• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୨୬ରୁ ସ୍କୁଲ ସହ ହଷ୍ଟେଲ ଖୋଲିବାକୁ ରାଜ୍ୟ ସରକାରଙ୍କ ଘୋଷଣା ।

  • ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ।

  • ଗଣଶିକ୍ଷା, SC/ST ଓ ସଂଖ୍ୟାଲଘୁ ବିଭାଗ ପରିଚାଳିତ ହଷ୍ଟେଲ ଖୋଲିବ ।

ଭୁବନେଶ୍ୱର: ୨୬ରୁ ସ୍କୁଲ ସହ ହଷ୍ଟେଲ ଖୋଲିବାକୁ ରାଜ୍ୟ ସରକାରଙ୍କ ଘୋଷଣା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି । ଗଣଶିକ୍ଷା, SC/ST ଓ ସଂଖ୍ୟାଲଘୁ ବିଭାଗ ପରିଚାଳିତ ହଷ୍ଟେଲ ଖୋଲିବ । ଘରୋଇ ସଂସ୍ଥା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲ ହଷ୍ଟେଲ ଖୋଲିବ । ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ SOP ଜାରି ।

ତେବେ ପୂର୍ବରୁ କଟକଣା ଆଉ ସୁରକ୍ଷା ବଳୟ ଭିତରେ ଖୋଲିବ ସ୍କୁଲ୍ ବୋଲି କୁହାଯାଇଥିଲା । ସାମାଜିକ ଦୂରତା ରଖି କ୍ଲାସ୍‌ରେ ବସିବେ ୨୦ ରୁ ୨୫ ପିଲା । ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ରହିବ ମାସ୍କ । ନିୟମିତ ଭାବେ ପୁରା ସ୍କୁଲ୍‌କୁ ବିଶୋଧନ କରାଯିବ । ପ୍ରବେଶ ପଥରେ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହିବ । ତାସହିତ ସ୍କୁଲ୍‌ରେ ଆଇସୋଲେସନ ରୁମ ବି ରହିବ । ୫୦ ପ୍ରତିଶତ ସିଟ୍ ଖାଲି ରଖି ଛାତ୍ରଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । କିଛି ଦିନ ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏବେ ହେଟେଲ ଖୋଲିବ ବୋଲି ସରକାର ଅନୁମତି ଦେଇଛନ୍ତି ।

ଗତ ୧୭ ତାରିଖ ଦିନ ସରକାର ଘୋଷଣା କରିଥିଳେ ଯେ ଜୁଲାଇ ୨୬ରୁ ଖୋଲିବ ସ୍କୁଲ । ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଏ ନେଇ ଏକ ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଥିଲେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ।