• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କ୍ୟାଟ୍‌ ଆଇଲ୍ୟାଣ୍ଡ, ବିଲେଇ ମାନଙ୍କର ସାମ୍ରାଜ୍ୟ

ଜାପାନ: କ୍ୟାଟ୍‌ ଆଇଲ୍ୟାଣ୍ଡ, ବେଶ୍‌ ନିଆରା ଏହି ସ୍ଥାନଟି । କୁହାଯାଏ ଏଠାରେ ବିଲେଇ ମାନଙ୍କର ରାଜୁତି ଚାଲେ । ଏହା ବିଲେଇ ମାନଙ୍କର ସାମ୍ରାଜ୍ୟ । ଜାପାନରେ ରହିଛି ଏହି ଆଇଲ୍ୟାଣ୍ଡ ଯେଉଁଠାରେ ମଣିଷଙ୍କ ତୁଳନାରେ ପାଖାପାଖି ୬ ଗୁଣା ଅଧିକ ବିଲେଇ ଦୃଶ୍ୟମାନ ହୁଅନ୍ତି । ଆଉ ଏହି କାରଣରୁ ଏହାକୁ ବିଲେଇମାନଙ୍କର ଦ୍ୱୀପ ବୋଲି କୁହାଯାଏ । ଏହି ସ୍ଥାନଟି ହେଉଛି ଜାପାନର ଓଶିମା ଆଇଲ୍ୟାଣ୍ଡ । ଏହି ଆଇଲ୍ୟାଣ୍ଡରେ ମୋଟ ୨୦ ଜଣ ମଣିଷ ରୁହନ୍ତି । କିନ୍ତୁ ବିଲେଇ ମାନଙ୍କର ସଂଖ୍ୟା ୧୨୦ରୁ ଅଧିକ ।

ଜାପାନର ଏହି ଆଇଲ୍ୟାଣ୍ଡରେ ବିଲେଇ ମାନଙ୍କର ସଂଖ୍ୟା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କିନ୍ତୁ ଏ କଥା ଟି ବିଲକୁଲ ସତ କଥା । ଆଉ ବାସ୍ତବରେ ଏହା ପଛର କାରଣ ହେଉଛି ମୂଷା । ଏଠାରେ ଗୋଟେ ସମୟରେ ମୂଷା ମାନଙ୍କର ସଂଖ୍ୟା ବଢିଚାଲିଥିଲା । ଆଉ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଫଳରେ ଏଠାକାର ବାସିନ୍ଦା ନିଷ୍ପତ୍ତି ନେଲେ ଯେ, ସେମାନେ ବିଲେଇ ପାଳିବେ । ଜଣେ ବୃଦ୍ଧ ମତ୍ସ୍ୟଜୀବୀ ମୂଷା ମାନଙ୍କ ସମସ୍ୟାରୁ ବଂଚିବା ପାଇଁ କିଛି ବିଲେଇ ଏଠାକୁ ଆଣିଥିଲେ । ମୂଷାମାନଙ୍କର ସମସ୍ୟା ସିନା ଦୂର ହୋଇଗଲା, ହେଲେ ବିଲେଇ ମାନଙ୍କର ସଂଖ୍ୟା ଏବେ ବଢି ବଢି ୧୨୦ରୁ ଅଧିକ ହୋଇସାରିଲାଣି ।

Cat Island, JapanCat Island, Japan

ପ୍ରାରମ୍ଭିକ ସମୟରେ ଏହି ଦ୍ୱୀପକୁ ୯୦୦ ଲୋକ ଆସିଥିଲେ । କିନ୍ତୁ ଧୀରେ ଧୀରେ ଏହା ଜନଶୂନ୍ୟ ହେବାରେ ଲାଗିଲା । ବର୍ତ୍ତମାନ ଏଠାରେ ମାତ୍ର ୨୦ ଜଣ ହିଁ ରହୁଛନ୍ତି । କିନ୍ତୁ ବିଲେଇ ମାନଙ୍କର ସଂଖ୍ୟା ବଢିଚାଲିଛି । କିଛି ବିଲେଇ ତ ଲୋକମାନଙ୍କୁ ଅସୁବିଧାରେ ପକାଇଥାନ୍ତି । ତେବେ କ୍ୟାଟ୍‌ ଆଇଲ୍ୟାଣ୍ଡରେ ଏହି ସ୍ଥାନଟି ବେଶ୍‌ ପରିଚିତ । ଏହି ଆଇଲ୍ୟାଣ୍ଡରେ ନା କୌଣସି ରେସେ୍ତାରାଁ ଅଛି ନା ଏଠାରେ କିଏ କାର୍‌ ଚଳାନ୍ତି । ଏଠାରେ କେବଳ ବିଲେଇ ଦୃଶ୍ୟମାନ ହୁଅନ୍ତି, ଯେଉଁମାନଙ୍କୁ ଦେଖିବାକୁ ପର୍ଯ୍ୟଟକମାନେ ଏଠାରେ ପହଁଚିଥାନ୍ତି । ତେବେ ଏହି ସ୍ଥାନଟି ପର୍ଯ୍ୟଟକ ମାନଙ୍କର ପ୍ରିୟ ସ୍ଥାନ ମଧ୍ୟ ହୋଇପାରିଛି । କାରଣ ଏଠାରେ କ୍ୟୁଟ୍‌ ବିଲେଇମାନଙ୍କ ଗହଣରେ କିଛି ସମୟ ବିତାଇବାକୁ ସମସ୍ତେ ପସନ୍ଦ କରିଥା‌ଆନ୍ତି ।

Cat IslandCat Island

ଜାପାନର ଏହି ଆଇଲ୍ୟାଣ୍ଡଟି ଖୁବ୍‌ ଛୋଟ । ମାତ୍ର ୧.୬ କମି ଲମ୍ବା ଏହି ଦ୍ୱୀପ । ଏହା ପର୍ଯ୍ୟଟନ ସ୍ଥଳୀ ନ ହୋଇ ମଧ୍ୟ ପର୍ଯ୍ୟଟକଙ୍କ ଗହଣରେ ବେଶ୍‌ ପ୍ରସିଦ୍ଧ ସୁନ୍ଦର ଓ କ୍ୟୁଟ୍‌ ବିଲେଇମାନଙ୍କ ପାଇଁ । ଏଠାରେ ରେଶମ ଉତ୍ପାଦନ ପାଇଁ ସ୍ଥାନୀୟ ବାସିନ୍ଦା ରେଶମ କୀଟ ଚାଷ କରିଥାଆନ୍ତି । ତେଣୁ ଏଠାରେ ମୂଷାମାନେ ରହିବା ମଧ୍ୟ ସ୍ୱାଭାବିକ ଅଟେ । ଆଉ ମୂଷା ମାନଙ୍କୁ ନିୟନ୍ତ୍ରଣରେ ଆଣିବା ପାଇଁ ବିଲେଇ ମାନଙ୍କର ଆବଶ୍ୟକତା ମଧ୍ୟ ଢେର ରହିଛି ।