• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପ୍ରାୟ ୩୫ ଲକ୍ଷ ଟଙ୍କା ହେରଫେର ଅଭିଯୋଗ

  • ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ଭିଜିଲାନ୍ସ ବିଭାଗର ତଦନ୍ତ

ଜଳେଶ୍ୱର, ବାଲେଶ୍ୱର (ଅଜିତ୍ ଦାସ ଓ ରଶ୍ମୀରଞ୍ଜନ ଦାସ) : ଗ୍ରାମାଞ୍ଚଳରେ ସରକାରୀ ଅର୍ଥ କେମିତି ଆତ୍ମସାତ୍ କରାଯାଉଛି ତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କଳମା ଗ୍ରାମ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ସହ ବିଭିନ୍ନ ଯୋଜନାରେ ବ୍ୟାପକ ହେରଫେର ଅଭିଯୋଗ ଆସିଛି । ଆରଟିଆଇ ତଥ୍ୟରୁ ଜଣାପଡିଛି ଯେ, ପଞ୍ଚାୟତର ବିଭିନ୍ନ କାମ ପାଇଁ ୩୫ ଲକ୍ଷ ଟଙ୍କା ପଞ୍ଚାୟତ ଅଧିକାରୀ ଉଠାଇଥିଲେ ମଧ୍ୟ କାମ ହୋଇନି । ଏମିତିକି ଟଙ୍କା ଉଠାଯିବା ତଥ୍ୟ ପଞ୍ଚାୟତ ରେକର୍ଡରେ ବି ନାହିଁ । ସେପଟେ ଅଭିଯୋଗ ପରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ପଞ୍ଚାୟତରେ କାମ ପାଇଁ ଟଙ୍କା ଆସିଲା, କାମର ନାଁ ଗନ୍ଧ ନାହିଁ, ଚଳୁ କରି ଦିଅଆଗଲା ଅର୍ଥ ଗାଁ ଗଣ୍ଡାରେ ଏମିତି କିଛି ଢଙ୍ଗରେ ଚାଲିଛି ସରକାରୀ ଅର୍ଥର ବିନିଯୋଗ । ଲକ୍ଷ ଲକ୍ଷ ଟଙ୍କାକୁ ଚଳୁ କରୁଛନ୍ତି ପଞ୍ଚାୟତସ୍ତରର ଅଧିକାରୀ ଓ ଜନପ୍ରତିନିଧୀ । ଏମିତି ଏକ ଅଭିଯୋଗର ଫର୍ଦ୍ଦ ଲାଗିଛି ଓଟିଭି ହାତରେ । ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର କଳମା ପଞ୍ଚାୟତରେ । ଏହି ପଞ୍ଚାୟତର ୨୦୧୭ରୁ ୨୦ ମସିହା ମଧ୍ୟରେ ଫୋଟିନଥ ଫାଇନାନ୍ସ ଓ ଫୋର୍ଥ ଫାଇନାନ୍ସରେ ପାଖାପାଖି ୩୫ ଲକ୍ଷ ଟଙ୍କାର ବିକାଶ ମୂଳକ କାମ ସହ ଏନଆରଇଜିଏସ୍ କାମ ହୋଇଥିବା ଉଲ୍ଲେଖ ରହିଛି । କିନ୍ତୁ ବାସ୍ତବରେ ନା ରାସ୍ତା, ନଳକୂପ ହୋଇଛି ନା ହୋଇଛି ପୋଖରୀ ତୁଠ । କିନ୍ତୁ କାଗଜପତ୍ରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚଙ୍କ ସ୍ୱାମୀ ଏବଂ ପାଖ ବରଡିହା ପାଞ୍ଚାୟତର ପିଅନ କାମ ନକରି ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି ।

ଆଉ ଆଶ୍ଚର୍ଯ୍ୟର କଥା ହେଉଛି ପଞ୍ଚାୟତ ଆକାଉଣ୍ଟରୁ ଟଙ୍କା ଉଠାଯାଇଥିଲେ ବି ଆକାଉଣ୍ଟରେ ଏହାର ଉଲ୍ଲେଖ ନାହିଁ । ବରଡିଆ ପଞ୍ଚାୟତର ପିଅନ ଚଞ୍ଚକତାକରି କଳାମା ପଞ୍ଚାୟତରୁ ଟଙ୍କା ଉଠାଇଛନ୍ତି । ଏଥିରେ ତତ୍କାଳିନ ପଞ୍ଚାୟତ ଅଧିକାରୀ ଗୌର ଚନ୍ଦ୍ର ହୁଇଙ୍କ ସଂପୃକ୍ତି ଥିବା କଂଗ୍ରେସ ନେତା ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି ।