• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ସୀମା ବିବାଦ ଯୋଗୁଁ ହୋଇପାରୁନଥିଲା ପୋଲ

  • ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦୁଇ କୁନି ଭାଇ ଭଉଣୀ

ସମ୍ବଲପୁର (ରମାକାନ୍ତ ମହାନନ୍ଦ) : ବଡମାନେ ହାର ମାନିଥିଲେ ସତ୍ତ୍ୱେ ସାନ ମାନେ କରି ଦେଖାଇଲେ । ଏଭଳି ନିଆରା ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ, କୁଢାନାଳୀ ଗାଁରେ । ସେଠାକାର ଥିବା କୁନି ଭାଇ ଭଉଣୀ ଆୟୁଷ ଓ ଆଦ୍ୟାଶ କିଛି ଏମିତି କାମ କରିଦେଖାଇଛନ୍ତି । ଯାହା ପାଇଁ ଉଭୟ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ସୂଚନାଅନୁସାରେ, ସମ୍ବଲପୁର ନାକଟିଦେଉଳ ବ୍ଲକରେ ବର୍ଷ ବର୍ଷ ଧରି ଦୁଇ ଜିଲ୍ଲାର ସୀମା ବିବାଦ ପାଇଁ ଗ୍ରାମବାସୀଙ୍କ ବାରମ୍ୱାର ଦାବି, ଆପତ୍ତି, ଅଭିଯୋଗ ସତ୍ତ୍ୱେ ନାଳ ଉପରେ ପୋଲଟି ନିର୍ମାଣ ହୋଇପାରୁନଥିଲା । ସବୁ ଚେଷ୍ଟା ପରେ ବି କେହିଶୁଣିଲେନି । ଫଳରେ ନିରୁପାୟ ହୋଇ ଗାଁର ଦୁଇ କୁନି ଭାଇ ଭଉଣୀ ସିଧା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ପର୍କରେ ଏକ ଲେଖିଲେ ଚିଠି । ଏହା ପରେ ଉଭୟଙ୍କୁ ଚିଠିର ଉତ୍ତର ମିଳିବା ସହ ପୋଲ ନିର୍ମାଣ ମଧ୍ୟ ହୋଇଛି ।

ଉଭୟ ଆୟୁଷ ଓ ଆଦ୍ୟାଶଙ୍କ ଏ ସଫଳ କାହାଣୀ ଏତେ ସହଜ ନଥିଲା । ପୋଲ ନିର୍ମାଣ ପାଇଁ ସେମାନେ ପ୍ରଥମେ ୨୦୧୩ରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ, ତାପରେ ପରେ ୨୦୧୪ରେ ମାନବାଧିକାର କମିଶନ୍,ଶେଷରେ ୨୦୧୬ରେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ସବୁଠୁ ଉତ୍ତର ବି ମିଳିଥିଲା, ହେଲେ ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର ସୀମା ବିବାଦ ରାସ୍ତାର କଣ୍ଟା ସାଦୃଶ୍ୟ ସମସ୍ୟା ପାଲଟିଥିଲା ।

ହେଲେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଶେଷରେ ସମସ୍ୟାର ସମାଧାନ ହେବା ସହ ପୋଲ ନିର୍ମାଣ କାର୍ଯ୍ୟ ମଧ୍ୟ ‌ଆରମ୍ଭ ହୋଇଥିଲା ।

ଉଭୟ ଭାଇ ଓ ଭଉଣୀଙ୍କ ବାପା ନାଳରେ ଭାସିଯାଇଥାନ୍ତେ କିନ୍ତୁ ଅଳ୍ପକେ ବର୍ତ୍ତିଗଲେ । ହେଲେ ବାପାଙ୍କ ଭଳି ଆଗକୁ ଗାଁର କେହି ବି ମରଣ ଯନ୍ତ୍ରାକୁ ନଯାଆନ୍ତୁ ସେଥିପାଇଁ ଏ କୁନି ଭାଇଭଉଣୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଉଭୟଙ୍କ ଏହି ନିଆରା ପ୍ରୟାସ କାରଣକୁ ପୁରା ଗାଁ ଲୋକେ ୫ ଖଣ୍ଡ ଗାଁ ଲୋକ ଉପକୃତ ହେବେ । ତେଣୁ ଭାଇ ଓ ଭଉଣୀର ଏଭଳି ନିଆରା ପଦକ୍ଷେପ ପାଇଁ ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟିଆସୁଛି ।