• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସମସ୍ୟା ଘେରରେ ଧରାକୋଟ ଗଡ଼ର ଚିତ୍ରଶିଳ୍ପୀ ପରିବାର

  • ମୂର୍ତ୍ତି ବିକ୍ରିର ଚାହିଦା କମିବାରୁ ବାହାରକୁ ଯିବାକୁ ପ୍ରସ୍ତୁତ ଶିଳ୍ପୀ

ଧରାକୋଟ ଗଡ଼( ମନୋଜ ମୁନି) : ଯେଉଁ ହାତ ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କୁଥିଲା, ସେହି ଚିତ୍ରକରଙ୍କୁ ଏବେ ଭୋକର ଚିନ୍ତା । ସିମେଣ୍ଟ ଓ ମାଟିରେ ମୂର୍ତ୍ତି ସହ ଗୋବରରେ କଣ୍ଢେଇ ନିର୍ମାଣ କରି ଗୁଜରାଣ ମେଣ୍ଟାଉଥିଲେ । ହେଲେ କରୋନା କଟକଣା ଯୋଗୁଁ ଦୁଇ ବର୍ଷ ହେଲା ମୂର୍ତ୍ତି ବିକ୍ରି ହେଉନି । ବାଧ୍ୟହୋଇ ପୁଣି ଏକ ଅନ୍ୟ ପନ୍ଥାକୁ ଆପଣାଇଲେଣି ଚିତଶିଳ୍ପୀ ।  ଗଞ୍ଜାମ ଧରକୋଟ ଗଡର ଜଗନ୍ନାଥ ମନ୍ଦିର ଚିତଶିଳ୍ପୀ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । 

ଗଞ୍ଜାମ ଜିଲ୍ଲା ଧରାକୋଟ ଗଡ଼ର ଚିତ୍ରଶିଳ୍ପୀ ପରିବାର । ଧରାକୋଟର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବେଳେ ଶ୍ରୀକ୍ଷେତ୍ର ପୁରୀର ହରିଚଣ୍ଡି ସାହିରୁ ରାଜା ଏହି ପରିବାରଙ୍କୁ ଏଠାକୁ ଆଣିଥିଲେ । ରହିବା ଲାଗି ଜାଗା ଓ ଚଳିବା ଲାଗି ଜମି ଦେଇଥିଲେ । ପିଢି ପରେ ପିଢି ଏହି ଚିତ୍ରଶିଳ୍ପୀ ଜଗନ୍ନାଥଙ୍କ ସେବାରେ ଲାଗୁଛନ୍ତି । ହେଲେ କରୋନା କାଳରେ ଏବେ ଏମାନେ ପେଟ ପାଇଁ ଚିନ୍ତାରେ । ରଥଯାତ୍ରା ସମୟରେ କାଠ ମୂର୍ତ୍ତି ସହ ଗୋବର କଣ୍ଡେଇ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ । ଦୁଇ ବର୍ଷ ହେବ ରଥଯାତ୍ରାର ଆୟୋଜନ ହୋଇନଥିବା ବେଳେ ମୂର୍ତ୍ତି ବିକ୍ରିର ଚାହିଦା କମିବାରୁ ଏବେ ବାହାରକୁ ଯିବାକୁ ପ୍ରସ୍ତୁତ ହେଲେଣି ଚିତ୍ରଶିଳ୍ପୀ ।

ରାଜା ପରିବାର ତରଫରୁ ଏବେ ଇନାମ ମିଳୁନାହିଁ କି ପାଉଣା । ଚିତ୍ରଅଙ୍କନ ସହ ମୂର୍ତ୍ତି ନିର୍ମାଣରେ ଯାହା ଉପାର୍ଜନ ତାହା ପରିବାର ଚଳାଇବାକୁ କଷ୍ଟ ହେଉଛି । ଜଗନ୍ନାଥଙ୍କ ସେବାରେ ପିଢି ପରେ ପିଢି ଲାଗି ଛନ୍ତି ଧରାକୋଟଗଡ଼ର ଏହି ଚିତ୍ରକର ପରିବାର, ଏବେ ସେମାନଙ୍କ ପ୍ରତିପୋଷଣ ଲାଗି ଅର୍ଥ ସାଜିଛି ବାଧକ । ଏଣୁ ଏମାନଙ୍କୁ ସରକାରୀ ସ୍ତରରେ ସହାୟତା ଲାଗି ଦାବି ହୋଇଛି ।