• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅଧିକାଂଶ ଚାଷ ଜମିରେ ପାଣି ନଥିବାରୁ ତଳି ପଡିନି

  • ବିଲରେ ପାଣି ଜମିବା ପରିବର୍ତ୍ତେ ମାଟି ଫାଟି ଆଁ

ଭଦ୍ରକ : ରାଜ୍ୟରେ ନିଅଣ୍ଟିଆ ବର୍ଷା । ମୌସୁମୀର ଲୁଚକାଳି ଯୋଗୁଁ ଅଧିକାଂଶ ଜିଲ୍ଲାରେ ବର୍ଷାର ଅନୁପାତ କମିଛି । ଏହି ସମୟରେ ବିଲରେ ପାଣି ଜମିବା ପରିବର୍ତ୍ତେ ମାଟି ଫାଟି ଆଁ କଲାଣି । ଗତ ସପ୍ତାହେ ଧରି ବର୍ଷା ନଥିବାରୁ ଭଦ୍ରକ ଜିଲ୍ଲାର ଅଧିକାଂଶ ବ୍ଲକରେ ଚାଷୀ ତଳି ପକାଇ ପାରୁନାହାନ୍ତି । ଅନେକ ଚାଷ ଜମି ଏବେ ଘାସ ଲତାରେ ପୂରିଯାଇଥିବା ବେଳେ ଚାଷୀ ସେଥିରେ ଗୋରୁ ଗାଇ ଛାଡୁଥିବାର ଦେଖିବାକୁ ମିଳିଛି ।

ଆଷାଢ ସରିବାକୁ ବସିଲାଣି, ଆଗକୁ ଶ୍ରାବଣ ହେଲେ ଚାଷ ଜମି ଫାଟି ଆଁ କଲାଣି । ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷ ଜମିର ଜିଲ୍ଲାରେ ଜୁନ ମାସରେ ସ୍ୱାଭାବିକ ଠାରୁ ଆଧା ପରିମାଣରେ ବର୍ଷା ହୋଇଛି । ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ କୂଳ ହତାଶ କୃଷି ବିଭାଗର ସୂଚନା ଅନୁଯାୟୀ ୧୯୮ ମିଲିମିଟର ବର୍ଷା ହେବା କଥା । ହେଲେ ହୋଇଛି ୧୦୨ ମିଲିମିଟର ବର୍ଷା । ଚାଷୀ ବୁଣା ଠାରୁ ଆରମ୍ଭ କରି ତଳିପକା ଓ ରୁଆ ବେଉଷଣ ବିଳମ୍ବିତ ହୋଇଛି । ଜୁଲାଇ ମାସରେ ମଧ୍ୟ ବର୍ଷାର ଦେଖା ନାହିଁ । ତେଣୁ ଧିମେଇ ଯାଇଛି ଚାଷ କାମ । ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ମାଟି ଫାଟି ଆଁ କରିଥିବା ବେଳେ ଲୋକେ ପମ୍ପ ସେଟ ସହ ଭାର ଯୋଗେ ପାଣି ଆଣି ତଳି ପକାଉଥିବା ଦେଖିବାକୁ ମିଳିଛି ।

କେତେକ ସ୍ଥାନରେ ତଳି ଧାନ ଗଜା ହୋଇ ଛୋଟଛୋଟ ଗଛ ହୋଇଥିଲେ ସୁଦ୍ଧା ପାଣି ଅଭାବରୁ ତାହା ନଷ୍ଟ ହେବାକୁ ବସିଲାଣି । ଉଠା ପାଣି ଚାଷୀଙ୍କୁ କେତେକ ମାତ୍ରାରେ ଭରସା ଯୋଗାଉଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ଧାନତଳିକୁ ବଞ୍ଚାଇବା ଅସମ୍ଭବ ହୋଇପଡୁଛି । ଚାଷୀ ଏବେ ବର୍ଷା ଭରଷାରେ ଥିବା ବେଳେ କୃଷି ବିଭାଗ ଅଧିକାରୀ କହିଛନ୍ତି । ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ ପାଇଁ ଜଳସେଚନ ବିଭାଗ ସହ ଆଲୋଚନା ହୋଇଛି ତୁରନ୍ତ କେନାଳରେ ପାଣି ଛାଡିଲେ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି ।