• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗତକାଲି ରାତିରେ ଶ୍ରୀମନ୍ଦିର ସମ୍ମୁଖରେ ଚାଲି ଚାଲି ବୁଲିଥିଲେ ପ୍ରଧାନ ବିଚାରପତି

  • ଆଜି କଟକରେ ନବନିର୍ମିତ ଆଇନ ସେବା ଭବନର ଉଦଘାଟନ କରିବେ

ପୁରୀ :  ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମନ୍ନା । ଗତକାଲି ସଂଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ପୁରୀ ଆସିଥିଲେ । ପୁରୀରେ ପହଞ୍ଚିବା ପରେ ରାତିରେ ଶ୍ରୀମନ୍ଦିର ସମ୍ମୁଖକୁ ଆସି ଅନୁଧ୍ୟାନ କରିଥିଲେ ପ୍ରଧାନ ବିଚାରପତି ଏନ୍.ଭି. ରମନ୍ନା ।  ସିଂହଦ୍ୱାର ଓ ରୋଷଶାଳା ସମ୍ମୁଖ ପର୍ଯ୍ୟନ୍ତ ବାହାର ପଟରେ ଚାଲି ଚାଲି ବୁଲି ଦେଖିଥିଲେ  । ତେବେ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଜଷ୍ଟିସ୍ ଏନ୍.ଭି. ରମନ୍ନା । ଏହାପରେ କଟକ ଯାଇ ନବନିର୍ମିତ ଆଇନ ସେବା ଭବନର ଉଦଘାଟନ କରିବେ । ଏହାସହ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାଯର୍ୟକ୍ରମରେ ମଧ୍ୟ ଯୋଗ ଦେବେ ପ୍ରଧାନ ବିଚାରପତି ।

 ଗତକାଲି ନିର୍ଦ୍ଧାରିତ ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍.ଭି. ରମନ୍ନା ପୁରୀରେ ପହଞ୍ଚିଥିଲେ। ରାତି ୯ଟା ୨୦ ମିନିଟରେ ମୁଖ୍ୟ ବିଚାରପତି ପୁରୀ ମେଫେୟାର ହୋଟେଲରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ପୁରୀ ସାଂସଦ ପିନାକୀ ମିଶ୍ର, ଫାଇଭ ଟି ସଚିବ ଭିକେ ପଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଦି ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ତା’ ପରେ ପ୍ରାୟ ରାତ୍ର ୧୧ଟା ୧୦ ମିନିଟ୍ ସମୟରେ ଶ୍ରୀମନ୍ଦିର ସମ୍ମୁଖକୁ ଆସି ଅନୁଧ୍ୟାନ କରିଥିଲେ। ରାତ୍ରି ପହୁଡ଼ ହୋଇଯାଇଥିବାରୁ ଶ୍ରୀମନ୍ଦିରକୁ ପ୍ରବେଶ କରିନଥିଲେ ।  ସିଂହଦ୍ୱାର ଏବଂ ରୋଷଶାଳା ସମ୍ମୁଖ ପର୍ଯ୍ୟନ୍ତ ବାହାରପଟରେ ଚାଲି ଚାଲି ବୁଲି ଦେଖିଥିଲେ । ଆଉ ତା’ପରେ ପୁଣି ସେ ହୋଟେଲକୁ ଫେରିଯାଇଥିଲେ । ସକାଳେ ପୁରୀ ବେଳାଭୂମି ଯାଇ ଦୀର୍ଘ ସମୟ ଧରି ବ୍ଲୁ ଫ୍ଲାଗ୍ ବିଚରେ ସମୁଦ୍ରର ମନୋରମ ଦୃଶ୍ୟକୁ ଅନୁଭବ କରିଥିଲେ । 

ତେବେ  ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ସମ୍ମୁଖରେ ନିଜେ ଏସପି ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ତେବେ ମୁଖ୍ୟ ବିଚାରପତି ଶ୍ରୀମନ୍ଦିର ଆସି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିସାରିଛନ୍ତି ।