• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ  ବନାନ୍ତୁ ଦହି ପୋଦିନା ମାଛ

  • ଓଡ଼ିଆ ଘରର ରେସିପି

ଓଡ଼ିଆ ଘରେ ପ୍ରାୟତଃ ସମସ୍ତେ ମାଛ ଖାଇବା ପାଇଁ ପସନ୍ଦ କରିଥାନ୍ତି । ଘରେ ଘରେ ମାଛକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ମାଛକୁ ନେଇ ଅନେକ ରେସିପି ରହିଛି ,କିନ୍ତୁ ଏହି ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ସୁଆଦିଆ ଖାଦ୍ୟରୁ ବଞ୍ଚିତ ରହିଯାଉ ।  ବିଭିନ୍ନ ଶୈଳୀରେ କେତେବେଳେ ମାଛ ଭଜା ତ କେତେବେଳେ ମାଛ ତରକାରୀ ତିଆରି କରିଥିବେ । ତେବେ ଆମେ ଆପଣମାନଙ୍କୁ ମାଛର ଏକ ନୂଆ ଓ ସରଳ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଦହି ପୋଦିନା ମାଛ’ । ଏହି ରେସିପିଟି  ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ଦହି ପୋଦିନା ପାଇଁ ସାମଗ୍ରୀ: ରୋହି ମାଛ-୧ କେଜି, ପୋଦିନା ବଟା-୧ କପ୍, ସୋରିଷ ବଟା-୧ କପ୍, କଟା ପିଆଜ-୧ କପ୍, ହଳଦୀ ଗୁଣ୍ଡ- ୨ ଚାମଚ, କଞ୍ଚାଲଙ୍କା-୪ଟା, ଶୁଖିଲା ଲଙ୍କା-୨ଟା, ଫୁଟଣ-୧ ଚାମଚ ଓ ସ୍ୱାଦ ଅନୁଯାୟୀ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ । କଞ୍ଚା ଲଙ୍କା,ପୋଦିନାପତ୍ର ଓ ରସୁଣ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ସେହିପରି ସୋରିଷ,ରସୁଣ ଓ କଞ୍ଚାଲଙ୍କା ମିଶାଇ ସୋରିଷର ବଟା ପ୍ରସ୍ତୁତ କରନ୍ତୁ । ଏହା ପରେ ଧୁଆ ହୋଇ ରହିଥିବା ମାଛରେ ଦହି,ପୋଦିନା ପେଷ୍ଟ,ସୋରିଷ ବଟା ,କଟା ପିଆଜ କଞ୍ଚା ଲଙ୍କା, ହଳଦୀ ଗୁଣ୍ଡ ଓ ୨ ଚାମଚ ତେଲ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳେଇ ଦିଅନ୍ତୁ। ଏହାପରେ କଡେଇକୁ ଚୁଲିରେ ବସାଇ ୪ ଚାମଚ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ଶୁଖିଲା ଲଙ୍କା ପକାନ୍ତୁ ଓ ତାପରେ ଗୋଳେଇ ରଖିଥିବା ମାଛକୁ ସେଥିରେ ପକାଇ ଅଳ୍ପ ଗୋଳାଇ ହେବା ପରେ ଢାଙ୍କି ଦିଅନ୍ତୁ । ଢାଙ୍କି ହେବାର ୧୫ରୁ ୨୦ ମିନିଟ୍ ପରେ ପ୍ଲେଟକୁ କାଢି ଗରମ ଗରମ ମାଛ ପୋଦିନା ପରଷନ୍ତୁ ।

ଏହି ସହଜ ଦହି ପୋଦିନା ମାଛ ରେସିପି ତିଆରି କରି ନିଜେ ଖାଆନ୍ତୁ ଓ ନିଜ ଘର ଲୋକଙ୍କୁ ପରଷନ୍ତୁ ।