବଳ ଦୈନିକ ଦୁଇଥର ପାଣି ଦେବାକୁ ପଡ଼ିବ ।

ଧାମନଗର ସହକାରୀ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ୍ରମେ ଦାମୋଦର ଜିଆ ଖତ ଚାଷ କରିଛନ୍ତି । ଏହାକୁ ବ୍ୟବାହର କଲେ ପରିବେଶ ସନ୍ତୁଳିତ ରହିବା ସହ ସମସ୍ତ ପ୍ରକାରର ଚାଷରେ ବେଶ ଉପଯୋଗୀ ହେବ । ବିଶେଷକରି ଘରୋଇ ଚାଷ, ଉଦ୍ୟାନରେ ସବୁଠାରୁ ବେଶୀ ଉପକାର ପାଇପାରିବ । ଏହା ଦ୍ୱାରା ଜମିର ଉର୍ବରତା ମଧ୍ୟ ବୃଦ୍ଧି ପାଇବ ବୋଲି କହିଛନ୍ତି ଧାମନଗର ବ୍ଲକ କୃଷି ଅଧିକାରୀ । ତେବେ ଦାମୋଦର ସାହୁଙ୍କର ଜିଆ ଖତ ଚାଷ ତିଆରି କରୁଦେଖି ଗ୍ରାମର ଜଣେ ବ୍ୟକ୍ତି କହିଛନ୍ତି ତାଙ୍କୁ ଧାମନଗର ସହକାରୀ ଉଦ୍ୟାନ ବିଭାଗ ପକ୍ଷରୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।