• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • କେମିତି କଟିବ ଆଜିର ଦିନ ?

  • ସମସ୍ୟାର ସମାଧାନ ପାଇଁ କ’ଣ କରିବେ ପ୍ରତିକାର

କେମିତି କଟିବ ଆଜିର ଦିନ ? କ’ଣ କଲେ ଖରାପ ବେଳାର ପ୍ରତିକାର କରିପାରିବେ ? ପଢନ୍ତି ଆମର ଦୈନିକ ରାଶିଫଳ।

ମେଷ-
ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପଦକ୍ଷେପ ନେଇ ପ୍ରଶଂସିତ ହେବେ। 

ପ୍ରତିକାର-ହନୁମାନଙ୍କ ସିନ୍ଦୂର ମଥାରେ ଲଗାନ୍ତୁ । ଲାଲ୍ ରଙ୍ଗର ରୁମାଲ ବ୍ୟବହାର କରନ୍ତୁ

ବୃଷ-
ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ । ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ପାରିବାରିକ କ୍ଷେତ୍ରରେ ଭ୍ରାତୃ ସମ୍ପର୍କରେ ମନାନ୍ତର ମତାନ୍ତର ଦେଖା ଦେଇପାରେ। 

ପ୍ରତିକାର-ମା’ ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ୧୦ ଥର ଜପ କରନ୍ତୁ

ମିଥୁନ-
ଆଜି  ଆପଣଙ୍କ ଅଭିଳାଷ ପୂରଣ  ଓ ନୂତନ ଭାବରେ ଆରମ୍ଭ କରିଥିବା କାର୍ଯ୍ୟ ହାସଲ ପାଇଁ ଚେଷ୍ଟାକଲେ ନିଶ୍ଚିତ ଉପକୃତ ହେବେ । କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହାକି ପରିସ୍ଥିତିକୁ ସରଳ କରିବାରେ ସହାୟକ ହେବ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲରେ କଟିବ ନାହିଁ।

ପ୍ରତିକାର-ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ

କର୍କଟ-
ଆଜି ଆପଣ ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ଦେଖାଦେବ । କିନ୍ତୁ କର୍ମକ୍ଷେତ୍ରରେ ବାଦ ବିବାଦ ଦେଖା ଦେଇପାରେ। ଯାହା ଫଳରେ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।  ବିଳମ୍ବରେ କାର୍ଯ୍ୟସିଦ୍ଧି ହେବ। ପାରିବାରିକ ଜୀବନରେ ପକ୍ଷପାତିତା ଅଶାନ୍ତିର କାରଣ ହେବ
ପ୍ରତିକାର-ଅଶ୍ୱତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ ଓ ସେ ବୃକ୍ଷକୁ ସାତ ଥର ପ୍ରଦକ୍ଷିଣ କରନ୍ତୁ

ସିଂହ-
କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବ। କିନ୍ତୁ  କେତେକ କାମରେ ପଶ୍ଚାତାପ ଜନିତ ମନସ୍ତାପ କରିପାରନ୍ତି। ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି  । ଆଶା କରିଥିବା ଜିନିଷ ବିଳମ୍ବରେ ପାଇବେ।
ପ୍ରତିକାର-ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ 

କନ୍ୟା-
ଆଜି ଅଯାଚିତ ସହଯୋଗ ଲାଭ କରି ନୂତନ କର୍ମାରମ୍ଭ କରିବାରେ ସମର୍ଥ ହେବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ । ଗୃହ, ଭୂମି, ଯାନବାହନ କିଣିବାକୁ ନିଷ୍ପତ୍ତି ନେଇ ଚୁକ୍ତିନାମା ସ୍ୱାକ୍ଷରିତ କରିବେ ।

ପ୍ରତିକାର-ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

ତୁଳା-
ଆଜି ଅର୍ଥନୈତିକ ଅଭିବୃଦ୍ଧି ସହ ସାମାଜିକ ପ୍ରତିଷ୍ଠା ମିଳିବ । କୌଣସି ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାୟତାରେ କାର୍ଯ୍ୟ କରି ପ୍ରଶଂସିତ ହେବେ ।

ପ୍ରତିକାର-ଲକ୍ଷ୍ମୀ ନାରାୟଣଙ୍କ ପାଖରେ ଘିଅ ଦୀପ ଟିଏ ଜାଳନ୍ତୁ 

ବିଛା-
ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ଶୃଙ୍ଖଳିତ ଆଚରଣ ପାଇଁ ସମ୍ମାନିତ ହୋଇପାରନ୍ତି । ଆଶା କରୁଥିବା ଅର୍ଥ ପାଇବା ସହଜ ହେବ କିନ୍ତୁ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିବେ। ପରିବାରର ସମସ୍ୟାକୁ ଚତୁରତାର ସହ ସମାଧାନ କରିବା ପାଇଁ ସମର୍ଥ ହେବ ।

ପ୍ରତିକାର-ରୁଟିରେ ଗୁଡମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ

ଧନୁ-
ଅବଶ୍ୟ ଆଶାନୁରୂପକ ସଫଳତା ହାସଲ କରିବାରେ ଜଣେ  ବନ୍ଧୁ ସାହାଯ୍ୟ କରିବେ। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସତ୍‌ବ୍ୟବହାର କରିବା କଷ୍ଟକର ହୋଇପାରେ ।  ସ୍ୱାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ।

ପ୍ରତିକାର-କଳା ବିରି, ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ

ମକର- ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ  । ସାମାନ୍ୟ କାରଣରୁ ପାରିବାରିକ ଜୀବନରେ କଳହ ଦେଖା ଦେଇପାରେ  । ଶାରୀରିକ ମାନସିକ ପୀଡା ଦେଖା ଦେଇପାରେ।
ପ୍ରତିକାର-ନୀଳରଙ୍ଗର ରୁମାଲଟିଏ ଆଜି ନିଜ ପାଖରେ ରଖନ୍ତୁ

କୁମ୍ଭ-
ଆନୁଷଙ୍ଗିକ ସାହାଯ୍ୟ ଲାଭକରି ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ ସମର୍ଥ ହେବେ । ଅତୀତର ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ । ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ  ।

ପ୍ରତିକାର-ପାଞ୍ଚୋଟି ତ୍ରିଶାଖା ବେଲ ପତ୍ର ମହାମୃତ୍ଯୁଞ୍ଜୟ ମନ୍ତ୍ରରେ ଶିବଲିଙ୍ଗରେ ଚଢାନ୍ତୁ

ମୀନ-
ଆଶା କରୁଥିବା ବନ୍ଧୁଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଆର୍ଥିକ ଅଭାବ ଓ ଅନଟନ କେତେକ କାମକୁ ସ୍ଥଗିତ ରଖିଦେଇପାରେ।
ପ୍ରତିକାର-ଇଷ୍ଟ ଦେବତାଙ୍କୁ କର୍ପୁର ଆଳତୀ କରି ଆଳତୀର କଳାକୁ ମୁଣ୍ଡରେ ମାରନ୍ତୁ